Keonjhar News: ସଞ୍ଜ ନଇଁଲେ ଗାଁରେ ଭାଲୁ ଉତ୍ପାତ, ଲୋକେ ଉଜାଗର
Advertisement

Keonjhar News: ସଞ୍ଜ ନଇଁଲେ ଗାଁରେ ଭାଲୁ ଉତ୍ପାତ, ଲୋକେ ଉଜାଗର

Keonjhar News: ବେଳ ବୁଡି଼ବା ମାତ୍ରେ ଗାଁରେ ପଶୁଛନ୍ତି ଭାଲୁ । ଗୋଟିଏ କିମ୍ବା ଦୁଇଟି ନୁ୍ହେଁ, ଏକାବେଳକେ ୩-୪ ଟି ଭାଲୁ । ଭାଲୁଙ୍କୁ ଦେଖି ଲୋକେ ଛାନିଆ ହେଉଥିବା ଦେଖିବାକୁ ମିଳିଛି ।

Keonjhar News: ସଞ୍ଜ ନଇଁଲେ ଗାଁରେ ଭାଲୁ ଉତ୍ପାତ, ଲୋକେ ଉଜାଗର

Keonjhar News: ରାତି ପାହିଲେ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ଭାଲୁ । ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଳତି, ବେଲସୁନ୍ଦରୀ, ଅଙ୍ଗାରୁଆ ଓ ପୁରୁଣାବାନ୍ଦୋଗଡା଼ ଅଞ୍ଚଳରେ ଗତ ୭ ଦିନ ଧରି ଭାଲୁଙ୍କ ପ୍ରବେଶରେ ଥରହର ଗାଁ ଲୋକେ । ଭାଲୁ ଭୟରେ ଲୋକେ ସନ୍ଧ୍ୟା ପୂର୍ବରୁ ଘରକୁ ଫେରିଆସୁଥିବା ଦେଖିବାକୁ ମିଳିଛି । ସଞ୍ଜ ନଇଁଲେ ଖାଦ୍ଯ ଅନ୍ବେଷଣରେ ଗାଁରେ ପଶୁଛନ୍ତି ପଲପଲ ଭାଲୁ।  କାହା ବାଡି଼ରେ ପଶି କୋଳି ଖାଉଛନ୍ତି ତ ଆଉ କାହା ବାଡିରୁ ବେଲ । ଗାଁ ଲୋକଙ୍କ କହିବା ଅନୁଯାୟୀ, ବିଗତ କିଛିବର୍ଷ ହେବ ରାତି ଅଧରେ ଭାଲୁ ଆସି ଫଳମୂଳ ଖାଇ ଭୋର୍ ସମୟରୁ ଫେରିଯାଇଥାନ୍ତି ।  କିନ୍ତୁ ଏବେ ପ୍ରାୟ ୭ଦିନ ହେବ ସଞ୍ଜ ନଇଲେ ଭାଲୁ ପଲଙ୍କ ପ୍ରବେଶ ଜାରି ରହିଛି । ଏନେଇ କୁବେର ସ୍ଥାନୀୟ ଅଞ୍ଚଳର ୫ଟି ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଭାଲୁ ପଲ କାହାରି କୌଣସି କ୍ଷତି କରିନଥିବା ବେଳେ ଜଙ୍ଗଲୀ ଭାଲୁ ହେତୁ ଆଶା ଆଶଙ୍କାରେ ରହୁଛନ୍ତି ସ୍ଥାନୀୟ ବାସିନ୍ଦା । ଭାଲୁ ପଶିବା ପରେ ବନ ବିଭାଗ କର୍ମଚାରୀ ମାନେ ଏମାନଙ୍କୁ ଘଉଡା଼ଇବା ପାଇଁ ଉଦ୍ୟମ କରିଥାଆନ୍ତି କିନ୍ତୁ ପରଦିନ ସ୍ଥିତି ଯଥା ପୂର୍ବଂମ ତଥା ପରଂମ । ଦୀର୍ଘ ସମୟ ଧରି ଏଭଳି ପରିସ୍ଥିତର ସମାଧାନ ନେଇ ସ୍ଥାୟୀ ସମାଧାନ ଦାବି କରିଛନ୍ତି ଗ୍ରାମବାସୀ । ତେବେ ନିକଟସ୍ଥ ବାରଙ୍ଗ ଜଙ୍ଗଲରେ ଖାଦ୍ଯ ଅଭାବ ଯୋଗୁଁ ଭାଲୁ ପଲ ଖାଦ୍ଯ ଅନ୍ବେଷଣରେ ଗାଁ ମୁହାଁ ହେଉଥିବା ଅନୁମାନ କରାଯାଉଛି । ଏନେଇ ବିଭାଗୀୟ ଫରେଷ୍ଟଙ୍କ କହିଛନ୍ତି, ବାରଙ୍ଗ ଜଙ୍ଗଲ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ପାଇଁ ନୂତନ ଭାବେ ବନୀକରଣ କରାଯାଇଛି । ସେଠାରେ ପୋଖରୀ, ଖାଦ୍ଯ ଓ ପାନୀୟର ମଧ୍ଯ ବ୍ଯବସ୍ଥା ରହିଛି । ସେ ଆଉ ମଧ୍ଯ କହିଛନ୍ତି ଯେ, ଗାଁକୁ ଭାଲୁ ପଲଙ୍କ ପ୍ରବେଶ ନେଇ ଲୋକଙ୍କୁ ସଚେତନ ମଧ୍ଯ କରାଯାଉଛି। ଭାଲୁଙ୍କ ଗତିବିଧି ଉପରେ ପେଟ୍ରୋଲିଂ ଟିମ୍ ନଜର ରଖିଛି ।

Also Read-ନବ ଦାସ ହତ୍ୟା ମାମଲା: ସାମ୍ନାକୁ ଆସିଲା ଅଭିଯୁକ୍ତ ଗୋପାଳକୁ ନେଇ ବଡ଼ ପ୍ରମାଣ

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ବନ୍ଯଜନ୍ତୁଙ୍କ ପାଇଁ ଯଦି ନୂତନ ଜଙ୍ଗଲ, ଖାଦ୍ଯ ଓ ପାନୀୟ ଭଳି ବ୍ଯବସ୍ଥା ହୋଇଛି ତେବେ ଭାଲୁ ପଲ କାହିଁକି ଗାଁ ମୁହାଁ ହେଉଛନ୍ତି । ନୂତନ ଜଙ୍ଗଲ ସୃଷ୍ଟି ଓ ରକ୍ଷଣାବେକ୍ଷଣ, ବନ୍ଯଜନ୍ତୁ ସଂରକ୍ଷଣ ପାଇଁ ସରକାରୀ ସ୍ତରରେ କୋଟି କୋଟି ଟଙ୍କା ବ୍ଯୟ ହେଉଛି । ଏହା ସତ୍ତ୍ବେ ଖାଦ୍ଯ ଅଭାବରୁ ବନ୍ଯଜନ୍ତୁ ଗାଁ ମୁହାଁ ହେବା ଘଟଣା ଟଙ୍କାର ଉଚିତ୍ ବିନିଯୋଗ ଉପରେ ପ୍ରଶ୍ନ ଉଠାଇଛି।