Biju Patnaik Birth Anniversary: ମନେପଡ଼ନ୍ତି ‘ଝଡ଼ର ଇଗଲ’ ବିଜୁ ବାବୁ, ଜନ୍ମ ଦିନରେ ଜାଣନ୍ତୁ କିଛି ଅଜଣା କଥା
Advertisement
Article Detail0/zeeodisha/odisha1596849

Biju Patnaik Birth Anniversary: ମନେପଡ଼ନ୍ତି ‘ଝଡ଼ର ଇଗଲ’ ବିଜୁ ବାବୁ, ଜନ୍ମ ଦିନରେ ଜାଣନ୍ତୁ କିଛି ଅଜଣା କଥା

Biju Patnaik Birth Anniversary: ଆସି ସାରା ରାଜ୍ୟ ପାଳୁଛି ଓଡ଼ିଶାର ଲୌହ ମାନବ, ଦୁର୍ଦ୍ଧର୍ଷ ପାଇଲଟ, ବିଚକ୍ଷଣ ରାଜନୀତିଜ୍ଞ ଓ ଦକ୍ଷ ଶିଳ୍ପପତି ଭାବେ ସୁପରିଚିତ ବଜୁ ବାବୁଙ୍କ ଜନ୍ମ ଜୟନ୍ତୀ । ଜାତୀୟ ସ୍ତରରେ ସେ ଥିଲେ ଜଣେ ସର୍ବମାନ୍ୟ ନେତା ଓ ଜନନାୟକ ।

ସୌ(ସୋସିଆଲ ମିଡିଆ)

Biju Patnaik Birth Anniversary: ଆଜି ସାରା ରାଜ୍ୟ ପାଳୁଛି ଓଡ଼ିଶାର ଲୌହ ମାନବ, ଦୁର୍ଦ୍ଧର୍ଷ ପାଇଲଟ, ବିଚକ୍ଷଣ ରାଜନୀତିଜ୍ଞ ଓ ଦକ୍ଷ ଶିଳ୍ପପତି ଭାବେ ସୁପରିଚିତ ବଜୁ ବାବୁଙ୍କ ଜନ୍ମ ଜୟନ୍ତୀ । ଜାତୀୟ ସ୍ତରରେ ସେ ଥିଲେ ଜଣେ ସର୍ବମାନ୍ୟ ନେତା ଓ ଜନନାୟକ । ପ୍ରବାଦ ପୁରୁଷ, ଭୂମିପୁତ୍ର ଭାବେ ଆଖ୍ୟ ପାଇଥିବା ଏହି ମହାନ ବ୍ୟକ୍ତି ୧୯୧୬ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଶାବାସୀଙ୍କ ମନରେ ସ୍ଥାନ ପାଇଥିବା ବିଜୁ ପଟ୍ଟନାୟକ ଥିଲେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା । କଳିଙ୍ଗ ପୁତ୍ର ଭାବେ ସେ ପରିଚିତ ଥିଲେ । ଆଜି ଏହି କିମ୍ବଦନ୍ତୀ ନେତାଙ୍କ ଜନ୍ମ ବାର୍ଷିକୀରେ ଆସନ୍ତୁ ଜାଣିବା 'ଝଡ଼ର ଇଗଲ' ଭାବେ ପରିଚିତ ବିଜୁ ବାବୁଙ୍କୁ ନେଇ କିଛି ତଥ୍ୟ ।

  • ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଏହି ପ୍ରବାଦ ପୁରୁଷ ।
  • ତାଙ୍କ ପୈତୃକ ଗ୍ରାମ ଥିଲା ଗଞ୍ଜାମ ଜିଲ୍ଲାର ଜି- ନୂଆ ଗାଁ ।
  • ମାଆ ଆଶାଲତା ଦେବୀ ଜଣେ ବଙ୍ଗାଳୀ ଥିବା ବେଳେ ପିତା ଲକ୍ଷ୍ମୀନାରାୟଣ ଥିଲେ ଜଣେ ଓଡ଼ିଆ ।
  • ବିଜୁ ବାବୁଙ୍କ ପୂରା ନାମ ଥିଲା ବିଜୟାନନ୍ଦ ପଟ୍ଟନାୟକ ।  
  • ସ୍କୁଲ ଶିକ୍ଷା ପରେ ସେ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ । ପାଇଲଟ୍ ହେବାରେ ଇଚ୍ଛା ଥିବାରୁ ରେଭେନ୍ସା ଛାଡ଼ି ସେ ବିମାନ ଚାଳନାରେ ତାଲିମ ନେଇଥିଲେ ।
  • ସ୍ବାଧୀନତା ପରେ କାଶ୍ମୀର ଉପରେ ପାକ୍ ଆକ୍ରମଣ କାଳରେ ଦୁର୍ଗମ ଅଞ୍ଚଳରେ ଭାରତୀୟ ସେନାଙ୍କୁ ଅତ୍ୟାବଶ୍ୟକ ଉପକରଣ ଯୋଗାଇ ସେ ଦେଶବାସୀଙ୍କ ପ୍ରିୟଭାଜନ ହୋଇପାରିଥିଲେ ।
  • ବିଜୁ ପଟ୍ଟନାୟକ ପାଇଲଟ ଭାବେ ନିଜର ସାହସିକତା ପାଇଁ ବେଶ ପରିଚିତ ଥିଲେ । ସେ ୧୯୪୭ରେ କଳିଙ୍ଗ ଏୟାରଲାଇନ ଗଠନ କରିଥିଲେ । କମ୍ପାନୀର କୋଲକତା ମୁଖ୍ୟାଲୟରେ ୧୫ଟି ଡ଼ାକୋଟା ବିମାନ ପାର୍କିଂ ହୋଇଥିଲା । ଏହି ବିମାନ ଗୁଡ଼ିକ ମୁଖ୍ୟତଃ କାଶ୍ମୀରରେ ମୁତୟନ ଥିବା ଯବାନଙ୍କ ପରିବହନ ପାଇଁ ସେନାର ଦ୍ବାରା ବ୍ୟବହାର କରାଯାଉଥିଲା ।
  • ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପରାମର୍ଶକ୍ରମେ ନିଜ ଜୀବନକୁ ବାଜି ଲଗାଇ ଇଣ୍ତୋନେସିଆର ରାଜନେତାମାନଙ୍କୁ ଡଚ୍ ଶାସକ ମାନଙ୍କ କବଳରୁ ସେ ଉଦ୍ଧାର କରି ଦିଲ୍ଲୀ ନେଇ ଆସିଥିଲେ । ଏହାପରେ ସେ ପାଲଟି ଯାଇଥିଲେ ଜଣେ ତାରକା ପାଇଲଟ୍ ।
  • ୧୯୪୭ ମସିହାର ଇଣ୍ତୋନେସିଆର ପୂର୍ବତନ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟା ଓ ପ୍ରଧାନମନ୍ତ୍ରୀ ସୁତାନ ସାଝାରୀଙ୍କୁ ଶତ୍ରୁଙ୍କ କବଳରୁ ଉଦ୍ଧାର କରିଥିଲେ ବିଜୁ ବାବୁ ।
  • ଏଥିଲାଗି ଇଣ୍ତୋନେସିଆ ପକ୍ଷରୁ ତାଙ୍କୁ ଦେଶର ସର୍ବୋଚ୍ଚ ଅଣସାମରିକ ସମ୍ମାନ ‘ଭୂମିପୁତ୍ର’ ପ୍ରଦାନ କରାଯାଇଥିଲା ।
  • ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଜାପାନୀଙ୍କ ଦ୍ବାରା ବନ୍ଦୀ କେତେକ ବ୍ରିଟିଶ୍ ପରିବାରକୁ ମୁକ୍ତ କରିଥିଲେ । ତାଙ୍କର ଏହି ସାହସିକତା ପାଇଁ ତାଙ୍କୁ ବ୍ରିଟିଶ ଶାସକ ମାନେ ସମ୍ମାନିତ କରିଥିଲେ ।
  • ୧୯୫୧ ମସିହାରେ ତାଙ୍କୁ ‘ୟୁନେସ୍କୋ କଳିଙ୍ଗ ପୁରସ୍କାର’ ପ୍ରଦାନ କରାଯାଇଥିଲା ।
  • ୧୯୬୧ରେ ମଧ୍ଯବର୍ତ୍ତୀକାଳୀନ ବିଧାନସଭା ନିର୍ବାଚନରେ ବିଜୁବାବୁ ନେତୃତ୍ବରେ ଭାରତୀୟ ଜାତୀୟ କଂଗ୍ରେସ ୧୪୦ରୁ ୮୨ଟି ଆସନ ଦଖଲ କରିଥିଲେ । ସେ ମାତ୍ର ଅଳ୍ପ ସମୟ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ ମଧ୍ଯ ସେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଦୃଢ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ ।  
  • ଓଡି଼ଶାରେ ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ବିଜୁ ବାବୁଙ୍କ ନାମରେ ନାମିତ ।
  • ବିଜୁ ପଟ୍ଟନାୟକ ଭୁବନେଶ୍ବରସ୍ଥିତ ‘ନବୀନ ନିବାସରେ’ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।
  • ପ୍ରତିବର୍ଷ ମାର୍ଚ୍ଚ ମାସ ୫ ତାରିଖ, ବିଜୁବାବୁଙ୍କ ଜୟନ୍ତୀ ଅବସରରେ ସରକାର ଏହାକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିଆସୁଛନ୍ତି ।