ଝାରସୁଗୁଡା: ଆଜି ପୁରା ଦେଶ ପାଳୁଛି ସ୍ବାଧୀନତା ଦିବସ। ସାରା ଦେଶରେ ଆଜି ଉତ୍ସବର ବାତାବରଣ। ଏହି ସ୍ବାଧୀନତା ଜୀବନ ଏବଂ ଉତ୍ସବ ପାଇଁ ଯଦି କେହି ଶ୍ରେୟର ହକଦାର ସିଏ ହଉଛନ୍ତି ଭାରତର ସ୍ବାଧୀନତା ସଂଗ୍ରାମୀ। ଯେଉଁମାନେ ନିଜର ଦେଶ ସେବା ଏବଂ ସ୍ବାଧୀନତା ପାଇଁ ନିଜର ଜୀବନକୁ ମଧ୍ୟ ବଳିଦାନ ଦେବା ପାଇଁ ପଛ ଘୁଞ୍ଚା ଦେଇନଥିଲେ ଏବଂ ଶେଷରେ ଇଂରେଜମାନଙ୍କୁ ଭାରତ ଛାଡିବାପାଇଁ ବାଧ୍ୟ କରିଦେଇଥିଲେ। ଆଜି ଏଭଲି ଜଣେ ବୀର ପୁରୁଷଙ୍କର ର ବିଷୟରେ ଜାଣିବା...


COMMERCIAL BREAK
SCROLL TO CONTINUE READING

ଓଡ଼ିଶାର ସମ୍ବଲପୁର ଜିଲ୍ଲା ଖିଣ୍ଡା ଠାରେ ଭାରତକୁ ସ୍ୱାଧୀନତା ମିଳିବାର ୧୩୮ ବର୍ଷ ପୂର୍ବରୁ ଅର୍ଥାତ ୨୩ ଜାନୁୟାରୀ ୧୮୦୯ ମସିହାରେ ଜନ୍ମ ନେଇଥିଲେ ଜଣେ ବୀର ସନ୍ତାନ। ବାପା ଧର୍ମ ସିଂହଙ୍କର ୭ଟି ସନ୍ତାନ ମଧ୍ୟରୁ ସିଏ ଥିଲେ ଅନ୍ୟତମ। ପିଲା ଦିନଠାରୁ ହିଁ ଥିଲା ଦେଶ ପ୍ରତି ଭଲ ପାଇବା ଏବଂ ଦେଶକୁ ସ୍ବାଧୀନତା ଦେବାର ସ୍ୱପ୍ନ। ମାତ୍ର ୧୮ ବର୍ଷ ବୟସରେ ସିଏ ବ୍ରିଟିଶ ବିରୁଦ୍ଧରେ ଯୁଦ୍ଧଂଦେହୀ ଡାକରା ଦେଇଥିଲେ। ତାଙ୍କୁ ୩୧ ବର୍ଷ ହେବା ବେଳକୁ ପ୍ରଥମ ଥର ପାଇଁ ଭାରତ ମାତାଙ୍କର ସ୍ବାଧୀନତା କରିବା ଫଳରେ ତାଙ୍କୁ ମିଳିଥିଲା ଜେଲ ଦଣ୍ଡ। ହଜାରିବଗ୍ ଜେଲରେ ୧୭ ବର୍ଷ ରହିବା ପରେ ଜେଲରୁ ଅନ୍ୟ ସାଥି ସ୍ବାଧୀନତା ସଂଗ୍ରାମୀମାନଙ୍କ ସାଙ୍ଗରେ ପଳେଇ ଆସିଥିଲେ। ତାହାପରେ ଆରମ୍ଭ କରିଦେଇଥିଲେ ନିଜର ବ୍ରିଟିଶ ବିରୁଦ୍ଧରେ ସଂଗ୍ରାମର ଦ୍ଵିତୀୟ ପାଳି। 


