ଝାରସୁଗୁଡା: ମଧ୍ୟପ୍ରଦେଶ ଅଶୋକ ନଗର ନିଖୋଜ, ଓଡିଶା ଝାରସୁଗୁଡ଼ାରେ ଉଦ୍ଧାର।  ୮୫୪ କିଲୋମିଟରର ଦୂରତାରେ ଉଦ୍ଧାର ହୋଇ ଟ୍ରେନରେ ଆସିଥିବା ଘଟଣା କହିଲେ ନିଖୋଜ ଥିବା ୧୫ ବର୍ଷୀୟ ନାବାଳକ। ତନ୍ତ୍ର ସାଧନାର ଶିକାର ହୋଇଥିଲେ କି ଉକ୍ତ ନାବାଳକ? ଉପସ୍ଥିତ ବୁଦ୍ଧି ଲଗାଇ ଝାରସୁଗୁଡ଼ାରେ ଓହ୍ଲାଇବା ହେଲା ଅଜୟ ଙ୍କର ପକ୍ଷରେ ଭଲ!


COMMERCIAL BREAK
SCROLL TO CONTINUE READING

ଝାରସୁଗୁଡ଼ା ରେଳ ଷ୍ଟେସନରେ ଗତ ଜୁନ ୧୫ ତାରିଖରେ ଜଣେ ୧୫ ବର୍ଷୀୟ ନାବାଳକ ବୁଲାବୁଲି କରୁଥିବା ଦେଖି RPF ସେହି ବାଳକର ପରିଚୟ ଏବଂ ଠିକଣା ମାଗିଥିଲା। ହେଲେ ବାଳକଟି ନିଜ ନାମ ଅଜୟ ଆଦିବାସୀ କହିଥିବା ବେଳେ କିନ୍ତୁ ଠିକଣା କହିପାରିନଥିଲା। ପ୍ରାରମ୍ଭିକ ସମୟରେ RPFକୁ ଏହା ଏକ ମାନସିକଅନଗ୍ରସର ବାଳକ ପରିଲକ୍ଷିତ ହେଲା ଏବଂ ଚାଇଲ୍ଡ଼ ଲାଇନକୁ ଉକ୍ତ ବାଳକକୁ  ଝାରସୁଗୁଡ଼ା RPF ହସ୍ତାନ୍ତର କରିଦେଇଥିଲା। 


Also Read: ଶିକ୍ଷୟିତ୍ରୀ ଓ ଛାତ୍ରଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଭାଇରାଲ, ଟାଟୁରୁ ମିଳିଲା ପରିଚୟ


ଯେତେବେଳେ SHELTER HOUSEର କର୍ମକର୍ତ୍ତାମାନେ ଅଜୟ ବିଷୟରେ ତଦନ୍ତ କରିଥିଲେ ସେ ଧୀରେ ଧୀରେ ନିଜର ପରିଚୟ ଏବଂ ଠିକଣା କହିଥିଲା। ଯାହା ସିଏ କହିଥିଲା ତାହା ସାମାନ୍ୟ ନଥିଲା। ଅଜୟ ଗତ ୧୪ ତାରିଖ ରାତିରେ ଅଜୟ ଗୋଟିଏ ପୁରୁଣା ମୋବାଇଲ ଫୋନ ବିକ୍ରି କରି ନିଜ ଘର ମଧ୍ୟପ୍ରଦେଶ ରାଜ୍ୟ ଅଶୋକନଗର ଜିଲ୍ଲା ମୋଉଗୁଲି ଗ୍ରାମକୁ ଫେରୁଥିଲେ। ହେଲେ ଅଶୋକନଗର ରେଳ ଷ୍ଟେସନରେ ଜଣେ ବଡ଼ ଦାଢ଼ି ଥିବା ବ୍ୟକ୍ତି ଯିଏ ବଡ଼ ବଡ଼ ମୁଦି ପିନ୍ଧିଥିଲେ, ସିଏ ଅଜୟର ମୁଣ୍ଡରେ ହାତ ରଖିଦେଇଥିଲେ। ସେତେବେଳେ ଅଜୟ ସେହି ବ୍ୟକ୍ତିଙ୍କୁ ନିଜର ଜଣେ କାକା ଭାବି ତାଙ୍କ ପଛେ ପଛେ ଯାଇଥିଲେ ଏବଂ ଗୋଟିଏ ଟ୍ରେନରେ ଚଢିଯାଇଥିଲେ। 



