• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha State
  • /ଲଭ, ସେକ୍ସ, ଧୋକା: ଯୁବତୀଙ୍କ ଗର୍ଭପାତ କରାଇ ହରଡଘଣାରେ ଯୁବକ

ଲଭ, ସେକ୍ସ, ଧୋକା: ଯୁବତୀଙ୍କ ଗର୍ଭପାତ କରାଇ ହରଡଘଣାରେ ଯୁବକ

କନ୍ଧମାଳରେ ଅଭାବନୀୟ ଘଟଣା...

Edited ByZee Odisha Desk
Published: Jul 23, 2020, 09:39 AM IST|Updated: Jul 23, 2020, 09:39 AM IST
joinshare
ଲଭ, ସେକ୍ସ, ଧୋକା: ଯୁବତୀଙ୍କ ଗର୍ଭପାତ କରାଇ ହରଡଘଣାରେ ଯୁବକ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ଆରଜି କର ଦୁଷ୍କର୍ମ ମାମଲା; ପୂର୍ବତନ TMC ବିଧାୟକ ଓଡ଼ିଶାରୁ ଗିରଫ

    ଆରଜି କର ଦୁଷ୍କର୍ମ ମାମଲା; ପୂର୍ବତନ TMC ବିଧାୟକ ଓଡ଼ିଶାରୁ ଗିରଫ

    2

    ଡିଜିପି ନିଯୁକ୍ତିରେ କୌଣସି ବେନିୟମ କାମ ହୋଇନି: AG ପୀତାମ୍ବର ଆଚାର୍ଯ୍ୟ

    3

    ସଂସଦ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ, MMDR ସଂଶୋଧନ ବିଲ୍‌ ସମେତ ୧୧ଟି ଗୃହୀତ

    4

    ତିର୍ତ୍ତୋଲ ବ୍ଲକ୍‌ରେ ୩ କୋଟିରୁ ଅଧିକ ସରକାରୀ ଅର୍ଥ ହେରଫେର: ଦୁଇ ପୂର୍ବତନ ଅଧିକାରୀ ଗିରଫ

    5

    Gold Rate: ସୁନାରେ ଲାଗିଲା ଦାମ ବୃଦ୍ଧିର ନିଆଁ, ଆଜି ଭରି ପିଛା ସୁନା ଦର...

    କନ୍ଧମାଳ: ଲଭ, ସେକ୍ସ, ଧୋକାକୁ ନେଇ ପୁଣି ଆଉ ଏକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲାରୁ। ୭ ବର୍ଷ ହୋଇଗଲା ଉଭୟ ଯୁବକ ଯୁବତୀ ପରସ୍ପରକୁ ଭଲ ପାଉଥିଲେ। ହେଲେ ଯୁବତୀଙ୍କୁ ଧୋକା ଦେଇ ଅନ୍ୟ ଏକ ଯୁବତୀଙ୍କୁ ଦେଢ଼ ବର୍ଷ ତଳେ ବିବାହ କଲେ ଯୁବକ। କିନ୍ତୁ ନିଜର ପ୍ରଥମ ଭଲ ପାଇବାକୁ ଭୁଲି ନ ପାରି ପୁଣି ଧମକ ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କରେ ରଖିଲେ। ଆଉ ପରବର୍ତ୍ତୀ ସମୟରେ ଯୁବତୀ ଜଣକ ଗର୍ଭବତୀ ହେବା ପରେ ଯୁବତୀଙ୍କ ଗର୍ଭ ନଷ୍ଟ କରାଇଲେ ଯୁବକ। 

    ଆଉ ତା ପରେ ଧୋକା ଦେଇ ଯୁବକ ଚାଲିଯିବା ପରେ ଏବେ ନ୍ୟାୟ ପାଇଁ ଯୁବତୀ ଜଣକ ଥାନାର ଦ୍ୱାରାସ୍ତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ଥାନା ଅଞ୍ଚଳର ଜଣେ ୨୨ ବର୍ଷୀୟ ଯୁବତୀ ରାଣୀ(ଛଦ୍ମନାମ) ଆଜକୁ ୭ ବର୍ଷ ହୋଇଗଲା ସ୍ଥାନୀୟ ଲାଇନପଡ଼ା ଗ୍ରାମର ଆକାଶ ପ୍ରଧାନ ନାମକ ଯୁବକଙ୍କ ସହ ସମ୍ପର୍କ ରଖିଆସୁଥିଲେ। ଆଉ ଉଭୟ ଯୁବକ ଯୁବତୀ ପରସ୍ପରକୁ ବେଶ ଭଲ ମଧ୍ୟ ପାଉଥିଲେ। କିନ୍ତୁ ଆକାଶ ଆଜକୁ ଦେଢ଼ ବର୍ଷ ତଳେ ସମ୍ପୃକ୍ତ ଯୁବତୀଙ୍କୁ ଧୋକା ଦେଇ ଅନ୍ୟ ଏକ ଯୁବତୀଙ୍କୁ ବିବାହ କରିଥିଲେ। 

