ଝରଣା ପାଣିର ବ୍ୟବହାର କରି ଉପକୃତ ଚାଷୀ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
Advertisement
Article Detail0/zeeodisha/odisha738040

ଝରଣା ପାଣିର ବ୍ୟବହାର କରି ଉପକୃତ ଚାଷୀ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ସମ୍ବଲପୁର ଜିଲ୍ଲାର ଯୁଜୁମୁରା ବ୍ଲକ ପ୍ରଶାସନ ପକ୍ଷରୁ ଏଥିପାଇଁ କୁଟୁରଲଟିଆ ଝରଣା ପାଣିକୁ ଅଟକାଇବା ପାଇଁ ଡାଇଭର୍ସନ ଗଡ ୱାଲ (Diversion God Wall) ତିଆରି କରାଗଲା । ସେଠାରୁ କେନାଲ ତିଆରି କରାଯାଇ ପ୍ରାୟ ୨ କିମି ଦୂରରେ ଏକ ବନ୍ଧରେ ସେହି ଝରଣା ପାଣିକୁ ସଂଗୃହୀତ କରି ରଖାଯାଉଛି । ବର୍ତ୍ତମାନ ଚାଷ ସମୟରେ ସେହି ପାଣିକୁ ଚାଷ କାମରେ ବ୍ୟବହାର କରାଯାଉଛି ।  

ଝରଣା ପାଣିର ବ୍ୟବହାର କରି ଉପକୃତ ଚାଷୀ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଅଜୟ କୁମାର ନାଥ,ସମ୍ବଲପୁର: ଚାଷବାସ ଲାଗି ଦିନେ ବର୍ଷା ଜଳ ଉପରେ ହିଁ ନିର୍ଭର କରୁଥିଲେ ଚାଷୀ । ହେଲେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କାୟାକୁଦ ପଞ୍ଚୟତରେ ବହି ଯାଉଥିବା ଝରଣା ଉପରେ ତିଆରି ହୋଇଛି । ଯାହା ଜଳସେଚନ କ୍ଷେତ୍ରରେ ଚାଷୀଙ୍କ ଲାଗି ବେଶ ସହାୟକ ହେବା ସହ ଜଳାଭାବ ସମସ୍ୟାକୁ ଦୂର କରିପାରିଛି । ଏହି ପ୍ରକଳ୍ପ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ମଧ୍ୟ ମନ କି ବାତ' କାର୍ଯ୍ୟକ୍ରମ ମାଧ୍ୟମରେ କହିଥିଲେ ।       

ଜଙ୍ଗଲ ଭିତରେ ଝରଣା ପାଣି ବହି ଯାଇ ଅପଚୟ ହେଉଥିଲା । କେବଳ ବର୍ଷା ଋତୁକୁ ଛାଡିଦେଲେ ଏହି ଝରଣା ପାଣି ଚାଷ ପାଇଁ ଲୋକଙ୍କ କାମରେ ଆସୁନଥିଲା । ବହିଯାଉଥିବା ଏହି ଝରଣା ପାଣିକୁ କିପରି ସଂଗୃହୀତ କରାଯାଇ ଚାଷ କାମରେ ବ୍ୟବହାର କରାଯିବ ସେଥି ଲାଗି କରାଗଲା ଯୋଜନା । 

fallback

ସମ୍ବଲପୁର ଜିଲ୍ଲାର ଯୁଜୁମୁରା ବ୍ଲକ ପ୍ରଶାସନ ପକ୍ଷରୁ ଏଥିପାଇଁ କୁଟୁରଲଟିଆ ଝରଣା ପାଣିକୁ ଅଟକାଇବା ପାଇଁ ଡାଇଭର୍ସନ ଗଡ ୱାଲ (Diversion God Wall) ତିଆରି କରାଗଲା । ସେଠାରୁ କେନାଲ ତିଆରି କରାଯାଇ ପ୍ରାୟ ୨ କିମି ଦୂରରେ ଏକ ବନ୍ଧରେ ସେହି ଝରଣା ପାଣିକୁ ସଂଗୃହୀତ କରି ରଖାଯାଉଛି । ବର୍ତ୍ତମାନ ଚାଷ ସମୟରେ ସେହି ପାଣିକୁ ଚାଷ କାମରେ ବ୍ୟବହାର କରାଯାଉଛି ।  

   

ବର୍ତ୍ତମାନ ସମୟର ଏହି ପ୍ରକଳ୍ପ ଯୋଗୁ ଯୁଜୁମୁରା ପଞ୍ଚାୟତର ପ୍ରାୟ ୫୦ ହେକ୍ଟର ଚାଷ ଜମି ଚାଷ ହୋଇପାରିବ । ଏଠାରେ ଧାନ ଫସଲ ସହ ରବି ଋତୁରେ ପନିପାରିବା ଚାଷ ବି କରିପାରିବେ ଏଠାକାର ଚାଷୀ । ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ବିଡିଓ  BDO ସେହି ଅଞ୍ଚଳକୁ ପରିଦର୍ଶନ କଲେ ଏବଂ ୧୬ ଲକ୍ଷ ଟଙ୍କାରେ ମହତ୍ମା ଗାନ୍ଧୀ ଜାତୀୟ ନିଶ୍ଟିତ କର୍ମ ନିଯୁକ୍ତି ଯୋଜନା-ଏମଜିଏନଆରଇଜିଏସ (MGNREGS- Mahatma Gandhi National Rural Employment Guarantee) ଯୋଜନା ମାଧ୍ୟମରେ କାମ ଆରମ୍ଭ କରାଯାଇଥିଲା । 

fallback

 

ଏହି ପ୍ରକଳ୍ପ ଏକ ସଫଳ ଯୋଜନା ହୋଇଥିବା ବେଳେ ଏହାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତ୍ମନିର୍ଭର ଭାରତ ଯୋଜନାରେ ଏହା ଏକ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ସରକାରଙ୍କ ଅନେକ ଯୋଜନା ଥିବା ବେଳେ ଏହି ଯୋଜନା କାର୍ଯ୍ୟକାରୀ କରି  ଯୁଯୁମରା ବ୍ଲକର କାୟାକୁଦ ପଞ୍ଚାୟତ ଏବେ ସର୍ବଭାରତୀୟସ୍ତରରେ ଏକ ଉଦାହରଣ ସୃଷ୍ଟି କରିପାରିଛି ଏଥିରେ ସନ୍ଦେହ ନାହିଁ ।