ଟ୍ରେନଟି ଝାରସୁଗୁଡ଼ା ରେଳ ଷ୍ଟେସନକୁ ଆସିବା ସମୟରେ ସେହି ବ୍ୟକ୍ତି ଜଣକ ମୋବାଇଲ ଫୋନରେ କଥା ହଉଥିଲେ ଯେ, ପୂଜା କରିବାର ସାମଗ୍ରୀର ଆୟୋଜନ ହୋଇଯାଇଛି। ଏହା ଶୁଣିବା ପରେ ଅଜୟ କାଳେ କିଛି ଅଘଟଣ ଘଟିବ ଭାବି ଝାରସୁଗୁଡ଼ା ରେଳ ଷ୍ଟେସନରେ ବିସ୍କୁଟ ଏବଂ ପାଣି କିଣିବା ବାହାନାରେ ଓହ୍ଲାଇ ପଡ଼ିଥିଲା। ଆଉ ଟ୍ରେନକୁ ଚଢ଼ି ନଥିଲା। ସେହି ବଡ଼ ଦାଢ଼ି ଥିବା ବ୍ୟକ୍ତି ଡାକିବା ପରେ ମଧ୍ୟ ଅଜୟ ଆଉ ଟ୍ରେନକୁ ଚଢ଼ି ନଥିଲେ ବୋଲି ନିଜେ କହିଛନ୍ତି। ତାହା ପରେ ପରେ ଅଜୟକୁ RPF ଉଦ୍ଧାର କରି ଚାଇଲ୍ଡ଼ ଲାଇନକୁ ହସ୍ତାନ୍ତର କରିଥିଲା। ତେବେ ସେହି ଦାଢ଼ି ଥିବା ବ୍ୟକ୍ତି ଜଣକ ଅଜୟକୁ ଗୋଟିଏ ରକ୍ତ ଲାଗିଥିବା ଲେମ୍ବୁ ଧରେଇଦେଇଥିଲା ଯାହା ଅଜୟ କହିଛନ୍ତି। 


Also Read: ଗୁଣି ସନ୍ଦେହରେ ତିନି ଜଣଙ୍କୁ ଆକ୍ରମଣ ମାମଲା; ୧୮ ଅଭିଯୁକ୍ତ ଗିରଫ, ଅନେକ ଫେରାର


ତେବେ ଏହା ଯେ ଶତ ପ୍ରତିଶତ କିଛି ମନ୍ଦ ଉଦେଶ୍ୟ ନେଇ ଅଜୟକୁ ନିଆଯାଉଥିଲା ତାହା କହିବା ଅନୁଚିତ। କିନ୍ତୁ ଅଜୟର କଥାକୁ ଶୁଣି ଏବଂ ଲେମ୍ବୁକୁ ଦେଖିଲେ ଲାଗୁଛି ଏହା ଅନ୍ଧବିଶ୍ୱାସର ନାମରେ ଅଜୟକୁ ନିଆଯାଉଥିବ ବୋଲି ଝାରସୁଗୁଡ଼ା DCPO କହିଛନ୍ତି। ମଧ୍ୟପ୍ରଦେଶ ପୋଲିସକୁ ଟ୍ରେନ୍ ଷ୍ଟେସନରେ ସେଭଳି କୌଣସି ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ତଦନ୍ତ ଆରମ୍ଭ କରନ୍ତୁ, ବୋଲି ଝାରସୁଗୁଡ଼ା DCPO ସୁନନ୍ଦ ମହାରଣା କହିଛନ୍ତି। ତେବେ ଅଜୟ ଗୋଟିଏ ମାସ ରହି ନିଜ ଘରକୁ ଯାଉଛି ଏବଂ ଏହା ଆମକୁ ବହୁତ ଖୁସି ଲାଗୁଚି ଏବଂ ତେବେ ଅଜୟ କହିଥିବା ଠିକଣାକୁ ମ୍ୟାପ ସାହାଯ୍ୟରେରେ ପରଖି ଏହି ସ୍ଥାନ ବୋଲି ଜାଣି ପୁଣି ପ୍ରଥମେ ସ୍ଥାନୀୟ ସରପଞ୍ଚ ସ୍ଥାନୀୟ ପୋଲିସକୁ ସୂଚନା ଦେବା ପରେ ଆମେ ପ୍ରକୃତ ସ୍ଥାନକୁ ଯାଇପାରିଲୁ ବୋଲି OPEN SHELTERର ସଂଯୋଜକ ଏକତା ମିନା ପଟ୍ଟନାୟକ କହିଛନ୍ତି। 


ଜୁନ ୨୧ ତାରିଖରେ ଅଶୋକନଗର ଥାନାରେ ଜଣେ ୧୫ ବର୍ଷୀୟ ନାବାଳକର ନିଖୋଜ ମାମଲା ରୁଜୁ ହୋଇଥିଲା। ଆମେ ଖୋଜାଖୋଜି କରୁଥିଲୁ ବୋଲି ଅଶୋକନଗର SI ସତୀଶ କୁମାର କହିଛନ୍ତି। ଭାରତ ଭଳି ଜନସଂଖ୍ୟା ବହୁଳ ରାଷ୍ଟ୍ରରେ ଗୋଟିଏ ନାବାଳକ ନିଖୋଜ ହେବା ଆଦୌ ସାଧାରଣ ଘଟଣା ନୁହଁ। ତେବେ ଯଦି ଏକ ବିଂଶ ଶତାବ୍ଦୀରେ ଜଣେ ୧୫ ବର୍ଷୀୟ ନାବାଳକକୁ କୌଣସି ତନ୍ତ୍ର ସାଧନା କରିବା ଉଦେଶ୍ୟରେ ଅପହରଣ କରାଯାଉଛି, ତାହା ପୁଣି ଟ୍ରେନରେ, ତେବେ ଏହା ନିଶ୍ଚୟ ଗୋଟିଏ ଗମ୍ଭୀର ବିଷୟ।