(ବ୍ରହ୍ମପୁର,ପ୍ରେମାନନ୍ଦ ପୁଜାରୀ) K.Deepika Controversy: ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଘଟିଥିବା ଦମ୍ପତିଙ୍କ( K.Deepika Controversy)ବିବାଦ ଉପରୁ ସମାଧାନର ବାଟ ବାହାରି ପାରିନାହିଁ । ଦିନକୁ ଦିନ ନୂଆ ମୋଡ ନେଉଛି ବ୍ରହ୍ମପୁରର ଦୀପିକା ଦିନେଶ (K.Deepika dinesh Controversy)ପ୍ରେମ ବିବାଦ ମାମଲା । ଦୀର୍ଘ ମାସ ଧରି ନିଜର ଅଧିକାର ପାଇବା ଦାବିରେ ଏବେବି ସଂଘର୍ସ କରୁଛନ୍ତି  କେ.ଦୀପିକା । ପୁଅକୁ ବାପାର ପରିଚୟ ଓ ସ୍ତ୍ରୀର ଅଧିକାର ପାଇଁ ଲଢେଇ ଜାରି ରଖିଛନ୍ତି କେ.ଦୀପିକା । କିନ୍ତୁ ଏଭଳି ପରିସ୍ଥିତିରେ ତାଙ୍କର ପ୍ରେମିକ ଦିନେଶଙ୍କର ଦେଖା ଦର୍ଶନ ନାହିଁ । ତେବେ ଦିନେଶ ତାଙ୍କୁ ଘରକୁ ବୋହୂ କରି ଆଣିବେ ବୋଲି କଥା ଦେଇଥିଲେ।  କିନ୍ତୁ ବର୍ତ୍ତମାନ ଦିନେଶ ତାଙ୍କୁ ସ୍ତ୍ରୀର ମାନ୍ୟତା ଦେବକୁ ମନା କରୁଛନ୍ତି । ଏନେଇ ଦୀପିକା  ଦିନେଶଙ୍କ ଘର ଆଗରେ ଦିର୍ଘମାସ ହେବ ଧାରଣା ଜାରି ରଖିଥିଲେ । କିନ୍ତୁ କେ.ଦୀପିକାଙ୍କୁ ନେଇ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ।  କେ. ଦୀପିକାଙ୍କ ସହ କିଛି ଯୁବକଙ୍କ ଧସ୍ତାଧସ୍ତି ହୋଇଛି।  ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ (K Deepika Controversy video virla) ହେବାରେ ଲାଗିଛି । ତେବେ,ଧସ୍ତାଧସ୍ତି ର କାରଣ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ।


COMMERCIAL BREAK
SCROLL TO CONTINUE READING

ଏହି ଧସ୍ତାଧସ୍ତିରେ ଜଣେ ଯୁବକଙ୍କୁ ମାଡ଼ ହୋଇଥିବା ଜଣାପଡିଛି। ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ସୂଚନା ଅନୁସାରେ, ଶୁକ୍ରବାର ସଂନ୍ଧ୍ୟା ସମୟରେ ବ୍ରହ୍ମପୁରର  କେ ଦୀପିକାଙ୍କ ଥିବା ଏକ କୁକୁର ଦୋକାନକୁ ଦୀନେଶଙ୍କ ବନ୍ଧୁ ଆସିଥିଲେ। ପରେ ଦୀନେଶ ବନ୍ଧୁକୁ ଦେଖି କେ. ଦୀପିକା ତାଙ୍କୁ ତାଙ୍କ ଦୋକାନ ଘରେ ବନ୍ଦ କରି ଦେଇଥିଲେ। ପରେ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ପହଞ୍ଚିବା ପରେ ଆରମ୍ଭ ହୋଇଥିବା ଖଣ୍ତ ଯୁଦ୍ଧ । ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିବା ସମୟରେ ଦୀପିକ ଓ ସମ୍ପୃକ୍ତ ଯୁବକଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିବାରୁ ପରିସ୍ଥିତ ନିୟନ୍ତ୍ରଣକୁ ଆସିଥିଲା। ଏ ସଂପର୍କରେ ଥାନା ରେ କୌଣସି ମାମଲା ରୁଜୁ ହୋଇନଥିବା ପୋଲିସ ପକ୍ଷରୁ ସୁଚନା ମିଳିଛି।


