ଜମି ବିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ୨୨ ଆହତ, ୫ ଗୁରୁତର
Advertisement

ଜମି ବିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ୨୨ ଆହତ, ୫ ଗୁରୁତର

ଆହତଙ୍କ ମଧ୍ୟରେ ବିଜିପୁର ଗ୍ରାମର ୧୨ ଜଣ ଥିବା ବେଳେ ବାହାଡ଼ାପଦା ଗ୍ରାମର ୧୦ ଜଣ ଲୋକ ଅଛନ୍ତି।

ଜମି ବିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ୨୨ ଆହତ, ୫ ଗୁରୁତର

ମୋହନା: ସରକାରୀ ଜମିକୁ ଅକ୍ତିଆର କରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହେବା ସହ ଗଣ୍ଡଗୋଳ ଏବଂ ମାରପିଟ୍ ହୋଇଛି। ଏହି ଘଟଣାରେ ୨୨ ଜଣ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଗଜପତି ଜିଲ୍ଲା ମୋହନା ଥାନା ଅଧିନସ୍ଥ ବାହାଡ଼ାପଦା ଏବଂ ବିଜିପୁର ଗ୍ରାମ ମଧ୍ୟରେ ଘଟିଯାଇଛି ଏଭଳି ଘଟଣା। ଏହି ଗୋଷ୍ଠୀ ସଂଘର୍ଷରେ ଦୁଇ ଗ୍ରାମର ପ୍ରାୟ ୨୨ ଜଣରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। 

ଆହତଙ୍କ ମଧ୍ୟରେ ବିଜିପୁର ଗ୍ରାମର ୧୨ ଜଣ ଥିବା ବେଳେ ବାହାଡ଼ାପଦା ଗ୍ରାମର ୧୦ ଜଣ ଲୋକ ଅଛନ୍ତି। ଉଭୟ ଭିନ୍ନ ଭିନ୍ନ ସମ୍ପ୍ରଦାୟର ହୋଥିବାରୁ ଏହି ସଘର୍ଷ ଉଗ୍ରରୂପ ଧାରଣ କରିଥିଲା। ଆହତଙ୍କ ମଧ୍ୟରୁ ମଧ୍ୟରୁ ୫ ଜଣଙ୍କ ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତ ହେଉଛନ୍ତି ବିଜିପୁର ଗ୍ରାମର ଯିବିନା ବୀର, ଅନ୍ତୁରି ଲିମା, ବାହାଡାପଦା ଗ୍ରାମର ଶ୍ରୀମତୀ ଗୌଡ଼, ତାରିଣୀ ଦଲାଇ ଏବଂ କନ୍ଧୁଣି ମହାଙ୍କୁଡ। ଏବେ ଅନେକଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ରହିଛି। 

ଚନ୍ଦ୍ରଗିରି ମୌଜାର ବାହାଡାପଦା ଗ୍ରାମର ଏକ ଗୋଚର ଜମିକୁ ନେଇ ବିଜିପୁର-ବାହାଡାପଦା ଗ୍ରାମ ମଧ୍ୟରେ କିଛି ବର୍ଷ ହେଲା ବିବାଦ ଲାଗି ରହିଥିଲା। ଏହାକୁ ନେଇ ଉଭୟ ଗ୍ରାମ ଥାନାର ଦ୍ୱାରସ୍ଥ ହେବା ସହ ଜ଼ିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ରବିବାର ମଧ୍ୟାନ୍ନ ଦୁଇଟା ସମୟରେ ବାହାଡାପଦା ଗ୍ରାମବାସୀ ନିଜ ଗ୍ରାମର ଗୋଚର ଜମିକୁ ସଫା କରୁଥିବା ବେଳେ ବିଜିପୁର ଗ୍ରାମବାସୀ ଆସି ଏହାକୁ ବିରୋଧ କରିଥିଲେ। ଯାହା ଫଳରେ ଉଭୟ ଗ୍ରାମ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷ ଏଭଳି ଥିଲା ଯେ ଉଭୟ ପକ୍ଷ ପରସ୍ପରକୁ ଟାଙ୍ଗିଆ, କାତି ଏବଂ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଖବର ପାଇ ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।