ପାଣିରେ ଧୋଇଗଲା ନିର୍ମାଣାଧିନ କେନାଲ ଗାର୍ଡ ୱାଲ୍
Advertisement
Article Detail0/zeeodisha/odisha959242

ପାଣିରେ ଧୋଇଗଲା ନିର୍ମାଣାଧିନ କେନାଲ ଗାର୍ଡ ୱାଲ୍

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଏବେ ଦୁର୍ନୀତିର ଗନ୍ଧ। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ନିମ୍ନ ମାନର କାମ ହୋଇଥିବା ଅଭିଯୋଗ। 

ପାଣିରେ ଧୋଇଗଲା ନିର୍ମାଣାଧିନ କେନାଲ ଗାର୍ଡ ୱାଲ୍

ବ୍ରହ୍ମପୁର: ଦୁର୍ନୀତିର ପଙ୍କରେ ଉବୁଟୁବୁ ହେଉଛି ଗଞ୍ଜାମ ଜିଲ୍ଲା। ଠିକାଦାର ଓ ବିଭାଗିୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ବିକାଶମୂଳକ କାମ ଚାଲୁଥିବା ବେଳେ ପାଣିରେ ପଡୁଛି ସରକାରି ରାଜକୋଷରୁ ବିନିଯୋଗ ହେଉଥିବା କୋଟି କୋଟି ଟଙ୍କା। ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରୁ ପଦାକୁ ଆସିଛି ଏବେ ଦୁର୍ନୀତିର ଗନ୍ଧ। ଚାଷୀଙ୍କ କ୍ଷେତର ପାଣି ସମସ୍ୟାକୁ ଦୂର କରିବା ଲାଗି ଗତ କିଛି ମାସ ତଳେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଗାର୍ଡୱାଲ ପାଣିରେ ଭାସିଯାଇଛି।

ଗୋଟିଏ ପଟେ ସ୍ବଳ୍ପ ବୃଷ୍ଟିପାତ କାରଣରୁ ଚାଷୀ ପାଣି ପାଇଁ ଡହଳବିକଳ ହେଉଥିବା ବେଳେ ଠିକାଦାରଙ୍କ ନିମ୍ନ ମାନର କାମ କାରଣରୁ କୋଟି କୋଟି ଟଙ୍କା ପାଣିରେ ପଡିଛି। ଚାଷୀଙ୍କ ସମସ୍ୟାକୁ ଦୃଷ୍ଚିରେ ରଖି ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ବିହିତ ପଦକ୍ଷେପ ଗ୍ରହଣ କରିବା ଲାଗି ସାଧାରଣରେ ଦାବି ହୋଇଛି। 

Also Read:  ପୋଖରୀ ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ନାଁରେ ହରିଲୁଟ୍ ଅଭିଯୋଗ 

'ସରକାର କା ମାଲ ଦରିୟା ମେଁ ଡାଲ୍'। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଏବେ ଦୁର୍ନୀତିର ଗନ୍ଧ। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ନିମ୍ନ ମାନର କାମ। ହଠାତ ପାଣିରେ ଧୋଇଗଲା କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣଧିନ ଗାର୍ଡୱାଲ୍। ପାଣି ପାଇଁ ହଟହଟା ଚଷାପୁଅ। ଗଞ୍ଜାମ ଜିଲ୍ଲା (Ganjam Dist) ହିଞ୍ଜିଳିକାଟୁ ବ୍ଲକ (Hinjilicut Block) ଅନ୍ତର୍ଗତ ମକରଝୋଳ ପଞ୍ଚାୟତର ପଲ୍ଲୀ ପଦ୍ମନାଭପୁର ଗ୍ରାମରେ ଚାଷୀଙ୍କ ଚାଷ ଜମିକୁ ଜଳସେଚନ ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ (Minor Irrigation Department) ପକ୍ଷରୁ ୧ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିଲା କେନାଲ ଗାର୍ଡ ୱାଲ୍ (Canal Guard Wall)।

Also Read: ଦଳ ପଙ୍କରେ ଭର୍ତ୍ତି ହେଇରହିଛି ପୋଖରୀ; ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ

ଯାହା ଦ୍ବାରା ସ୍ବଳ୍ପ ବୃଷ୍ଟିପାତ ସମୟରେ ଆଖ ପାଖ ୪ଟି ଗ୍ରାମର ପାଖାପାଖିର ଚାଷ ଜମିକୁ ସୁରୁଖୁରୁରେ ଜଳସେଚନ ଲକ୍ଷ ରଖାଯାଇଥିଲା। ହେଲେ କାମ ହେବାର ଦିନ କେଇଟା ନ ପୁରୁଣୁ ଗାର୍ଡୱାଲ ଏବେ ଭୁଷୁଡି ପଡିଛି। ଠିକାଦାର ଓ ବିଭାଗୀୟଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଚଞ୍ଚକତା କରି ଅତ୍ୟନ୍ତ ନିମ୍ନମାନର କାମ ହେବା କାରଣରୁ ସାମାନ୍ୟ ବର୍ଷାରେ ଗାର୍ଡ ୱାଲ ଭୁଷୁଡି ପଡିଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ଉପର ମୁଣ୍ଡରେ ଥିବା ଚାଷୀ ଏବେ ପାଣି ପାଇବାରୁ ବଞ୍ଚିତ ଥିବା ବେଳେ ତୁରନ୍ତ ଗାର୍ଡ ୱାଲ ମରାମତି କରିବା ସହ ଉଚ୍ଚସ୍ତରୀୟ ତଦନ୍ତ କରି ଦୁର୍ନୀତିଖୋରଙ୍କ ବିରୋଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। 

Also Read: ସହରର ସୌନ୍ଦର୍ଯ୍ୟ ବଢାଇବ ରାମଲିଙ୍ଗମ ପୋଖରୀ, ଜାରି ରହିଛି ଆଧୁନୀକିକରଣ କାର୍ଯ୍ୟ

ସେପଟେ ଅଭିଯୋଗକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ବିଭାଗୀୟ ମୁଖ୍ୟଯନ୍ତ୍ରୀ। ଚାଷୀଙ୍କ ଲାଗି ସର୍ବଦା ସରକାର ଚିନ୍ତିତ ରହିଥିବା ବେଲେ ଅତି ଶୀଘ୍ର ସମଶ୍ୟାର ସମାଧାନ ଲାଗି ପଦକ୍ଷେପ ନେବା ସହ କିଭଳି ପରିସ୍ଥିତିରେ କେନାଲ ଗାର୍ଡୱାଲ ଭୁଷୁଡି ପଡିଲା ତାହା ନିଜେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଛନ୍ତି ମୁଖ୍ୟଯନ୍ତ୍ରୀ।