    ଫଳରେ ରାଣୀ(ଛଦ୍ମନାମ) ଆକାଶଙ୍କ ଠାରୁ ସେବେଠାରୁ ଦୂରେଇ ଯାଇ ଭୁବନେଶ୍ୱର ନିଜ ଭାଇଙ୍କ ପାଖକୁ ଚାଲିଯାଇଥିଲେ। ହେଲେ କୋରୋନା ପାଇଁ ଲକଡ଼ାଉନ ଜାରି ହେବାରୁ ଗତ ମାର୍ଚ୍ଚ ୨୦ ତାରିଖରେ ରାଣୀ ପୁଣି ନିଜ ଗାଁକୁ ଚାଲିଆସିଲେ। ଆଉ ଏ ଖବର ପାଇ ଆକାଶ ପୁଣି ରାଣୀଙ୍କୁ ଭେଟି ଜୋର ଜବରଦସ୍ତ ଭାବେ ଧମକ ଦେଇ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ଆଉ ପରବର୍ତ୍ତୀ ସମୟରେ ରାଣୀ ଗର୍ଭବତୀ ହୋଇଥିବା ଜାଣିବାକୁ ପାଇବା ପରେ ଆକାଶକୁ ଜଣାଇଥିଲେ।

    ହେଲେ ନିଜ ପରିବାର ଲୋକଙ୍କୁ ଏସମ୍ପର୍କରେ ପ୍ରିୟଙ୍କା ଜଣାଇନଥିଲେ। ଆଉ ଏହାରି ମଧ୍ୟରେ ପ୍ରିୟଙ୍କା ନିଜ ଭଉଣୀଙ୍କ ଘର ଦାରିଙ୍ଗବାଡି ବସଷ୍ଟାଣ୍ଡରେ ଆସି ରହୁଥିଲେ। ଆଉ ଗତ ୧୪ ତାରିଖ ଦିନ ଆକାଶ ଜଣେ କ୍ଲିନିକ ବାଲାକୁ ନେଇ ରାଣୀଙ୍କ ଭଉଣୀ ଘରେ ପହଞ୍ଚି ରାଣୀଙ୍କୁ ୩ଟି ଇଞ୍ଜେକ୍ସନ ଦୁଇଟି ଟାଵଲେଟ ଖାଇବାକୁ ଦେଇଥିଲେ। ଏହା ସହ ପୁଣି ୧୬ ତାରିଖ ଦିନ ପୁଣି ସେହି କ୍ଲିନିକ ବାଲାକୁ ଆକାଶ ନେଇ କି ଆସି ପୁଣି ଦୁଇଟି ଇଞ୍ଜେକ୍ସନ ଓ ଦୁଇଟି ବଟିକା ଖାଇବାକୁ ଦେଇଥିଲେ। 

    ଫଳରେ ରାଣୀଙ୍କର ଗର୍ଭ ନଷ୍ଟ ହେବା ସହ ସେ ଅସୁସ୍ଥ ହୋଇଯିବାରୁ ସଙ୍ଗେ ସଙ୍ଗେ ତାଙ୍କୁ ଆକାଶ ଦାରିଙ୍ଗିବାଡି ମେଡିକାଲରେ ଭର୍ତ୍ତି କରାଇଥିଲା। ଆଉ ଏବେ ମହିଳା ଜଣକ ନ୍ୟାୟ ଦାବି କରି ଦାରିଙ୍ଗବାଡି ଥାନାର ଦ୍ୱାରାସ୍ତ ହେବା ସହ ଆକାଶକୁ ଦଣ୍ଡ ଦିଆଯାଉ ନଚେତ ମୁ ଆତ୍ମହତ୍ୟା କରିବି ବୋଲିକହୁଛନ୍ତି।ଦାରିଙ୍ଗବାଡି ପୋଲିସ ମହିଳାଙ୍କ ଅଭିଯୋଗ ଅନୁଯାଇ ୮୧/୨୦ ମାମଲା ରୁଜୁ କରିବା ସହ ତଦନ୍ତ କରି ଯୁବକ ଆକାଶ ପ୍ରଧାନ ଏବଂ କ୍ଲିନିକ ମାଲିକ ଅଶୋକ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି।

    Add Zee News as a Preferred Source
    TAGS:
    Kandhamala
    clinic
    Nursing Home