SCB Medical College and Hospital: ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ କାଜୁଆଲିଟି ୱାର୍ଡ ଠାରୁ ମେଡିସିନ୍ ୱାର୍ଡ ସ୍ଥାନାନ୍ତର କରିବା ବେଳେ ତାଙ୍କୁ ଅକ୍ସିଜେନ ଯୋଗାଇ ଦିଆଯାଇ ନଥିଲା। ଆମେ ରୋଗୀଙ୍କୁ ଅମ୍ଳଜାନ ଦେବା ପାଇଁ ଡାକ୍ତରଖାନା କର୍ମଚାରୀଙ୍କୁ ଅନୁରୋଧ କରିଥିଲୁ। ହେଲେ ସେମାନେ କହିଥିଲେ ଯେ ଅମ୍ଳଜାନ ନାହିଁ। ପ୍ରାୟ ଏକ ଘଣ୍ଟା ଧରି ବିନା ଅମ୍ଳଜାନରେ ରହିଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା।
Trending Photos
Asthma Patient Dies Due To Lack Of Oxygen: ଅକ୍ସିଜେନ ଅଭାବରୁ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ଠାରେ ଜଣେ ଆସ୍ଥମା ରୋଗୀ ପ୍ରାଣ ହରାଇଥିବାର ଅଭିଯୋଗ ହୋଇଛି। ମୃତକ ଆସ୍ଥମା ରୋଗୀଙ୍କ ପରିଚୟ ମିଳିଛି। ସେ ହେଉଛନ୍ତି ବାଲେଶ୍ୱର ଜିଲ୍ଲାର ଭବବତ ମହାନ୍ତି (୮୨)। ଏନେଇ ମିଳିଥିବା ଖବର ଅନୁଯାୟୀ, ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ହେତୁ ମୃତକଙ୍କୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ହେଲେ ତାଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ କଟକ ଏସସିବି ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା।
ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ କାଜୁଆଲିଟି ୱାର୍ଡ ଠାରୁ ମେଡିସିନ୍ ୱାର୍ଡ (Casualty ward to Medicine ward) ସ୍ଥାନାନ୍ତର କରିବା ବେଳେ ତାଙ୍କୁ ଅକ୍ସିଜେନ (Oxygen) ଯୋଗାଇ ଦିଆଯାଇ ନଥିଲା। ଆମେ ରୋଗୀଙ୍କୁ ଅମ୍ଳଜାନ ଦେବା ପାଇଁ ଡାକ୍ତରଖାନା କର୍ମଚାରୀଙ୍କୁ (Medical Staff) ଅନୁରୋଧ କରିଥିଲୁ। ହେଲେ ସେମାନେ କହିଥିଲେ ଯେ ଅମ୍ଳଜାନ ନାହିଁ। ପ୍ରାୟ ଏକ ଘଣ୍ଟା ଧରି ବିନା ଅମ୍ଳଜାନରେ ରହିଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ (SCB Medical Authority) ଅବହେଳା କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତକ ଭବବତ ମହାନ୍ତିଙ୍କ ସମ୍ପର୍କୀୟ।
ଅମ୍ଳଜାନ ଅଭାବରୁ ଆସ୍ଥମା ରୋଗୀଙ୍କ (Asthma Patient) ମତ୍ୟୁ ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଏସସିବି ମେଡିକାଲ ପ୍ରଶାସନିକ ଅଧିକାରୀ (SCB Medical Administrative Officer) ଅବିନାଶ ରାଉତ। ଏନେଇ ଏସସିବି ମେଡିକାଲ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ ମୃତକଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ଅଣାଯାଇଥିବା ଅଭିଯୋଗ ଉପରେ ଏକ କମିଟି ପକ୍ଷରୁ ଯାଞ୍ଚ କରାଯିବ। ମୁଁ ଘଟଣା ସମ୍ପର୍କରେ ଡାକ୍ତରଖାନା ଅଧୀକ୍ଷକଙ୍କ (SCB Medical Superintendent) ସହ ଆଲୋଚନା କରିଛି। ଆମେ ମେଡିସିନ୍ ବିଭାଗର ମୁଖ୍ୟଙ୍କ (SCB Medical Medicine Department HOD) ସହିତ ମଧ୍ୟ କଥା ହୋଇଛୁ। ଅବହେଳା ବାବଦରେ ଜାଣିବା ପାଇଁ ଏକ କମିଟି ଗଠନ କରାଯିବ। ଦୋଷୀ ସାବ୍ୟସ୍ତ ହୋଇଥିବା ଡାକ୍ତରଖାନା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।