କାମାକ୍ଷାନଗର: ଶ୍ରାବଣ ମାସ ସରିବାକୁ ବସିଲାଣି। ହେଲେ ବର୍ଷାର ଲୁଚକାଳି ଖେଳ ଏବେ ମଧ୍ୟ ଜାରି ରହିଛି। ଶ୍ରାବଣ ମାସରେ ସବୁଦିନ ବର୍ଷା ହୋଇଥାଏ ବୋଲି ଏକ ଲୋକକଥା ରହିଛି। ହେଲେ ବର୍ଷାର ପରିମାଣ ଏବେ ମଧ୍ୟା ସ୍ବାଭାବିକ ଠାରୁ ବହୁତ କମ ହୋଇଥିବା ଜଣାପଡିଛି। ସ୍ବଳ୍ପ ବର୍ଷା ଯୋଗୁ କ୍ଷେତ ଶୁଖିଲା ପଡିବା ସହମାଟି ଫାଟି ଆଁ କରିଛି। 


COMMERCIAL BREAK
SCROLL TO CONTINUE READING

ଏପରି ସ୍ଥଳେ କେମିତି ହେବ ଚାଷ। ବିଲରେ ଚାଷ କରିଥିବା ଫସଲ ବଞ୍ଚାଇବାକୁ ଚାଷୀ କରୁଛି ଅକ୍ଲାନ୍ତ ପରିଶ୍ରମ। ହଜାର ହଜାର ଟଙ୍କା ଖର୍ଚ୍ଚ କରି ନିଜସ୍ବ ଉଦ୍ୟମରେ ପମ୍ପ ମାଧ୍ୟମରେ ନିଜ ଚାଷ ଜମିରେ ପାଣି ମଡାଉଛନ୍ତି ଚାଷୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମହୁଲପାଳ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଚିନ୍ତାଜନକ ଦୃଶ୍ୟ।


Also Read: ଢିପ ଜମିରେ ପହଞ୍ଚି ପାରୁନି ଜଳ; ପାଣି ଅଭାବରୁ ପୋଡିଗଲାଣି ଫସଲ


ପାଖରେ ରହିଛି ରାମିଆଳ ନଦୀ ହେଲେ ଏଠାରୁ ଜମିକୁ ପାଣି ମଡାଇବାକୁ ନାହିଁ କୌଣସି ସୁବିଧା। ପୂର୍ବରୁ ବିଲରେ ଯେଉଁ ଧାନ ତଳି ଲଗାଯାଇଥିଲା ତାହା ଏବେ ପାଣିର ଅଭାବ କାରଣରୁ ନଷ୍ଟ ହେବାକୁ ଯାଉଛି। ବର୍ଷାର ଦେଖାନାହିଁ। ବିଲରେ କେମିତି ଜଳସେଚନ କରିବେ ସେ ଚିନ୍ତାରେ ଏବେ ଚାଷୀ। ବାଧ୍ୟ ହୋଇ ପମ୍ପ ଲଗାଇ ପାଖରେ ଥିବା ଛୋଟ ପୋଖରୀରୁ ବିଲରେ ପାଣି ମଡାଇ ନିଜେ କରିଥିବା ଚାଷକୁ ବଞ୍ଚାଇବାକୁ ଉଦ୍ୟମ କରିଛନ୍ତି। 


Also Read: ପାଣିରେ ଧୋଇଗଲା ନିର୍ମାଣାଧିନ କେନାଲ ଗାର୍ଡ ୱାଲ୍


ପୋଖରୀରୁ ପାଣି ସରିଗଲେ ନିଜେ ଫସଲକୁ କେମିତି ବଞ୍ଚାଇବେ ତାହା ଏବେ ସେମାନଙ୍କ ପାଇଁ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ବିଲକୁ ପାଣି ମାଡିବା ପାଇଁ ନା ଏଠାରେ ଅଛି କେନାଲ ନାଁ ଅଛି ନାଳ। ଚାଷ ଜମିକୁ ଜଳସେଚନ ପାଇଁ କୌଣସି ସୁବିଧା ନାହିଁ। ଜଳସେଚନ ପାଇଁ ବ୍ୟବସ୍ଥା କରାଯାଇଛି ହେଲେ ଏହି ଅଞ୍ଚଳର ଚାଷୀ ଏହାର ଲାଭ ଉଠାଇବାରୁ ବଞ୍ଚିତ ହୋଇଛନ୍ତି। ନିଅଣ୍ଟିଆ ବର୍ଷା ଏବେ ଚାଷୀଙ୍କ ପାଇଁ କାଳ ସାଜିଛି।


Also Read: ଝରଣା ପାଣିର ବ୍ୟବହାର କରି ଉପକୃତ ଚାଷୀ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ


ଯେଉଁ ଚାଷୀ ଅପେକ୍ଷାକୃତ ସ୍ବଚ୍ଛଳ ସେମାନେ ଟଙ୍କା ଖର୍ଚ୍ଚ କରି ପମ୍ପ ମାଧ୍ୟମରେ ପାଣି ମଡାଉଛନ୍ତି ହେଲେ ଗରିବ ଚାଷୀ ଏକ ପ୍ରକାର ହତାଶ ହୋଇପଡିଛନ୍ତି। କୌଣସି ଉପାୟ ନପାଇ ବର୍ଷାକୁ ଅନାଇ ରହିଛନ୍ତି ସେମାନେ। ଏହାର ସମାଧାନ ପାଇଁ କ'ଣ କରାଯାଇପାରିବ ସେ ଚିନ୍ତାରେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ପୂର୍ବରୁ ଏହି ସମୟରେ ବିଲରେ ପାଣିର ପରିମାଣ ଏତେ ମାତ୍ରାରେ ଥାଏ ଯେ ଗୋଟିଏ ବିଲରୁ ଅନ୍ୟ ବିଲକୁ ଏହା ପ୍ରବାହିତ ହେଉଥିବାର ନଜିର ମଧ୍ୟ ରହିଛି। ହେଲେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା କାରଣରୁ ଚାଷୀ ଏବେ କିପରି ଚାଷ କାର୍ଯ୍ୟ କରିବେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଆସନ୍ତା ସପ୍ତାହ ମଧ୍ୟରେ ଯଦି ଆଶାନୁରୂପ ବର୍ଷା ନହୁଏ ତାହେଲେ ମରୁଡି ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଏପରି ସ୍ଥିତି ଉପୁଜିବା ନେଇ ଏକ ପ୍ରକାର ଆକଳନ ମଧ୍ୟ କରିଦେଲେଣି ଚାଷୀ।