ଦୁର୍ଘଟଣାରେ ସାଂସଦ ପ୍ରତିନିଧିଙ୍କ ମୃତ୍ୟୁ
Advertisement

ଦୁର୍ଘଟଣାରେ ସାଂସଦ ପ୍ରତିନିଧିଙ୍କ ମୃତ୍ୟୁ

ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି କନ୍ଧମାଳ ସାଂସଦଙ୍କ ଦାରିଙ୍ଗବାଡି ବ୍ଲକ ପ୍ରତିନିଧି।  

ଦୁର୍ଘଟଣାରେ ସାଂସଦ ପ୍ରତିନିଧିଙ୍କ ମୃତ୍ୟୁ

କନ୍ଧମାଳ: ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସାଂସଦ ପ୍ରତିନିଧିଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ତାଙ୍କର ଦେହାନ୍ତରେ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଦାରିଙ୍ଗବାଡି ବ୍ଲକ ଜନସାଧାରଣଙ୍କ ପାଇଁ ସ୍ମୃତି ହୋଇ ରହିବେ କ୍ଷେତ୍ରୀବଳ ନାୟକ। ତାଙ୍କର ସ୍ମୃତି ଅପୂରଣୀୟ। ଦାରିଙ୍ଗବାଡି ଭଳି ଅପହଞ୍ଚ ଅଞ୍ଚଳର ସମାଜ ବିଜ୍ଞାନ ବିଭାଗର ପ୍ରଥମ ସଫଳ ଛାତ୍ର। ଗତକାଲି ସନ୍ଧ୍ୟାରେ ନିଜ ଗାଁ ପାଙ୍ଗାଲିରୁ ଦାରିଙ୍ଗବାଡି ମଧ୍ୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାଗ୍ରସ୍ତ ହେବା ପରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିବା ପରେ ବ୍ରହ୍ମପୁର ବଡ଼ ମେଡିକାଲ ଠାରେ ଶବ ବ୍ୟବଚ୍ଛେଦ କରାଯାଇଥିଲା।

୧୯୮୯ ମସିହାରେ ଏମ୍ ଏସ ଡବ୍ଲୁ ଉତ୍ତୀର୍ଣ୍ଣ ହୋଇ କିଛି ଦିନ ସମାଜ ସେବା କରି ପରେ ପରେ ତତ୍କାଳୀନ ଓଡ଼ିଶା ସରକାରଙ୍କ ଅଏଲ୍‌ ଓଡ଼ିଶାରେ ନିଯୁକ୍ତି ପାଇ ବ୍ରହ୍ମପୁରରେ ରହିଲେ। ଭାରୀ ମେଳାପି ଓ ସଦା ହସ ହସ ମଣିଷ। ସେ ଭିନ୍ନ ଭିନ୍ନ ସାମାଜିକ ସେବାନୁଷ୍ଠାନରେ ସମାଜସେବୀ ଭାବେ କାର୍ଯ୍ୟ କରି ଏହି ଅଞ୍ଚଳର ଆଦିବାସୀ, ଦଳିତ ସର୍ବୋପରି ଅଭାବୀ ସମାଜର କାମ କରିଛନ୍ତି। ନିଜ ସନ୍ତାନଙ୍କୁ ଉତ୍ତମ ଶିକ୍ଷା, ସଂସ୍କାର ଦେଇ ବଡ଼ କରିଛନ୍ତି। ଜଣେ ଭଲ ସାମାଜିକ କର୍ମୀ, ଶିକ୍ଷାବିତ୍ ଓ ଭଲ ମଣିଷ ଭାବେ ଅଞ୍ଚଳର ବିକାଶ ପାଇଁ କାଯ୍ୟ କରୁଥିଲେ। ଅନେକ ସଫଳତା ମିଳିଛି। ଗ୍ରାର ସାଂସ୍କୃତିକ ଉତ୍ସବ ହେଉକି ସାହିତ୍ୟ, ସାମାଜିକ ସଙ୍ଗଠନ ତାଙ୍କ ସହଯୋଗ ବିନା ସବୁ ଅଧୁରା ରହେ ବୋଲି କହିଛନ୍ତି ଦାରିଙ୍ଗବାଡି ବାସିନ୍ଦା।