ଅଜୟ ନାଥ, ସମ୍ବଲପୁର:  ରାଜ୍ୟରେ ପ୍ରଥମ ଥର କଳା ଗହମ ଓ କଳା ହଳଦୀ ଅମଳ ହୋଇଛି। ସମ୍ବଲପୁରର ଉଚ୍ଚ ଶିକ୍ଷିତ ଯୁବ ଚାଷୀ ଦିବ୍ୟରାଜ ବେରିହା ଏଭଳି ପ୍ରୟାସ କରି କମାଲ ଦେଖାଇଛନ୍ତି। ଓଡିଶା ମାଟିରେ ଏହା ସମ୍ଭବ ହୋଇନଥିଲେ ମଧ୍ୟ ରାଜ୍ୟରେ ପ୍ରଥମ ଥର ପାଇଁ ଏହାସମ୍ବଲପୁର ମାଟି ରେ ଚାଷ କରି ସେ ସଫଳ ହୋଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଆପଣ କେବେ ଦେଖିଛନ୍ତି କି କଳା ରଙ୍ଗର ଗହମ ଓ କଳା ହଳଦୀ? ଏକଥା ଆପଣଙ୍କୁ ଚକିତ କରୁଥିବ ହେଲେ ଏହା ସମ୍ପୂର୍ଣ୍ଣ ସତ୍ୟ। ସମ୍ବଲପୁର (Sambalpur) ର ଉଚ୍ଚ ଶିକ୍ଷିତ ଯୁବକ ଦିବ୍ୟରାଜ ବେରିହା (Dibyaraj Beriha) ନିଜ ଫାର୍ମ ହାଉସରେ ଏଭଳି ହଳଦୀ (Black Turmeric) ଓ ଗହମ (Black Wheat) ଚାଷ କରି ସଫଳ ହୋଇଛନ୍ତି। ଯାହାକି ଗଛ ପତ୍ରରୁ କଳା ରହିବା ସହ ହଲଦୀ ଓ ଗହମ ଗୁଣ୍ତ ମଧ୍ୟ କଳା ରହିଥାଏ। 



ପଞ୍ଜାବ (Punjab) ର ଏକ କୃଷି ବିଶ୍ବବିଦ୍ୟାଳୟ (Agri Versity) ର ସାହାଯ୍ୟରେ ଚାରା ଆଣି ଦିବ୍ୟରାଜ ନିଜ ଫାର୍ମ ହାଉସରେ ପ୍ରଥମେ ଏହାକୁ ପରୀକ୍ଷା ପାଇଁ ଚାଷ କରିଛନ୍ତି। ବର୍ତ୍ତମାନ ସମୟରେ ଏହାର ରିଜଲ୍ଟ ଭଲ ଆସିଛି। ଏହାର ଚାହିଦା ମଧ୍ୟ ଭଲ ଥିବା ବେଳେ କଳା ହଳଦୀ କିଲୋପ୍ରତି ସାଢେ ୪ ହଜାରୁ ଊର୍ଦ୍ଧ୍ବ ହେବ ବୋଲି ସେ କହିଛନ୍ତି। କଳା ହଳଦୀରେ ଅନେକ ଔଷଧିୟ ଗୁଣ ରହିଛି। ପୁର୍ବରୁ ଏହା ଜଙ୍ଗଲରେ ଦେଖିବାକୁ ମିଳୁଥିଲା। କିନ୍ତୁ ରକ୍ଷଣବେକ୍ଷଣ ଓ ଏହାର ସୁରକ୍ଷା ଅଭାବ ଯୋଗୁ କଳା ହଲଦୀ ଲୋପ ପାଇବାରେ ବସିଛି।


Also Read: ଆତ୍ମନିର୍ଭର ହେଉଛନ୍ତି ଗ୍ରାମାଞ୍ଚଳର ମହିଳା


କଳା ହଳଦୀ ପରି କଳା ରଙ୍ଗର ଗହମ ଚାରା ମଧ୍ୟ ପଞ୍ଜାବରୁ ଆଣି ଚଳିତବର୍ଷ ଏହାକୁ ପରୀକ୍ଷା ପାଇଁ ଚାଷ କରାଯାଇଛି। ଏହାର ମଧ୍ୟ ରିଜଲ୍ଟ ଭଲ ଆସିଛି। କଳା ରଙ୍ଗର ଗହମ ବିହନର ଦାମ କିଲୋଗ୍ରାମ ପ୍ରତି ୧୨ ଶହରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିଥାଏ। ଏଥିରୁ ପ୍ରସ୍ତୁତ ଅଟା ମଧ୍ୟ କିଲୋ ପ୍ରତି  ୪ ଶହ ଅଧିକ ଟଙ୍କା ଓ ଏହା ଔଷଧିୟ ଗୁଣ (Medicine) ଭରି ରହିଛି। ଚଳିତବର୍ଷ ଏହି କଳା ରଙ୍ଗର ହଳଦୀ ଓ ଗହମ ଭଲ ଚାଷ ହେବାରୁ  ଆସନ୍ତାବର୍ଷ ଏହି ଅଞ୍ଚଳରେ ଚାଷୀଙ୍କୁ ମଧ୍ୟ ଚାଷ କରିବା ପାଇଁ ବିହନ ବଣ୍ଟାଯିବ ବୋଲି ଦିବ୍ୟରାଜ ବେରିହା କହିଛନ୍ତି।



ସେପଟେ ଦିବ୍ୟରାଜ ବେରିହାଙ୍କ ଏପରି ନିଆରା ଉଦ୍ୟମକୁ ସମ୍ବଲପୁରବାସୀ ଖୁବ ପ୍ରଶଂସା କରିଛନ୍ତି। ସମ୍ବଲପୁରରେ କଳା ଗହମ ସହ କଳା ହଳଦୀ ଚାଷ କରି ବେସ ସଫଳତା ପାଇଥିବା ଦିବ୍ୟରାଜଙ୍କ ଠାରୁ ଅନ୍ୟ ଚାଷୀ ପ୍ରେରଣା ପାଇ ଏହି ଚାଷ କରିବା ପାଇଁ ଉତ୍ସାହିତ ହେବେ ବୋଲି କୃଷି ବିଶେଷଜ୍ଞମାନେ କହିଛନ୍ତି। ଏଥିସହ ଏହିପରି ବିରଳ ଚାଷ କରିବା ପାଇଁ ସରକାରୀ ସ୍ତରରେ ଅଧିକ ପ୍ରୋତ୍ସାହନ ଦେବାପାଇଁ ହିରାଲାଳ ବେହେରା ଓ ତଫିଜୁଲ ହୁସେନ ଭଲି ବୁଦ୍ଧିଜୀବୀ ଦାବି କରିଛନ୍ତି।


Also Read: ଦିବ୍ୟାଙ୍ଗ ମିହିରଙ୍କୁ କେବେ ମିଳିବ ସରକାରୀ ସହାୟତା?


ଦିବ୍ୟରାଜ ବେରିହା, ଓଡିଶା (Odisha) ରେ ପ୍ରଥମେ ଏଭଳି ପ୍ରୟାସ କରି କଳା ହଲଦୀ, କଲା ଗହମ ଓ ଷ୍ଟୋବେରି ଚାଷ କରିଛନ୍ତି। ଏହାକୁ ଅନୁସରଣ କରି ଅନେକ ଚାଷୀ (Odisha Farmers) ନିଜେ ଚାଷ କରି ଆତ୍ମନିଭଶୀଳ ହୋଇପାରିବେ ବୋଲି ଦିବ୍ୟରାଜ କହିଛନ୍ତି।