ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୧୮୧୫ କୋରୋନା ସଂକ୍ରମିତ
Advertisement

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୧୮୧୫ କୋରୋନା ସଂକ୍ରମିତ

ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨,୯୧,୮୨୫ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୧୩୩୧ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: CoronaVirus in Odisha: ଭାରତ ସମେତ ସାରା ଓଡ଼ିଶାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏହା ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଆଉ ଏକ ଆଶ୍ୱସ୍ତି ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି ।। ଏହି କ୍ରମରେ ଆଜି ଅର୍ଥାତ ରବିବାର ରାଜ୍ୟରେ ପୁଣି ୧୮୧୫ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୨,୭୭,୫୬୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।

ଅଧିକ ପଢ଼ନ୍ତୁ:-ଘର ଭିତରେ ଶୀଘ୍ର ବ୍ୟାପିଥାଏ କୋରୋନା ଭୂତାଣୁ, ଚିନ୍ତା ବଢ଼ାଇଲା ଏହି ନୂଆ ରିପୋର୍ଟ

ସୂଚନାଯୋଗ୍ୟ, ଆଜି ଖୋର୍ଦ୍ଧାରୁ ୨୨୦ ଜଣ, କଟକରୁ ୧୫୨ ଜଣ, ଅନୁଗୋଳରୁ ୧୪୮ ଜଣ, ସୁନ୍ଦରଗଡ଼ରୁ ୯୭ ଜଣ, ପୁରୀରୁ ୯୬ ଜଣ, ମୟୂରଭଞ୍ଜରୁ ୮୩ ଜଣ, ବଲାଙ୍ଗୀରରୁ ୭୬ ଜଣ, ଯାଜପୁରରୁ ୭୬ ଜଣ, କେନ୍ଦୁଝରରୁ ୬୮ ଜଣ, ଭଦ୍ରକରୁ ୬୭ ଜଣ, କେନ୍ଦ୍ରାପଡାରୁ ୬୨ ଜଣ, ବରଗଡ଼ରୁ ୬୧ ଜଣ, ଜଗତସିଂହପୁରରୁ ୬୦ ଜଣ, ନୂଆପଡ଼ାରୁ ୫୮ ଜଣ, କୋରାପୁଟରୁ ୪୯ ଜଣ, କଳାହାଣ୍ଡିରୁ ୪୫ ଜଣ, ବାଲେଶ୍ୱରରୁ ୪୨ ଜଣ, ନବରଙ୍ଗପୁରରୁ ୩୯ ଜଣ, ସମ୍ୱଲପୁରରୁ ୩୯ ଜଣ, ଝାରସୁଗୁଡାରୁ ୩୫ ଜଣ, ମାଲକାନଗିରିରୁ ୩୪ ଜଣ, ନୟାଗଡ଼ରୁ ୩୦ ଜଣ, ବୌଦ୍ଧରୁ ୨୩ ଜଣ, ଗଞ୍ଜାମରୁ ୨୩ ଜଣ. ଢେଙ୍କାନାଳରୁ ୨୧ ଜଣ, କନ୍ଧମାଳରୁ ୧୮ ଜଣ, ଗଜପତିରୁ ୧୫ ଜଣ, ସୁବର୍ଣ୍ଣପୁରରୁ ୧୫ ଜଣ, ରାୟଗଡ଼ାରୁ ୧୨ ଜଣ, ଦେଓଗଡ଼ରୁ ୭ ଜଣ ଏବଂ ଷ୍ଟେଟ୍ ପୁଲରୁ ୪୪ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ:-ବିଜେପି ପରିବର୍ତ୍ତେ କଂଗ୍ରେସ ପାଇଁ ଭୋଟ ମାଗିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦେଖନ୍ତୁ ଭିଡିଓ

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨,୯୧,୮୨୫ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୧୩୩୧ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୨,୭୫,୭୪୯ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୧୪,୬୯୨ ସକ୍ରିୟ ସଂକ୍ରମିତ ମାମଲା ରହିଛି ।