Also Read: ଫିକା ପଡୁଥିବା ଜାତୀୟ ପର୍ବରେ ରଙ୍ଗ ଭରିଲେ କିନ୍ନର


ପଶ୍ଚିମ ଓଡିଶାକୁ ଆସି ଏଠାରେ ହିଁ ସ୍ବାଧୀନତା ସଂଗ୍ରାମ ପାଇଁ ନଉଥିଲେ ନିଷ୍ପତି ଏବଂ କରୁଥିଲେ କାମ। ବ୍ରିଟିଶ ସେନା ପାଖରେ ଥିଲା ଗୋଲା ବାରୁଦ ହେଲେ ନିଜର ଧନୁ-ତୀର ଏବଂ ଖଡ୍ଗରେ ହିଁ ବ୍ରିଟିଶମାନଙ୍କର ଦମନ କରିବାରେ ଥିଲେ ମାହୀର। ସିଏ ଘୋଡ଼ା ଚଢୁଥିଲେ ଏବଂ ହାତରେ ଥିଲା ଖଣ୍ଡା ଯାହା ଶତ୍ରୁ ଇଂରେଜଙ୍କୁ ଛାନିଆ କରି ପକାଉଥିଲା। ସେହି ବୀର ସନ୍ତାନ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବୀର ସୁରେନ୍ଦ୍ର ସାଏ। ଆଜି ବି ଅନେକ ସ୍ଥାନୀୟ ବାସିନ୍ଦା ନିଜକୁ ସେହି ବୀରଙ୍କ ରକ୍ତ ବୋଲି କୁହନ୍ତି। 


ନିଜର ଅଦମ୍ୟ ସାହାସ ଏବଂ ପରାକ୍ରମକୁ ଦେଖି ବ୍ରିଟିଶମାନଙ୍କୁ ବୀର ସୁରେନ୍ଦ୍ର ସାଏଙ୍କୁ ଗିରଫ କରିବା ପାଇଁ ଯୋଜନା ନୁହଁ, କରିବାକୁ ପଡିଲା ଷଡଯନ୍ତ୍ର। କେଉଁ ବ୍ରିଟିଶ ସେନା ପାଖରେ ଏତେ ସାହସ ନଥିଲା ଯେ ବୀର ସୁରେନ୍ଦ୍ରଙ୍କୁ ଧରି ପାରିବେ। କାରଣ ସିଏ ଥିଲେ ମାଁ ସମଲେଇଙ୍କର ଭକ୍ତ ଏବଂ ମାଁ ସମଳେଇ ଥିଲେ ତାଙ୍କର ଇଷ୍ଟଦେବୀ। ଯୁଧ୍ୟ କରିବାରେ ସୁରେନ୍ଦ୍ର ଏତେ ପାରଙ୍ଗମ ଥିଲେ ଯେ ପବନର ବେଗରେ ଆସି ଶତ୍ରୁଙ୍କୁ ଆକ୍ରମଣ କରି ପୁଣି ପବନ ବେଗରେ ଚାଲିଯାଉଥିଲେ। ବ୍ରିଟିଶ ସେନା କିଛି କରି ପାରିବା ପୂର୍ବରୁ ହିଁ ବୀର ସୁରେନ୍ଦ୍ରଙ୍କର ତୀର ଶତ୍ରୁର ଛାତିର ଆରପାର ହୋଇଯାଉଥିଲା। 


Also Read: ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଇତିହାସ; ମୁଖ୍ୟମନ୍ତ୍ରୀ ନବୀନ କଲେ ବଡ଼ ଘୋଷଣା


ହେଲେ ନିଜର ଆତ୍ମୀୟ ବନ୍ଧୁଙ୍କୁ ଇଂରେଜମାନେ ହତେଇ ବୀର ସୁରେନ୍ଦ୍ର ସାଏଙ୍କର ଠିକାଣାରେ ପହଂଚି ତାଙ୍କୁ କାବୁ କରିପକାଇଥିଲେ। ନିଜର ଜୀବନର ୧୭ ବର୍ଷ ଜେଲରେ ବିତାଇଥିବା ବୀର ସୁରେନ୍ଦ୍ରଙ୍କୁ ଭୋଗିବାକୁ ପଡିଥିଲା ଆଉ ୨୦ ବର୍ଷର ଜେଲ ଦଣ୍ଡ। ଶେଷରେ ୨୮ ଫେବୃଆରୀ ୧୮୮୪ ମସିହାରେ ବୀର ସୁରେନ୍ଦ୍ରଙ୍କୁ ୭୫ ବର୍ଷ ବୟସରେ ଅସିଗଡ ଜେଲରେ ଥିବା ବେଳେ ହି ନିଜର ଦୈହିକ ବସ୍ତ୍ର ଛାଡି ଚାଲି ଯାଇଥିଲେ ବୀର ସୁରେନ୍ଦ୍ର।  ଭାରତମାତା ପୁଣି ହରେଇଦେଲା ଜଣେ ସୁପୁତ୍ର। ହେଲେ ବୀର ପୁତ୍ରର ବୀର ଗାଥା ହିଁ ଇତିହାସର ସେହି ବୀର ସୁରେନ୍ଦ୍ର ସାଏଙ୍କର ନାମକୁ ସ୍ବର୍ଣ୍ଣିମ ଅକ୍ଷରରେ ଲେଖିଦେଲା ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ଆଜି ସ୍ବାଧୀନତା ଦିବସରେ ସେହି ବୀର ପୁତ୍ରଙ୍କୁ ଶତ ଶତ ନମନ।