 



ଏହାବି ପଢନ୍ତୁ : VSSUT Student Death Case: ଖୋଲିବ ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ରହସ୍ୟ, ପୁରୁଷ ବନ୍ଧୁଙ୍କ ହେବ ଲାଏ ଡିଟେକ୍ସନ୍ ଟେଷ୍ଟ


ଏହାବି ପଢନ୍ତୁ : Road Accident: ଭୟଙ୍କର ସଡ଼କ ଦୁର୍ଘଟଣା, ୧୭ ଜଣଙ୍କ ମୃତ୍ୟୁ ସହ ୨୦ ଆହତ


ସୂଚନା ଅନୁସାରେ, ଦୀର୍ଘଦିନ ଧରି ଦୀପିକା ପ୍ରେମିତ ଦୀନେଶର ସ୍ତ୍ରୀର ମାନ୍ୟତା ସହ ନିଜ ସନ୍ତାନକୁ ବାପାର ପରିଚୟ ଦେବା ନେଇ ପ୍ରେମିକ ଘର ଆଗରେ ଦିର୍ଘ ଦିନ ଧରି ଧାରଣା ଦେଇଛନ୍ତି । ଏହି ଘଟଣା ଥାନା ପରେ କୋର୍ଟରେ ପହଞ୍ଚିଥିଲେ ମଧ୍ୟ ସମାଧାନ ଏପର୍ଯ୍ୟନ୍ତ ହୋଇନାହିଁ। ଦିନ ଗଡିବାକୁ ଲାଗିଛି ହେଲେ କିଛି ସୁଫଳ ମିଳୁନାହିଁ । ପାରିବାରିକ ସମସ୍ୟାର ସମାଧାନ ବାଟ ବାହାରି ପାରୁନାହିଁ । ତେଣୁ ସାମାଜିକ କର୍ମୀ ପ୍ରମିଳା ତ୍ରିପାଠୀଙ୍କୁ ଧରି ମହିଳା କମିଶନଙ୍କ ନିକଟରେ ନ୍ୟାୟ ପାଇଁ ଗୁହାରି କରିଥିଲେ କେ.ଦୀପିକା । ବ୍ରହ୍ମପୁର ବଡ ବଜାର ଦେଶୀ ବେହେରା ସାହିର କେ.ଦୀପିକା ଏବଂ କେ. ଦିନେଶଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରେମ ସମ୍ପର୍କ ପରେ ଧୋକାରେ ପରିଣତ ହୋଇଥିଲା । ଦୀନେଶ ଅନ୍ୟଜଣେ ଯୁବତୀଙ୍କୁ ବିବାହ କରୁଥିବା ଖବର ପାଇଥିଲେ ଦୀପିକା। ଏହାପରେ ସ୍ତ୍ରୀର ମାନ୍ୟତା ଓ ଛୁଆକୁ ବାପାର ପରିଚୟ ଦେବାକୁ ଦୀନେଶଙ୍କ ଘର ଆଗରେ ଧାରଣାରେ ଦେଇଥିଲେ କେ.ଦୀପିକା । ତାଙ୍କ ଧାରଣାକୁ ଦିନେଶଙ୍କ ଘର ଲୋକ ବିରୋଧ ମଧ୍ୟ କରୁଥିଲେ। ଏହା ସହିତ ଅନେକ ସମୟରେ ଦୀପିକା ଓ ଦିନେଶଙ୍କ ଘର ଲୋକଙ୍କ ସହ କଳହ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।