ପୂର୍ବରୁ ହାତୀ କଙ୍କାଳ ମିଳିବା ଘଟଣାରେ ୬ ଜଣ ଗିରଫ ହୋଇଥିବା ବେଳେ ୫ ଜଣ ନିଲମ୍ବିତ ହୋଇଛନ୍ତି।
Trending Photos
ଆଠଗଡ଼: ଆଠଗଡ ବନଖଣ୍ଡ ବଡମ୍ବା ବନାଞ୍ଚଳର ଚନ୍ଦ୍ରଗିରୀ ସଂରକ୍ଷିତ ଜଙ୍ଗଲର ଜାନିପଦର ବିଟ ହାଉସ ଖାରୋଡ ଗ୍ରାମ ନିକଟସ୍ଥ ହାଡୁଆ କେନାଲ ନିକଟରୁ ପୁଣି ଆଉ ଏକ ଦନ୍ତାହାତୀର କଙ୍କାଳ ଉଦ୍ଧାର ହୋଇଥିବା ସୂଚନା ଦେଇଛନ୍ତି ଆଠଗଡ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ। ଆଠଗଡ଼ ବନଖଣ୍ଡରୁ ଲୋପ ପାଇଯିବ କି ଐତିହ୍ୟ ପ୍ରାଣୀ ହାତୀ? ଗତ ୧୦ ଦିନ ତଳେ ବଡ଼ମ୍ବା ବନାଞ୍ଚଳ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁ ଦୁଇଟି ଦନ୍ତାହାତୀର କଙ୍କାଳ ଉଦ୍ଧାର ହେବା ପରେ ଗୁଳିବିଦ୍ଧ ଦନ୍ତା ହାତୀର ମୃତ୍ୟୁକୁ ନେଇ ଆଠଗଡ଼ ବନଖଣ୍ଡ ଚର୍ଚ୍ଚାରେ ରହିଥିବା ବେଳେ ଏବେ ପୁଣି ଆଉ ଏକ ଖବର ଆସିଛି ସେହି ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁ ଆଉ ଏକ ଦନ୍ତାହାତୀର କଙ୍କାଳ ଉଦ୍ଧାର ହୋଇଛି।
ପୂର୍ବରୁ ହାତୀ କଙ୍କାଳ ମିଳିବା ଘଟଣାରେ ୬ ଜଣ ଗିରଫ ହୋଇଥିବା ବେଳେ ୫ ଜଣ ନିଲମ୍ବିତ ହୋଇଛନ୍ତି। ଏହି ଘଟଣାରେ ଜଣେ ଫରେଷ୍ଟର ପାଚେରୀ ଡେଇଁ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ଗତକାଲି ଗୁଳିବିଦ୍ଧ ଅବସ୍ଥାରେ ଚିକିତ୍ସାଧିନ ଥିବା ଦନ୍ତା ହାତୀର ମୃତ୍ୟୁ ଘଟିଛି। କିଏ କାହିଁକି ହାତୀଙ୍କୁ ମାରି ପୋତୁଛି ଆଉ ଦୀର୍ଘଦିନ ପରେ ଖବର ପଦାକୁ ଆସୁଛି ତାହା ସହଜରେ ବୁଝାପଡୁନି। ସାଧାରଣରେ ଆଲୋଚନା ହେଉଛି ଯଦି ପୂର୍ବତନ ବନଖଣ୍ଡ ଅଧିକାରୀ ଏବଂ ସମସ୍ତ ରେଞ୍ଜର ପୂର୍ବତନ ରେଞ୍ଜର ଙ୍କ ବାବଦରେ ତଦନ୍ତ କରାଗଲେ ହାତୀ ମୃତ୍ୟୁର ପ୍ରକୃତ କାରଣ ପଦାକୁ ଆସିପାରନ୍ତା।