କନ୍ଧମାଳ: ଏକ ପଟା ଜମିରେ ସମାଧି ଦେବାକୁ କେନ୍ଦ୍ର କରି ଗାଁରେ ଦୀର୍ଘ ଦିନ ହେଲା ଲାଗିରହିଛି ଅସନ୍ତୋଷ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଗାଁର ଭାସ୍କର ଚନ୍ଦ୍ର ନାୟକଙ୍କ ସ୍ତ୍ରୀ ସୁଶିଳା ନାୟକଙ୍କ ନାମରେ ରହିଥିବା ପଟା ଜମି ଖାତା ନଂ ୫୯ ,ପ୍ଲଟ ନଂ ୧୭୦/୨୩୮ ରେ ଗତ ୧୧ ତାରିଖ ରବିବାର ଏକ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗ୍ରାମର ଜଣେ ଯୁବକଙ୍କ ମୃତ ଶରୀରକୁ ଏହି ଜମିରେ ସମାଧିସ୍ଥ କରିଥିଲେ ମୃତକଙ୍କ ପରିବାର ଲୋକ ।


COMMERCIAL BREAK
SCROLL TO CONTINUE READING

ହେଲେ ଜମି ମାଲିକ ଭାସ୍କର ନାୟକ ଏହାକୁ ବିରୋଧ କରିବା ସହ ନିଜର ପଟା ଜମିରେ କାହାର ଶବଦାହ ଅଥବା ମର ଶରୀରକୁ ସମାଧିସ୍ଥ ନକରିବାକୁ କହିଥିଲେ। ହେଲେ ମୃତକଙ୍କ ପରିବାର ଲୋକ ଭାସ୍କର ନାୟକଙ୍କ ବାରଣ ସତ୍ତ୍ୱେ ତାଙ୍କ ଜମିରେ ମୃତ ଶରୀରକୁ ସମାଧିସ୍ଥ କରିଥିଲେ। ଏହାର ବିରୋଧରେ ସେ ଦାରିଙ୍ଗବାଡି ଥାନା ଏବଂ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ପ୍ରଦାନ କରିବାକୁ ଅଭିଯୋଗ କରିଛନ୍ତି। 


Also Read: ପହଞ୍ଚି ପାରିନାହିଁ ବିକାଶ, ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ


ଏନେଇ ଅଭିଯୋଗ ପାଇବା ପରେ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନ ଏବଂ ଥାନାଧିକାରୀ କୌଶିକ ମାଝୀ ସଦଳବଳେ ପର୍ତ୍ତମାହା ଗ୍ରାମରେ ପହଁଞ୍ଚି ଆବେଦନକାରୀ ଭାସ୍କର ନାୟକଙ୍କ ପଟା ଜମିକୁ ଚିହ୍ନଟ କରିଛନ୍ତି। ଏହା ସହ ସେହି ଜମିରେ ମୃତ ଶରୀରକୁ ସମାଧିସ୍ଥ କରାଯାଇଥିବା ନେଇ ତହସିଲଦାର ସ୍ପଷ୍ଟ କରିଛନ୍ତି। ଏ ଘଟଣାକୁ ନେଇ ଗ୍ରାମରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିବାକୁ ଗାଁ ଲୋକଙ୍କୁ ବୁଝାସୁଝା କରି ଫେରିଛନ୍ତି ତହସିଲଦାର।


