ଦିବ୍ୟାଙ୍ଗ ମିହିରଙ୍କୁ କେବେ ମିଳିବ ସରକାରୀ ସହାୟତା?
Advertisement

ଦିବ୍ୟାଙ୍ଗ ମିହିରଙ୍କୁ କେବେ ମିଳିବ ସରକାରୀ ସହାୟତା?

ମିହିର ସାହୁ, ବୟସ ୧୪ ହେବ। ରେଢାଖୋଲ ବ୍ଳକ କୁକୁଡାବାହାଲି ଗାଁର ମିହିର ଜନ୍ମରୁ ଦିବ୍ୟାଙ୍ଗ।

ଦିବ୍ୟାଙ୍ଗ ମିହିରଙ୍କୁ କେବେ ମିଳିବ ସରକାରୀ ସହାୟତା?

ଅଜୟ ନାଥ, ସମ୍ବଲପୁର: ସରକାର ଦିବ୍ୟାଙ୍କଙ୍କ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ବାସ୍ତବରେ ତାହାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ତାହାର ଜ୍ଜଳନ୍ତ ଉଦାହରଣ ଦେଉଛନ୍ତି ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କୁକୁଡା ବାହାଳି ଗାଁର ଦିବ୍ୟାଙ୍ଗ ମିହିର ସାହୁ। ଜନ୍ମରୁ ସେ ଦିବ୍ୟଙ୍ଗ। ନା କଥାକହି ପାରୁଛନ୍ତି, ନା କୌଣସି କଥା ବୁଝି ପାରୁଛନ୍ତି। ଏପରିକି ଶାରିରୀକ ଗଠନରେ ସମସ୍ୟା କାରଣରୁ ସେ ଚଲାବୁଲା ମଧ୍ୟ କରିପାରୁନଥିବା ଜଣାପଡ଼ିଛି । ଜନ୍ମରୁ ଆଜିଯାଏ କେବଳ ବିଛଣାରେ ପଡିରହିଛନ୍ତି। ତାଙ୍କର ସବୁ କାମ ତାଙ୍କ ମା'ଙ୍କ ସଯଯୋଗରେ ହୋଇଥାଏ। ନିଜେ କିଛି ବି କରିପାରନ୍ତି ନାହିଁ। ସରକାରଙ୍କର ସବୁ ଯୋଜନା ଯେମିତି ମିହିରଙ୍କ  ନିକଟରେ ସତେ ଯେପରି ଅପହଞ୍ଚ ହୋଇପଡ଼ିଛି । 

ଅଧିକ ପଢନ୍ତୁ: ଆଜି ରାଜ୍ୟ ବଜେଟ

ମିହିର ସାହୁ, ବୟସ ୧୪ ହେବ। ରେଢାଖୋଲ ବ୍ଳକ କୁକୁଡାବାହାଲି ଗାଁର ମିହିର ଜନ୍ମରୁ ଦିବ୍ୟାଙ୍ଗ।  ଫଳରେ ସେ କୌଣସି କାର୍ଯ୍ୟ ନିଜେ କରିପାରନ୍ତି ନାହିଁ। ତାଙ୍କର ସମସ୍ତ କାର୍ଯ୍ୟ ତାଙ୍କର ମା' ହିଁ କରିଥାନ୍ତି। ପିଲାଟିର ବାପା ଦିନ ମଜୁରୀ କରି ଯାହା ଆଣିଥାନ୍ତି, ସେଥିରେ ସେମାନଙ୍କର ପରିବାର ଚଳେ। ମା'ଙ୍କ କହିବା କଥା ହେଲା ସେ ମଧ୍ଯ ମୂଲ କାମ କରି ଯାଇଥାନ୍ତେ,କିନ୍ତୁ ଛୁଆକୁ ଛାଡି କୌଣସି ଜାଗାକୁ ଯାଇ ପାରୁ ନାହାଁନ୍ତି। 

