ଆତ୍ମନିର୍ଭର ହେଉଛନ୍ତି ଗ୍ରାମାଞ୍ଚଳର ମହିଳା। ଜିଲ୍ଲା ପ୍ରଶାସନ ତରଫରୁ ବଜାର ଯୋଗାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।
Trending Photos
ଅଜୟ ନାଥ, ସମ୍ବଲପୁର: ଆତ୍ମନିର୍ଭର ହେଉଛନ୍ତି ଗ୍ରାମାଞ୍ଚଳର ମହିଳା। ଜିଲ୍ଲା ପ୍ରଶାସନ ତରଫରୁ ବଜାର ଯୋଗାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏଭଳି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲା ସମ୍ବଲପୁର ବନ ବିଭାଗ। ଗ୍ରାମାଞ୍ଚଳର ମହିଳାମାନେ କିଭଳି ଭାବରେ ଆତ୍ମନିର୍ଭର ଏବଂ ସ୍ୱାବଲମ୍ବୀ ହେବେ, ତୃଣମୂଳ ସ୍ତରରୁ ସେମାନଙ୍କୁ ପ୍ରଶିକ୍ଷଣ ଦେବା ସହ କିଭଳି ବଜାର ଯୋଗାଇ ଦିଆଯିବ ସେ ବାବଦରେ ଆଲୋଚନା କରାଯାଇଥିଲା।
ସମ୍ବଲପୁର ବନବିଭାଗ ତରଫରୁ ଏକ ପ୍ରଦର୍ଶନୀ ଏବଂ ସମୀକ୍ଷା ବୈଠକ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବନ୍ୟଜାତ ଦ୍ରବ୍ୟ ସହ କିଭଳି ସେହି ଅଞ୍ଚଳର ମହିଳାମାନେ ନିଜେ ପରିଶ୍ରମ କରି ଦୁଇ ପଇସା ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରିପାରିବେ ସେ ବାବଦରେ ତାଙ୍କୁ ବୁଝାଯାଇଥିଲା। ଗ୍ରାମାଞ୍ଚଳରେ ଯେଭଳି ଭାବରେ ହରିଡା ବାହାଡ଼ା ବାଉଁଶ ଛତି ଇତ୍ୟାଦି ମିଳୁଛି ତାହାକୁ ବିକ୍ରି କରିବା ସହ ବରି, ପାମ୍ପଡ଼ ଇତ୍ୟାଦି ପ୍ରସ୍ତୁତ କରି ନିଜେ ଆତ୍ମନିର୍ଭର ହେଉଛନ୍ତି ମହିଳା।
ତା ସହ ଶାଳ ପତ୍ର ସଂଗ୍ରହ କରି ଖଲି ପ୍ରସ୍ତୁତ କରିବା ପାଇଁ ଶିକ୍ଷା ପ୍ରଦାନ କରାଯାଉଛି ଯାହା ଦ୍ୱାରା ପୂର୍ବରୁ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିବା ମହିଳା ମାନେ ବର୍ତ୍ତମାନ ସ୍ୱାବଲମ୍ବୀ ହେବା ସହ ନିଜେ ଦୁଇ ପଇସା ବେଶି ରୋଜଗାର କରୁଛନ୍ତି।ତା ପରେ ସେମାନେ ପୂର୍ବରୁ ଅନ୍ୟ ଲୋକଙ୍କ ଅଧୀନରେ କାମ କରୁଥିଲେ ବର୍ତ୍ତମାନ ନିଜ ସମୟ ଅନୁସାରେ କାର୍ଯ୍ୟ କରିବା ସହ ପରିବାର କୁ ବି ସମୟ ଦେଇପାରୁଛନ୍ତି ଏବଂ ସ୍ୱାବଲମ୍ବୀ ହୋଇପାରିଛନ୍ତି।ବନବିଭାଗ ର ଏଭଳି କାର୍ଯ୍ୟ କୁ ପ୍ରଶଂସା କରିଛନ୍ତି ଆତ୍ମନିର୍ଭର ହୋଇପାରିଥିବା ମହିଳା ମାନେ।
ସମ୍ବଲପୁର ଜିଲ୍ଲା ବନବିଭାଗ ତରଫରୁ ଗ୍ରାମାଞ୍ଚଳରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରଶିକ୍ଷଣ ଶିବିର ମାନ ଅନୁଷ୍ଠିତ କରିଥାଏ।ମୁଖ୍ୟ ଲକ୍ଷ ହେଲା ଗ୍ରାମାଞ୍ଚଳର ମହିଳା ମାନେ ଆତ୍ମନିର୍ଭର ହେବା ସହ ସ୍ୱାବଲମ୍ବୀ ହୋଇପାରିବେ।ସମ୍ବଲପୁର ଅଞ୍ଚଳରେ ତିଆରି ହେଉଥିବା ଶାଳପତ୍ର ଖଲି ଦନା ସୁଦୂର ଗୋଆ କୁ ରପ୍ତାନି କରାଯାଉଛି।ଏଥର ସମ୍ବଲପୁର ସହର ମଧ୍ୟରେ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ପାଇଁ ଦୋକାନ ର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି।
ଯେଉଁଠାରେ କି ସେମାନେ ସମସ୍ତ ତିଆରି ସାମଗ୍ରୀ ଆଣି ବିକ୍ରି କରିପାରିବେ।ଯଦ୍ୱାରା ମହିଳା ମାନଙ୍କୁ ବୁଲି ବୁଲି ବିକ୍ରିକରିବା ପାଇଁ ପଡିବ ନାହିଁ।ଗ୍ରାହକ ନିଜେ ଆସି ଦୋକାନ ରୁ କିଣିନେଇପାରିବେ।ଆଗକୁ ମଧ୍ୟ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଯୋଜନା ପ୍ରସ୍ତୁତ ସହ ପ୍ରଶିକ୍ଷଣ ଦେଇ ବନବିଭାଗ ଆତ୍ମନିର୍ଭର କରିବ ବୋଲି କହିଛନ୍ତି DFO।
ରାଜ୍ୟ ସରକାର ଯେଭଳି ଭାବରର ଗ୍ରାମାଞ୍ଚଳର ମହିଳାମାନଙ୍କୁ ଆତ୍ମନିର୍ଭର ହେବାରେ ସହାୟକ ହେଉଛନ୍ତି ସେଥିପାଇଁ ସାଧାରଣ ରେ ପ୍ରସଂସା କରାଯାଇଛି।