VSSUT Student Death Case: ଖୋଲିବ ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ରହସ୍ୟ, ପୁରୁଷ ବନ୍ଧୁଙ୍କ ହେବ ଲାଏ ଡିଟେକ୍ସନ୍ ଟେଷ୍ଟ
Advertisement
Article Detail0/zeeodisha/odisha1595784

VSSUT Student Death Case: ଖୋଲିବ ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ରହସ୍ୟ, ପୁରୁଷ ବନ୍ଧୁଙ୍କ ହେବ ଲାଏ ଡିଟେକ୍ସନ୍ ଟେଷ୍ଟ

Chinmayi Priyadarshini Sahu Death Case: ଏବେବି ରହସ୍ୟ ଘେରରେ ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ (Chinmayi Priyadarshini Sahu Death Case)ମୃତ୍ୟୁ ଘଟଣା । ସେ ପାଓ୍ବାର ଚ୍ୟାନେଲକୁ ଡେଇଁ ଜୀବନ ହାରିଥିବା କୁହାଯାଇଥିବା ବେଳେ ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଝିଅକୁ କେହି ହତ୍ୟା କରି ପାଓ୍ବାର ଚ୍ୟାନେଲକୁ ଠେଲି ଦେଇଥିବା ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Chinmayi Priyadarshini Sahu Death Case: ଏବେବି ରହସ୍ୟ ଘେରରେ ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ (Chinmayi Priyadarshini Sahu Death Case)ମୃତ୍ୟୁ ଘଟଣା । ସେ ପାଓ୍ବାର ଚ୍ୟାନେଲକୁ ଡେଇଁ  ଜୀବନ ହାରିଥିବା କୁହାଯାଇଥିବା ବେଳେ ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।  ଝିଅକୁ କେହି ହତ୍ୟା କରି ପାଓ୍ବାର ଚ୍ୟାନେଲକୁ ଠେଲି ଦେଇଥିବା ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । କିନ୍ତୁ ମୃତ୍ୟୁର କାରଣ ଏ-ପର୍ଯ୍ୟନ୍ତ ସ୍ପଷ୍ଚ ହୋଇ ନାହିଁ । ତେବେ ଏହା ମଧ୍ୟରେ ଚିନ୍ମୟୀଙ୍କ ଶବ ବ୍ୟବେଚ୍ଛଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ଚିନ୍ମୟୀ ପାଣିରେ(VSSUT Student Death) ବୁଡ଼ି ମୃତ୍ୟୁବରଣ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ଘଟଣାରେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ’ଙ୍କ ସହିତ ଅନ୍ୟ ଜଣଙ୍କୁ ପୋଲିସ ଅଟକ ରଖିଛି ।

ଚିନ୍ମୟୀ ସାହୁଙ୍କ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ଲାଇ ଡିଟେକ୍ସନ ଟେଷ୍ଟ (Lie Detection Test) ହେବ ବୋଲି ଜଣାପଡିଛି । ପ୍ରୀତିମାନଙ୍କ ସହ ମାନସ ଟୁଡୁଙ୍କର ମଧ୍ୟ ଲାଇ ଡିଟେକ୍ସନ ଟେଷ୍ଟ (Lie Detection Test)ହେବ । ଲାଇ ଡିଟେକ୍ସନ ଟେଷ୍ଟ (Lie Detection Test) ଭୁବନେଶ୍ୱର ଫରେନସିକ ଲ୍ୟାବରେ ହେବ । ଏଥିପାଇଁ ସମ୍ବଲପୁର ପୋଲିସର ଏକ ଟିମ୍ ୨ଜଣଙ୍କୁ ଭୁବନେଶ୍ୱର ଆଣିଛି । ସେହିପରି ଅଧିକ ତଦନ୍ତ ପାଇଁ ପୋଲିସର ଆଉ ଦୁଇଟି ଟିମ୍ ବଲାଙ୍ଗିର ଓ ସୋନପୁର ଯିବ ବୋଲି ଜଣାପଡ଼ିଛି । ଏହା ସହ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ପିନ୍ଧିଥିବା ପୋଷାକକୁ ପରୀକ୍ଷା ପାଇଁ ପଠାଇବ ପୋଲିସ । ଏହାରି ଭିତରେ  ସେପଟେ ଚିନ୍ମୟୀଙ୍କ ମୃତ୍ୟୁର ତଦନ୍ତ କରୁଥିବା ଟିମ୍ ତାଙ୍କ ଭଡ଼ାଘର ଛାନଭିନ୍ କରିଛି । ଘରୁ ତଦନ୍ତକାରୀ ଟିମକୁ ଏକ ଲାପଟପ୍ ଓ ଡାଏରୀ ଜବତ କରିଛି । ଡାଏରୀରେ ଥିବା ହସ୍ତାକ୍ଷର ଚିନ୍ମୟୀଙ୍କର ନା ନୁହେଁ, ସେଥିପାଇଁ ବିଶେଷଜ୍ଞଙ୍କ ସହାୟତା ନିଆଯିବ । ଏହି ଡାଏରୀରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରେ । ଡାଏରୀରୁ ମୃତ୍ୟୁର ରହସ୍ୟ ଫିଟିବା ନେଇ ପୋଲିସ ଆଶାବାଦୀ ରହିଛି।

