Road Accident: ଭୟଙ୍କର ସଡ଼କ ଦୁର୍ଘଟଣା, ୧୭ ଜଣଙ୍କ ମୃତ୍ୟୁ ସହ ୨୦ ଆହତ
Advertisement
Article Detail0/zeeodisha/odisha1594594

Road Accident: ଭୟଙ୍କର ସଡ଼କ ଦୁର୍ଘଟଣା, ୧୭ ଜଣଙ୍କ ମୃତ୍ୟୁ ସହ ୨୦ ଆହତ

Road Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (road accident)। ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୭ ଜଣଙ୍କ (17 killed)ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ହରିୟାଣାର (Haryana)ପୃଥକ ପୃଥକ ସ୍ଥାନରେ, ଆମ୍ବଲା,ପାନିପଥ ଓ ଫରିଦାବାଦରେ ଏହି ଭୟଙ୍କର ସଡକ ଦୁର୍ଘଟଣା (road accident)ହୋଇଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Road Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (road accident)। ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୭ ଜଣଙ୍କ (17 killed)ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି ।  ସମସ୍ତ ଆହତଙ୍କୁ ମେଡିକାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ହରିୟାଣାର (Haryana)ପୃଥକ ପୃଥକ ସ୍ଥାନରେ, ଆମ୍ବଲା,ପାନିପଥ ଓ ଫରିଦାବାଦରେ ଏହି ଭୟଙ୍କର ସଡକ ଦୁର୍ଘଟଣା (road accident)ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା କିଭଳି ଘଟିଲା ସେନେଇ ତଦନ୍ତ ଆରମ୍ଭ କରିଛି । 

ପ୍ରଥମ ଦୁର୍ଘଟଣାଟି ହରିୟାଣର ଆମ୍ବଲା ସହରର ଶାହାଜାଦପୁର ନିକଟ,କକ୍କର ମଜରା ଗାଁ ନିକଟରେ ଘଟିଛି । ଏକ ଯାତ୍ରୀବାହୀ ବସକୁ ଏକ ଟ୍ରଲରକୁ ଧକ୍କା ଦେବାରୁ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବସରେ ୨୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ। ଏହି ଦୁର୍ଘଟଣାରେ ୮ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ  ଉଦ୍ଧାର କରାଯାଇ ମେଡିକାଲେ ଭର୍ତ୍ତି କରାଯାଇଛି । କିଛି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଚଣ୍ତିଗଡର ପିଜିଆକୁ ସ୍ଥାନାନ୍ତର କରାଯାଇଛି । ସେହିପରି ହରିୟାଣାର ପାନିପଥ ସମାଲିଖାର ଝାଟିପୁର ଗାଁ ନିକଟରେ ମଧ୍ୟ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରାକ୍ଟର ଓ ଟ୍ରଲି ମୁହାଁମୁହିଁ ଧକ୍କା ହେବାରୁ  ଘଟଣାସ୍ଥଳରେ ୩ ମହିଳାଙ୍କ ମୃତ୍ୟୁ ହୋଇଛି । ଏବଂ ଏଥିରେ ୧୬ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଛି । ଏବଂ ମୃତଦେହକୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ମେଡିକାଲକୁ ପଠାଯାଇଛି।

Also Read :  Pintu Nanda Last Rites: ବାସଭବନରେ ଚାଲିଛି ଅନ୍ତିମ ଦର୍ଶନ, ସ୍ବର୍ଗଦ୍ବାରରେ ହେବ ପିଣ୍ଟୁ ନନ୍ଦଙ୍କ ଶେଷକୃତ୍ୟ ସମ୍ପନ୍ନ

Also Read : Road Accident: ମନ୍ଦିରରେ ମାନସିକ ପୂରା କରି ଘରକୁ ଫେରିଲା ବେଳେ ଚାଲିଗଲା ୫ ଜୀବନ

ସେହିପରି ଫରିଦାବାଦର ଜାତୀୟ ରାଜପଥପେ ଆଜି ଆଉ ଏକ ସଡକ ଦୁର୍ଘଟଣା ଘଟିଛି ।  ଏକ କାରକୁ ଏକ ଟ୍ରଲର ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଲେ, ଜତିନ୍, ଆକାଶ,ବିଶାଲ, ସନ୍ଦୀପ, ବଲଜିତ୍  ଓ ପୁନିତ ।  ଏମାନେ ସମସ୍ତ ରାତିରେ ଏକ ଗୁରୁଗ୍ରାମରୁ ଏକ ଫଙ୍କସନରୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ, ସମସ୍ତ ମୃତକ ପଲଓ୍ବା ଅଞ୍ଚଳର ହୋଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିବା ସହ ମୃତଦେହକୁ ଶବ ବ୍ୟବଚ୍ଛଦ ପାଇଁ ପଠାଇଛି । ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । 

ନିକଟରେ, ତାମଲନାଡୁର ନିମାକାଲ(Namakkal)ରେ ଘଟିଛି ଏହି ଭୟଙ୍କର ସଡ଼କ ଦୁର୍ଘଟଣା (road accident in Namakkal) ଘଟିଥିଲା। ଏଥିରେ ୫ ଜଣଙ୍କର (Five die)ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ, କିଭଳି ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ ଆରମ୍ଭ କରିଛି । ସୂଚନା ଅନୁସାରେ,ତାମିଲନାଡୁ ଅଞ୍ଚଳର ଡ୍ରାଇଭର ପି.ରବି ନିଜ ପରିବାର ଓ ସମ୍ପର୍କୀୟଙ୍କ ସହ କୁରୁର ଜିଲ୍ଲାରେ ଥିବା ଏକ ମନ୍ଦିରକୁ (ସୋମବାର)ଆଜି ସକାଳୁ ଦର୍ଶନ ପାଇଁ ପହଞ୍ଚିଥିଲେ । ଦର୍ଶନ ସୁରୁଖୁରରେ ସାରି ଘର ଅଭିମୁଖେ ଫେରୁଥିଲେ। କିନ୍ତୁ ଜାଣିନ ଥିଲେ ଘରେ ପହଞ୍ଚିବା ପୂର୍ବରୁ ସେମାନଙ୍କ ସହ ଏତେ ବଡ ସଡକ ଦୁର୍ଘଟଣା ଘଟିବ । ଏବଂ ତାଙ୍କର ଏହା ଶେଷ ଯାତ୍ରା ହେବ । ଜାତୀୟ ରାଜପଥରେ ଘରକୁ ଫେରୁଥିବା ବେଳେ ତିରୁଚେଙ୍ଗଡେ(Tiruchengode) ନିକଟରେ ତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା(Road Accident in Tamil Nadu) ।  ଘଟଣାସ୍ଥଳରେ  ହିଁ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ , ଡାକ୍ତରଖାନା ନେବା ବାଟରେ ଆଖି ବୁଜିଥିଲେ ପି ରବିଙ୍କ ସ୍ତ୍ରୀ କବିତା । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଗୁରୁତର ଅବସ୍ଥାରେ ପି.ରବି ଓ ତାଙ୍କ ୪ ବର୍ଷର ପୁଅ ଲକ୍ଷ୍ମଣକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।