କାରଣ ମା' ଖୁଆଇଦେଲେ ଯାଇ ଛୁଆ ଖାଏ, ଛୁଆର ସମସ୍ତ ନିତ୍ଯ କର୍ମ ମା' ହିଁ କରେଇଥାନ୍ତି। ଛୋଟ ସମୟରୁ ପିଲାଟିକୁ ଡାକ୍ତରଙ୍କ ପାଖକୁ ନିଆ ଯାଇଥିଲା। କିନ୍ତୁ ଡାକ୍ତର ଛୁଆଟି ଆଉ ଭଲ ହୋଇପାରିବ ନାହିଁ ବୋଲି କହିଥିଲେ। ସେ ଦିନ ଠାରୁ ଆଉ ତାକୁ ଡାକ୍ତରଖାନାକୁ ଘର ଲୋକେ ନେଇନାହାଁନ୍ତି। ଘରେ ରଖି ପିଲାଟିର ସେବା କରୁଛନ୍ତି। ପିଲାଟିର ଟିପଚିହ୍ନ ହୋଇ ନପାରିବାରୁ ଆଧାରକାର୍ଡଟିଏ ମଧ୍ଯ ନାହିଁ। ଫଳରେ ମିହିର ନାମରେ ରାସନ କାର୍ଡଟିଏ ବି ହୋଇପାରିନାହିଁ। ଭଲ ଘରଟିଏ ନ ଥିବା ଫଳରେ ତଳେ ପଟି ପକାଇ ପିଲାଟିକୁ ପରିବାର ଲୋକେ ଶୁଆଇ ଦେଉଛନ୍ତି। ସରକାରଙ୍କ ଯୋଜନାରୁ ପିଲାଟିର ନାମରେ ୩୫ କେଜି ଚାଉଳ ସାଙ୍ଗକୁ ଘର ଖଣ୍ଡେ ପାଇଲେ, ଭବିଷ୍ଯତରେ ପରିବାର ଲୋକ ନ ଥିବା ସମୟରେ ମଧ୍ଯ ଯେ କେହି ତାର ସେବା କରିପାରିବ ବୋଲି ତାର ମାଁ ଦୁଃଖର ସହ କହୁଛନ୍ତି। 

ଅଧିକ ପଢନ୍ତୁ: ଏହି ରାଜ୍ୟରେ ପେଟ୍ରୋଲ-ଡିଜେଲ ଯଥାକ୍ରମେ ୧୨ ଓ ୪ ଟଙ୍କା ପ୍ରତି ଲିଟର ମିଳୁଛି ଶସ୍ତା, ଜାଣନ୍ତୁ ଏହାର କାରଣ

ଦିବ୍ୟାଙ୍ଗ ମିହିରର ବାପା ମୂଲ ଲାଗି ଯାହା ଉପାର୍ଜନ କରେ, ସେଥିରେ ତାଙ୍କର ଘର ଚଳେ। ତେଣୁ ଦିବ୍ୟାଙ୍ଗ ମିହିର ସାହୁଙ୍କୁ ଯଥାଶୀଘ୍ର ସରକାରଙ୍କ ଯୋଜନାରୁ ବାସଗୃହ ଏବଂ ୩୫ କେଜିର ଏକ ରାସନକାର୍ଡ କରାଯିବା ପାଇଁ ଆବଶ୍ୟକୀୟ ସରକାରୀ ପଦକ୍ଷେପ ନିଆଯିବ ବୋଳି ସମ୍ବଲପୁର ଜିଲ୍ଲା  ଭିନ୍ନକ୍ଷମ ଅଧିକାରୀ କହିଛନ୍ତି। ସରକାରଙ୍କ ସୁବିଧା ପାଇବାରୁ ମିହିର ସାହୁ ଙ୍କ ଭଲି ବହୁ  ବିକଳାଙ୍ଗ ପିଲା ବଞ୍ଚିତ ହେଉଥିବା ବେଳେ  କେବେ ଏମାନଙ୍କୁ ସୁବିଧା  ଯୋଗାଇ ଦିଆଯିବ, ତାହା  ଦେଖିବାକୁ ବାକି ରହିଲା।