ବଢୁଛି କୋରୋନା ସଂକ୍ରମଣ; ଜିଲ୍ଲାରେ ଚାଲିଛି Negative-Positive ଖେଳ
Advertisement
Article Detail0/zeeodisha/odisha888818

ବଢୁଛି କୋରୋନା ସଂକ୍ରମଣ; ଜିଲ୍ଲାରେ ଚାଲିଛି Negative-Positive ଖେଳ

ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢିବାରେ ଲାଗିଛି। 

ବଢୁଛି କୋରୋନା ସଂକ୍ରମଣ; ଜିଲ୍ଲାରେ ଚାଲିଛି Negative-Positive ଖେଳ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ପରିସ୍ଥିତି ବେଶ ସାଂଘାତିକ ହେବାରେ ଲାଗି ଥିବା ବେଳେ ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗର ଅବ୍ଯବସ୍ଥାକୁ ନେଇ ସବୁଠି ପୁଣି ଥରେ ଦେଖିବାକୁ ମିଳିଲାଣି ଅସନ୍ତୋଷ। କୋରୋନା ସଂକ୍ରମିତଙ୍କୁ ଚିହ୍ନଟ ଲାଗି ଟେଷ୍ଟିଂ କରାଯାଉଥିବା ଆଣ୍ଟିଜେନ୍ ଟେଷ୍ଟ ଏବଂ ଆରଟି ପିସିଆର ଟେଷ୍ଟକୁ ନେଇ ଟଣାଓଟରା ଚାଲିଛି। 

ଜିଲ୍ଲାରେ ଅନେକ ରୋଗୀଙ୍କ ପାଖରେ କୋରୋନା ଲକ୍ଷଣ ଦେଖିବାକୁ ମିଳୁଥିବା ବେଳେ ପରୀକ୍ଷା କେନ୍ଦ୍ରରେ ଆଣ୍ଟିଜେନ ଟେଷ୍ଟ (Antigen Test) କୁ ହିଁ ଅନୁମତି ମିଳୁଛି ହେଲେ ସ୍ପଷ୍ଟ ରିପୋର୍ଟ ଆସୁଥିବା ଆରଟି ପିସିଆର ଟେଷ୍ଟ (RT PCR Test) କୁ କାହିଁକି ବାରଣ କରାଯାଉଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। କୋରୋନା ସଂକ୍ରମଣ ଏବଂ ଏହା ଦ୍ୱାରା ହେଉଥିବା ମୃତ୍ୟୁ ହାରକୁ କମାଇବା ଲାଗି ସ୍ବାସ୍ଥ୍ୟ ବିଭାଗର ଏହା ଏକ ଚକ୍ରାନ୍ତ ବୋଲି କୁହାଯାଉଛି। ବେଡ ସଂଖ୍ୟା ଢେର କମ ଥିବା ବେଳେ ରୋଗୀ ଏବେ ଠାରୁ ହନ୍ତସନ୍ତ ହେଲେଣି।

Also Read: ବଢୁଛି କୋରାନା ସଂକ୍ରମଣ ମାମଲା, ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର

 

ଗଞ୍ଜାମ ଜିଲ୍ଲାରେ କରୋନା ରୋଗୀ ଚିହ୍ନଟକୁ ନେଇ ଏବେ ଚାଲିଛି ନେଗେଟିଭ୍-ପଜିଟିଭ (Negative-Positive) ଖେଳ। ଅନେକ ରୋଗୀଙ୍କ ପାଖରେ କରୋନା ଲକ୍ଷଣ ସ୍ପଷ୍ଟ ବାରି ହେଉଥିବା ବେଳେ ରିପୋର୍ଟ ଆସୁଛି ନେଗେଟିଭ। ଯାହା ଫଳରେ ଏବେ ଜଣେ ରୋଗୀ କୋରୋନା ଦ୍ୱାରା କବଳିତ ହୋଇଛି କି ନାହିଁ ତାକୁ ନେଇ ଦ୍ବନ୍ଦ ଉପୁଜୁଛି। ଏପରିକି ନେଗେଟିଭ ରିପୋର୍ଟ ଧରିଥିବା ରୋଗୀଙ୍କୁ ବହ୍ମପୁର ମହାନଗର ନିଗମ-ବିଏମସି (Berhampur Municipal Corporation-BMC) ସଙ୍ଗରୋଧ କେନ୍ଦ୍ରରେ (Quarentine Centre) ରହିବାକୁ କହୁଥିବା ବେଳେ ରୋଗୀଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। 