ହେଲେ ପଟା ଜମି ଚିହ୍ନଟ ହେବା ପରେ ମଧ୍ୟ ଗ୍ରାମରେ ସୃଷ୍ଟି ହୋଇଥିବା ବିବାଦ ଏ ପର୍ଯ୍ୟନ୍ତ ଥମିନାହିଁ। ଆଉ ଗ୍ରାମର କିଛି ଲୋକ ଶ୍ମଶାନକୁ କିଭଳି ଭାବେ ନିଜର ପଟା କଲେ ସେ ନେଇ ଅଭିଯୋଗ ହୋଇଛି। ପର୍ତ୍ତମାହା ଗ୍ରାମର ଶ୍ମଶାନ ଜମିରେ ଦୀର୍ଘ ବର୍ଷ ହେଲା ଆଉ ଶବଦାହ ଅବା ସମାଧି ଦିଆଯାଉନଥିବା ବେଳେ ସେହି ସ୍ଥାନରେ ଏବେ ଏକ ଜନବସତି ସୃଷ୍ଟି ହୋଇସାରିଛି। ଆଉ ଏବେ ଯେଉଁ ଜମିକୁ ନେଇ ଗ୍ରାମରେ ବିବାଦ ସୃଷ୍ଟି ହୋଇଛି ତାହା ପୂର୍ବରୁ ଭାସ୍କର ନାୟକଙ୍କ ପିତା ସ୍ବର୍ଗତ ଯୁଧିଷ୍ଠିର ନାୟକଙ୍କ ଦଖଲରେ ରହିଥିଲା। 


Also Read: ଏଣିକି ସୁବିଧାରେ ମିଳିବ ଲଘୁଜାତ ଦ୍ରବ୍ୟ; ଉପକୃତ ହେବେ ଗ୍ରାମାଞ୍ଚଳ ଲୋକେ


ଗତ ୧୯୯୫ ମସିହାରେ ଏହି ଦଖଲ ଜମିକୁ ଭାସ୍କର ନାୟକ ନିଜ ସ୍ତ୍ରୀଙ୍କ ନାମରେ ପଟା କରିସାରିଛନ୍ତି। ହେଲେ ନିଜ ପଟା ଜମିକୁ ଲାଗି ରହିଥିବା ଏକ ସରକାରୀ ଜମିରେ ପର୍ତ୍ତମାହା ଗ୍ରାମର ଲୋକ ଶବ ସତ୍କାର କରିବା ଲାଗି ବହୁ ବର୍ଷ ହେଲା ବ୍ୟବହାର କରିଆସୁଛନ୍ତି। ଅନ୍ୟପଟେ ଭାସ୍କର ନାୟକଙ୍କ ପଟା ଜମିକୁ ମଧ୍ୟ ଧିରେ ଧିରେ ଶ୍ମଶାନ ଭାବେ ବ୍ୟବହାର କରାଯାଉଛି। ଦୀର୍ଘ ୨୬ବର୍ଷ ମଧ୍ୟରେ କେବେହେଲେ ଭାସ୍କର ନାୟକ ଏହାକୁ ନେଇ ବିରୋଧ କରିନଥିଲେ। 


Also Read: ବଢୁଛି କୋରୋନା ସଂକ୍ରମଣ; ଜିଲ୍ଲାରେ ଚାଲିଛି Negative-Positive ଖେଳ


ହେଲେ ପଟା ଜମିକୁ ଶ୍ମଶାନ ଭାବେ ଗାଁ ବ୍ୟବହାର କରିବାରୁ ସେ ବାଧ୍ୟ ହୋଇ ଏହାର ବିରୋଧ କରିଛନ୍ତି। ଗାଁ ଲୋକଙ୍କୁ ନିଜ ଜମିରେ ଶବଦାହ କିମ୍ବା ସମାଧିସ୍ଥ ନକରିବାକୁ କହିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁନଥିଲେ। ଯାହା ଫଳରେ ବାଧ୍ୟ ହୋଇ ସେ ସ୍ଥାନୀୟ ଥାନା ଏବଂ ତହସିଲଦାରଙ୍କ ଦ୍ୱାରାସ୍ଥ ହୋଇଥିଲେ। ଏବେ ପୂର୍ବଭଳି ଯେଉଁ ସରକାରୀ ଜମିରେ ଲୋକେ ଶବଦାହ କରୁଥିଲେ ସେଠାରେ ହିଁ କେବଳ ଶବଦାହ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।