Dharmagarh News: ଜୋର୍ ଧରିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି: ରାଜ୍ୟ ସରକାରଙ୍କୁ ସାମୁହିକ ଦାବିପତ୍ର ପ୍ରଦାନ
Advertisement

Dharmagarh News: ଜୋର୍ ଧରିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି: ରାଜ୍ୟ ସରକାରଙ୍କୁ ସାମୁହିକ ଦାବିପତ୍ର ପ୍ରଦାନ

ଧର୍ମଗଡ଼ ଉପଖଣ୍ଡ ଅଧୀନରେ ୬ଟି ବ୍ଲକ ରହିଥିବା ବେଳେ ୮ଲକ୍ଷରୁ ଉର୍ଦ୍ଧ୍ବ ଜନସଂଖ୍ୟା ରହିଛି। ଅନ୍ୟପଟେ ଧର୍ମଗଡ଼ ଉପଖଣ୍ଡ ଛତିଶଗଡ଼ ରାଜ୍ୟ ସୀମାନ୍ତରେ ରହିଥିବା ବେଳେ ଅଞ୍ଚଳର ଭୌଗୋଳିକ ସ୍ଥିତିକୁ ନିରୀକ୍ଷଣ କରାଗଲେ ଜିଲ୍ଲା ମାନ୍ୟତା ପାଇଁ ଯୋଗ୍ୟତା ଥିବା କୁହାଯାଏ।

Dharmagarh News: ଜୋର୍ ଧରିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି: ରାଜ୍ୟ ସରକାରଙ୍କୁ ସାମୁହିକ ଦାବିପତ୍ର ପ୍ରଦାନ

Dharmagarh News:  ଧର୍ମଗଡ଼: ଦୀର୍ଘଦିନରୁ ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ନେଇ ବିଭିନ୍ନ ସମୟରେ ଦାବି ହେଇ ଆସୁଛି। ଭୌଗୋଳିକ ଦୃଷ୍ଟିକୋଣରୁ ଧର୍ମଗଡ଼ ଉପଖଣ୍ଡ ଜିଲ୍ଲା ସ୍ଥାପନ ହେବା ଆବଶ୍ୟକ ରହିଥିବା ବେଳେ ସରକାରଙ୍କ ଉଦାସୀନତା ଯୋଗୁଁ ବର୍ତ୍ତମାନ ଯାଏ ଅଟକ ରହିଛି। ଏହା ଅଞ୍ଚଳବାସୀଙ୍କ ଭିତରେ କ୍ଷୁବ୍ଧ ପ୍ରକାଶ ପାଉଛି। ଏବେ ଜିଲ୍ଲା ମାନ୍ୟତା ନେଇ ବିଭିନ୍ନ ସଂଗଠନ ସାମୁହିକ ଭାବେ ମୁଣ୍ଡ ଟେକିଥିବା ଜଣାପଡ଼ିଛି।

ଶୁକ୍ରବାର ଦିନ ଅଞ୍ଚଳର ବିଭିନ୍ନ ସାମୁହିକ ସମର୍ଥନ ଜଣାଇ ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ଦିଆଯାଇଥିବା ଜଣାପଡ଼ିଛି।କଚେରୀ ଛକ ନିକଟରେ ଏକ ପ୍ରତିବାଦ ସଭା କରାଯାଇ ସହର ପରିକ୍ରମା କରାଯାଇଥିଲା। ଏଥିରେ ସ୍କୁଲ , କଲେଜ, ଓକିଲ ସଂଘ, ସାମ୍ବାଦିକ ସଂଘ, ସରପଞ୍ଚ ସଂଘ, ଓ ଏସ ଏସ ସଂଘ, ପର୍ଶୁରାମ ସେନା ଓ କୃଷକ ସଂଘ ପ୍ରମୁଖ ସାମିଲ ହୋଇ ସମର୍ଥନ ଜଣାଇଥିଲେ। ଶେଷରେ ଧର୍ମଗଡ ଉପଜିଲ୍ଲାପାଳଙ୍କୁ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଥିଲା। ଦାବିପତ୍ରକୁ ଅତିରିକ୍ତ ଉପଜିଲ୍ଲାପାଳ ଚିନ୍ମୟ କୁମାର ନାଏକ ଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ, ଧର୍ମଗଡ଼ ଉପଖଣ୍ଡ ଅଧୀନରେ ୬ଟି ବ୍ଲକ ରହିଥିବା ବେଳେ ୮ଲକ୍ଷରୁ ଉର୍ଦ୍ଧ୍ବ ଜନସଂଖ୍ୟା ରହିଛି। ଅନ୍ୟପଟେ ଧର୍ମଗଡ଼ ଉପଖଣ୍ଡ ଛତିଶଗଡ଼ ରାଜ୍ୟ ସୀମାନ୍ତରେ ରହିଥିବା ବେଳେ ଅଞ୍ଚଳର ଭୌଗୋଳିକ ସ୍ଥିତିକୁ ନିରୀକ୍ଷଣ କରାଗଲେ ଜିଲ୍ଲା ମାନ୍ୟତା ପାଇଁ ଯୋଗ୍ୟତା ଥିବା କୁହାଯାଏ। ଉପଖଣ୍ଡରେ ବିଭିନ୍ନ ପ୍ରକାର ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଉତ୍ପାଦନ କ୍ଷେତ୍ର ରେ ବେଶ ଅଗ୍ରଣୀ ଲାଭ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅମଳରୁ ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ପାଇଁ ଦାବି ହେଇ ଆସିଛି।