କରୋନା ମହାମାରୀର (Corona Pandemic) ଦ୍ବିତୀୟ ଲହରରେ (Corona Second Wave) ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଥିବା ବେଳେ ଜିଲ୍ଲାରେ ଆଣ୍ଟିଜେନ୍ ଟେଷ୍ଟକୁ ଗୁରୁତ୍ୱ ଦେବା ସହ ଆରଟି ପିସିଆର ଟେଷ୍ଟକୁ ବାରଣ କରାଯାଉଥିବା ଅଭିଯୋଗ ହୋଇଛି। ଯଦି କେହି ଟେଷ୍ଟିଂ କରିବା ପାଇଁ କୁହନ୍ତି ତାହେଲେ ରିପୋର୍ଟ ଆସିବାକୁ ୭ ଦିନ ଲାଗିବ ବୋଲି କହି ଏଡାଇ ଦିଆଯାଇଛି। ନେଗେଟିଭ ରିପୋର୍ଟ ଧରି ରୋଗୀ ପ୍ରାଣ ହରାଉଥିବା ବେଳେ ସବୁ ଜାଣି ଶୁଣି ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ। ଏଭଳି ପରିସ୍ଥିତିରେ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ହେଉ ଅଥବା ସ୍ବାସ୍ଥ୍ୟ ବିଭାଗ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି ହୋଇଛି।

Also Read: ଶୋଇଥିଲା ପ୍ରଶାସନ; ପଶିଗଲା କୋରୋନା

 

ଟେଷ୍ଟିଂ ରିପୋର୍ଟ ଠାରୁ ଆହୁରି ଶୋଚନୀୟ ରୋଗୀ ସେବା। କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ବର୍ତ୍ତମାନ ବ୍ରହ୍ମପୁର ଏମକେସିଜି ମେଡିକାଲ (Berhampur MKCG Medical), ସିଟି ମେଡିକାଲ (City Medical), ଅଶ୍ୱିନ ମେଡିକାଲ ରହିଛି ହେଲେ ରୋଗୀଙ୍କ ତୁଳନାରେ ବେଡ ସଂଖ୍ୟା ଢେର କମ ରହିଛି। ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୦୦ ଶହରୁ ଅଧିକ ସକ୍ରିୟ ମାମଲା ରହିଥିବା ବେଳେ ସରକାରୀ ରିପୋର୍ଟ ମୁତାବକ ଗତ ୨ ଦିନ ଧରି ସଂକ୍ରମଣଙ୍କ ସଂଖ୍ଯାର ସମସ୍ତ ରେଖାକୁ ଅତିକ୍ରମ କରି ଗତ ବୁଧବାର ୧୫୫ ଏବଂ ଗୁରୁବାର ୧୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

Also Read: କୋରୋନା ନୂଆ ଷ୍ଟ୍ରେନ୍କୁ ନେଇ ତତ୍ପର ଗଞ୍ଜାମ ଜିଲ୍ଲା ପ୍ରଶାସନ

ହେଲେ ବେସରକାରୀ ରିପୋର୍ଟ କିନ୍ତୁ ଢେର ଅଲଗା। ତଥାପି ରୋଗୀ ଚିହ୍ନଟକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ବିଏମସି କମିଶନର। ସହରରେ ଡୋର ଟୁ ଡୋର ସ୍କ୍ରିନିଂ ଟେଷ୍ଟ (Door to Door Screening Test) ଚାଲିଥିବା ବେଳେ ୪୦ଟି ୱାର୍ଡରେ ୧୨୦ ଟିମ ନିୟୋଜତ ହୋଇଛନ୍ତି। ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସ୍ବାସ୍ଥ୍ୟକର୍ମୀ ମିଳିତ ଭାବେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରୁଥିବା କମିଶନର କହିଛନ୍ତି। ଜିଲ୍ଲାରେ ପରିସ୍ଥିତି ଭିତିରିଆ ବିଗିଡିବାକୁ ବସିଥିବା ବେଳେ ବେଳ ଥାଉ ଥାଉ ବନ୍ଧ ବାନ୍ଧିବା ଜରୁରୀ ହୋଇପଡିଛି।