ଗୁଣି ସନ୍ଦେହରେ ତିନି ଜଣଙ୍କୁ ଆକ୍ରମଣ ମାମଲା; ୧୮ ଅଭିଯୁକ୍ତ ଗିରଫ, ଅନେକ ଫେରାର
Advertisement
Article Detail0/zeeodisha/odisha945402

ଗୁଣି ସନ୍ଦେହରେ ତିନି ଜଣଙ୍କୁ ଆକ୍ରମଣ ମାମଲା; ୧୮ ଅଭିଯୁକ୍ତ ଗିରଫ, ଅନେକ ଫେରାର

ପୋଲସରା ବ୍ଳକ ଅଧିନସ୍ଥ ଚିରିକିପଡା ଶାସନ ଗ୍ରାମର ବସଷ୍ଟାଣ୍ଡ ନିକଟରେ ଥିବା ଖଦାଳ ସାହିରେ ଗତ ଦେଢ଼ ମାସ ମଧ୍ୟରେ ବିଭିନ୍ନ କାରଣରୁ ଛ' ଜଣଙ୍କ ମୃତ୍ୟୁ ହୋଇଥିଲା। ଫଳରେ ସେହି ସାହିର ବିମଳ ନାହାକ ଗୁଣି କରି ମାରୁଥିବା ସନ୍ଦେହ କରି ଶୁକ୍ରବାର କିଛି ସାହି ଲୋକମାନେ ବିମଳ, ତାଙ୍କ ସ୍ତ୍ରୀ ଓ ସାନ ପୁଅକୁ ଆକ୍ରମଣ କରିଥିଲେ। 

ପ୍ରତିକାତ୍ମକ ଫଟୋ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିରିକିପଡା ଶାସନ ଗ୍ରାମର ଖଦାଳ ସାହିରେ ଗୁଣି ସନ୍ଦେହରେ ଆକ୍ରମଣ ମାମଲାରେ ପୋଲସରା ପୋଲିସର ବଡ କାର୍ଯ୍ୟାନୁଷ୍ଠାନ। ଆଜି ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ, କୋର୍ଟ ଚାଲାଣ କରିଛି। ଗତ ଶୁକ୍ରବାର ଗୋଟିଏ ପରିବାରର ତିନି ଜଣଙ୍କୁ ଗୁଣି ସନ୍ଦେହରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।

ସୂଚନାଯୋଗ୍ୟ, ପୋଲସରା ବ୍ଳକ ଅଧିନସ୍ଥ ଚିରିକିପଡା ଶାସନ ଗ୍ରାମର ବସଷ୍ଟାଣ୍ଡ ନିକଟରେ ଥିବା ଖଦାଳ ସାହିରେ ଗତ ଦେଢ଼ ମାସ ମଧ୍ୟରେ ବିଭିନ୍ନ କାରଣରୁ ଛ' ଜଣଙ୍କ ମୃତ୍ୟୁ ହୋଇଥିଲା। ଫଳରେ ସେହି ସାହିର ବିମଳ ନାହାକ ଗୁଣି କରି ମାରୁଥିବା ସନ୍ଦେହ କରି ଶୁକ୍ରବାର କିଛି ସାହି ଲୋକମାନେ ବିମଳ, ତାଙ୍କ ସ୍ତ୍ରୀ ଓ ସାନ ପୁଅକୁ ଆକ୍ରମଣ କରିଥିଲେ। ଫଳରେ ବିମଳ ନାହାକଙ୍କ ବଡ ପୁଅ ମୃତ୍ୟୁଞ୍ଜୟ ନାହାକ ସାହିର ୧୮ ଜଣଙ୍କ ବିରୁଦ୍ଧରେ ପୋଲସରା ଥାନାରେ ଏତଲା ଦେଇଥିଲେ।  

Also Read: ଦେଢ ମାସରେ ୬ ମୃତ; ଗୁଣି ସନ୍ଦେହରେ ପରିବାରର ତିନି ଜଣଙ୍କୁ ଆକ୍ରମଣ

ଆଜି ପୋଲସରା ପୋଲିସ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କାଳିଆ ନାହାକ, ଅଜୟ କୁମାର ନାହାକ, ଅମିତ ନାହାକ, ଅରସୁଲ ନାହାକ, ଅରୁଣ ନାହାକ, ବାବୁଲା ନାହାକ, ବାସୁଦେବ ନାହାକ, ଭଗବାନ ନାହାକ, ବିକ୍ରମ ନାହାକ, ଦାଶରଥି ନାହାକ, ଦିପୁ ନାହାକ, ଗଙ୍ଗାଧର ନାହାକ, ହାଡିଆ ନାହାକ, କଙ୍କଡା ନାହାକ, କୁଞ୍ଜ ନାହାକ, ପର୍ଶୁରାମ ନାହାକ, ରଚନା ନାହାକ ଏବଂ ରଞ୍ଜନ ନାହାକ। ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।