ତେବେ ଜିଲ୍ଲା ସଂପ୍ରସାରଣ ବେଳକୁ ଧର୍ମଗଡ଼ ପ୍ରତି ଅନ୍ୟାୟ ହୋଇଥିବା ସାମୁହିକ ସଂଘ ଅଭିଯୋଗ କରିଛି।  ଜିଲ୍ଲା ଗଠନ ସ୍ଥିତିକୁ ଅନୁଧ୍ୟାନ କରାଗଲେ ଧର୍ମଗଡ଼କୁ ଜାଣିଶୁଣି ଜିଲ୍ଲା ମାନ୍ୟତାରୁ ବାଦ ଦିଆଯାଇଥିଲା। ୨୦୧୧ ଜନଗଣନା ଅନୁଯାୟୀ କ୍ଷେତ୍ରଫଳ ପାରିପାର୍ଶ୍ବିକ ଦୃଷ୍ଟି କୋଣରେ ଜିଲ୍ଲା ମାନ୍ୟତା ପାଇଥିବା ଝାରସୁଗୁଡ଼ାର କ୍ଷେତ୍ର ଫଳ ୨୧୧୪ ବର୍ଗ କିମି ଥିବାବେଳେ ୫ଲକ୍ଷ ୭୯ହଜାର ଲୋକ ସଂଖ୍ୟା ରହିଛି। ସେପରି ସୋନପୁରର କ୍ଷେତ୍ର ଫଳ ୨୨୮୪ ବର୍ଗ କିମିଓ ଜନସଂଖ୍ୟା ୬ଲକ୍ଷ,୧୦ହଜାର ,ଦେବଗଡ଼ର  ୨୭୮୨ ବର୍ଗ କିମି କ୍ଷେତ୍ରଫଳ ଥିବାବେଳେ ଜନସଂଖ୍ୟା୩ଲକ୍ଷ ୧୨ହଜାର,ବୌଦ୍ଧ -୩୦୯୮-ଜନସଂଖ୍ୟା ୪ଲକ୍ଷ ୪ହଜାର ଓ ନୂଆପଡ଼ାର କ୍ଷେତ୍ରଫଳ ୩୪୦୮ ବର୍ଗ କିମି ଥିବାବେଳେ ୬ଲକ୍ଷ ୬ହଜାର ଜନସଂଖ୍ୟା ରହିଛି।

ତେବେ ତୁଳାତ୍ମକ ବିଚାରକୁ ନିଆଗଲେ ଧର୍ମଗଡ଼ ସବୁଠାରୁ ଆଗୁଆ ରେ ରହିଛି। ଧର୍ମଗଡ କ୍ଷେତ୍ରଫଳ ୩୬୦୮ ବର୍ଗ କିମି ଥିବାବେଳେ ଏହାର ଜନସଂଖ୍ୟା ୮ଲକ୍ଷ ୨୦ହଜାର ରହିଛି। ସବୁ ଆଡୁ ଆକଳନ କରାଗଲେ ଧର୍ମଗଡ ଜିଲ୍ଲା ମାନ୍ୟତା ପାଇବା ପ୍ରଯୁଜ୍ୟ ରହିଛି। ତେବେ ସରକାରଙ୍କ ଅବହେଳା ଓ ବୈମାତୃକ ଭାବ ଯୋଗୁ ଧର୍ମଗଡ଼ ଜିଲ୍ଲା ମାନ୍ୟତା ପାଇବାରେ ବଞ୍ଚିତ ହୋଇ ରହିଛି।

ଆଗାମୀ ଦିନରେ ସରକାର ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ନ ଦେଲେ ସାମୁହିକ ସଂଘ ଏହାର ଘୋର ପ୍ରତିବାଦ କରିବ ବୋଲି ଓକିଲ ସଂଘ ସଭାପତି ଧୀରେନ ପାତ୍ର, ତୁଷାରରଞ୍ଜନ ପଟଯୋଶୀ, ଦିଗାମ୍ବର ଦୁରିଆ, ଧର୍ମଗଡ଼ ବିଧାନ ସଭା କଂଗ୍ରେସ ସଭାପତି ଡାକେ ଲହଜଳ, ବେଣୁଧର ଦୁର୍ଗା, ସନ୍ତୋଷ ପାଢ଼ୀ, ରତନ ନାଏକ, ବିଜେପି ସାଧାରଣ ସମ୍ପାଦକ ସୁଧୀର ପଟଯୋଶୀ, ଜନ୍ମେଜୟ ନାଏକ, ସରପଞ୍ଚ ସଂଘ ସଭାପତି ହାତିରାମ ଦୁର୍ଗା, ଗୌଲୋଚନ ଗୋପାଳ, ବିଜେଡି ସଦସ୍ୟ ରାଜେନ୍ଦ୍ର ମୁନି, ବିବେକ ମିଶ୍ର, ସାମ୍ବାଦିକ ସଂଘ ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ବିଦ୍ୟାଧର ସାହୁ ଓ ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି ବିଘ୍ନରାଜ ପଣ୍ଡା ପ୍ରମୁଖ ଚେତାଵନୀ ଦେଇଛନ୍ତି।