Also Read : VSSUT student Death Case: 'ଭିସୁଟ୍‌ ଛାତ୍ରୀଙ୍କ ମୃତ୍ୟୁରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅର ହାତ ରହିଛି '

Also Read : Road Accident: ଭୟଙ୍କର ସଡ଼କ ଦୁର୍ଘଟଣା, ୧୭ ଜଣଙ୍କ ମୃତ୍ୟୁ ସହ ୨୦ ଆହତ

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ (Chinmayi Priyadarshini Sahu Death Case)ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଏସପିଙ୍କ ନିର୍ଦ୍ଦେଶରେ ଏକ ୩ ଜଣିଆ ଟିମ୍ ଗଠନ କରାଯାଇଛି । ଏହି ଟିମରେ ଫରେନସିକ୍ ଏକ୍ସପର୍ଟଙ୍କୁ ସାମିଲ କରାଯିବ ବୋଲି ଜଣାପଡ଼ିଛି। ତେବେ ପୋଲିସ ମୁତାବକ, ଏହି ଟିମ୍ ଚିନ୍ମୟୀଙ୍କର ପୁରୁଷବନ୍ଧୁ ଓ ତାଙ୍କ ସାଙ୍ଗସାଥୀ,ଭିସୁଟ୍ କର୍ତ୍ତୃପକ୍ଷଙ୍କୁ ତଦନ୍ତ ପରିସରକୁ ଆଣିବ । ସେମାନେ ସମସ୍ତେ ଗତ ମାସ ୨୮ ତାରିଖରେ ଭିସୁଟରେ ପହଞ୍ଚିବା ପରେ ଗତିବିଧି କିପରି ଥିଲା ତାହାକୁ ସମୀକ୍ଷା କରାଯାଇ ତଥ୍ୟ ସଂଗ୍ରହ କରାଯିବ । ତେବେ ଦୁହିଁଙ୍କ ମଧ୍ୟରେ ଦୀର୍ଘଦିନ ହେଲା ସମ୍ପର୍କ ଥିବା ପ୍ରୀତିମାନ ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ଚିନ୍ମୟୀ ସ୍ୱଇଚ୍ଛାରେ ବ୍ରଜରୁ ପାଣିକୁ ଡେଇଁଥିଲେ ନା ତାଙ୍କୁ କେହି ଠେଲିଥିଲା ତା’ ଉପରେ ଅନୁସନ୍ଧାନ କରାଯିବ ।

ସୂଚନା ଅନୁସାରେ, ଗତ ମଙ୍ଗଳବାର ଭିସୁଟ୍‌ର ସମାବର୍ତ୍ତନ ଉତ୍ସବରେ ନିଜ ସ୍ନାତକ ଡିଗ୍ରି ପ୍ରମାଣପତ୍ର ନେବା ପାଇଁ ଆସିଥିଲେ ଛାତ୍ରୀ ଚିନ୍ମୟୀ ସାହୁ। କାର୍ଯ୍ୟକ୍ରମ ସରିବା ପରେ ଚିନ୍ମୟୀ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ସହ ପାୱାର ଚ୍ୟାନେଲ୍‌କୁ ବୁଲିଯାଇଥିଲେ। ସେଠି ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଆଲୋଚନା ହେବା ପରେ ଚିନ୍ମୀୟ ପାୱାର ଚ୍ୟାନେଲ୍‌କୁ ଡେଇଁ ପଡ଼ିଥିଲେ। ପୋଲିସ ପାରିବାରିକ କଳହ ମୃତ୍ୟୁର କାରଣ ବୋଲି ସନ୍ଦେହ କରୁଥିବା ବେଳେ ଚିନ୍ମୟୀଙ୍କ ଘର ଲୋକେ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ। ଏହି ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।