Governor Ganeshi Lal: କୋରାପୁଟ (ପବନ ପାଣିଗ୍ରାହୀ): ତିନି ଦିନିଆ କୋରାପୁଟ (Koraput) ଜିଲ୍ଲା ଗସ୍ତରେ ମହାମହିମ ରାଜ୍ୟପାଳ (Governor) ଗଣେଶୀ ଲାଲ (Ganeshi Lal)। ଆଜି ଦ୍ଵିତୀୟ ଦିବସରେ କୁନ୍ଦୁରା ଏବଂ ଜୟପୁର ଗସ୍ତ କରିଛନ୍ତି। ଆଜି ସକାଳୁ ୧୧ ଘଣ୍ଟା ସମୟରେ କୁନ୍ଦୁରା ବ୍ଲକର ବୁଦାଗୁଡାରେ ଦୁରୁଆ ଆଦିବାସୀ ମହିଳା ମହାସଂଘର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମହାମହିମ ପ୍ରଫେସର ଗଣେଶୀ ଲାଲ (Ganeshi Lal)।


COMMERCIAL BREAK
SCROLL TO CONTINUE READING

ପ୍ରକୃତି ସହ ନିରନ୍ତର ଭାବେ ଜଡ଼ିତ ରହିଥିବା ଆଦିବାସୀ ଭଗବାନଙ୍କ ପ୍ରଥମ ସନ୍ତାନ ବୋଲି କୁନ୍ଦୁରା ବୁଦାଗୁଡା ଠାରେ ଆୟୋଜିତ ଦୁରୁଆ ଆଦିବାସୀ ମହିଳା ମହାସଙ୍ଘର ବାର୍ଷିକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ (Prof Ganeshi Lal) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି । ଭାରତର ସ୍ଵାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଭୂମିକା ସମ୍ପର୍କରେ ଗଣେଶୀ ଲାଲ୍ ଶହୀଦ ଲକ୍ଷ୍ମଣ ନାୟକଙ୍କ ସମେତ କୋରାପୁଟ ଅଞ୍ଚଳର ଅନେକ ଆଦିବାସୀ ଯୋଦ୍ଧାଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି ।


ପ୍ରକୃତି ସହ ଆଦିବାସୀଙ୍କ ସମ୍ପର୍କ ସମାଜ ପାଇଁ ଏକ ଉଦାହରଣ ହୋଇ ରହିବ ବୋଲି ବାର୍ଷିକ ଉତ୍ସବ ମଞ୍ଚରେ ଭାଷଣ ଦେଇଛନ୍ତି l ଆଉ ଦୁରୁଆ ସମ୍ପ୍ରଦାୟ ଲୋକଙ୍କୁ ଆଦିବାସୀ ଜନଜାତି ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କ ସହିତ ଏବଂ ଆଦିବାସୀ ବିଭାଗ ସହିତ ନିଜେ ଆଲୋଚନା କରିବେ ବୋଲି ମତ ରଖିଛନ୍ତି l ଏହି କାର୍ଯ୍ୟକ୍ରମରେ ହଜାର ହଜାର ଦୁରୁଆ ଆଦିବାସୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ ସାଂସଦ ରମେଶ ଚନ୍ଦ୍ର ମାଝୀ ଜିଲ୍ଲା ପରିଷଦ ଅଧକ୍ଷ ଉପସ୍ଥିତ ରହିଥିଲେ


ପରେ SHG ମହିଳାଙ୍କ ସହ ଆଲୋଚନା କରିଛନ୍ତି। ପରେ ଜୟପୁରର ସରସ୍ଵତୀ ଶିଶୁମନ୍ଦିରରେ ପହଞ୍ଚି ଥିଲେ ରାଜ୍ୟପାଳ ମହାମହିମ ଗଣେଶୀ ଲାଲ। ରାଜ୍ୟପାଳଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛି। ଶିକ୍ଷାନୁଷ୍ଠାନରେ ମହାମହିମ ଛାତ୍ରଛାତ୍ରୀଙ୍କୁ ୭ଟି ପ୍ରଶ୍ନ ପଚାରି ଥିଲେ ସଠିକ ଉତ୍ତର ଦେବା ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଘୋଷଣା କରିଛନ୍ତି ମହାମହିମ ପ୍ରଫେସର ଗଣେଶୀ ଲାଲ।


ପିଲାଙ୍କୁ ଅଜାଦି ଅମୃତ ମହୋତ୍ସବର ଅର୍ଥ ଏବଂ ଭାରତ ମାତା ବିଷୟରେ ପ୍ରଶ୍ନ କରିଥିଲେ। କିଛି ଜଣ ଛାତ୍ରଛାତ୍ରୀ ସଠିକ ଉତ୍ତର ଦେଇ ରାଜ୍ୟପାଳଙ୍କ ଠାରୁ ୫ ହଜାର ଟଙ୍କା ପାଇବାର ଗୌରବ ପାଇଛନ୍ତି। ଯାହାକୁ ନେଇ ଖୁସି ପ୍ରକଟ କରିଛନ୍ତି ଛାତ୍ରଛାତ୍ରୀ। ଶେଷରେ ଶିକ୍ଷକ ମାନଙ୍କୁ ଏସବୁ ବିଷୟ ରେ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ଦେବା ଦିଗରେ ଦୃଷ୍ଟି ଦେବା ପାଇଁ କହିଛନ୍ତି ରାଜ୍ୟ ପାଳ।


ଅଧିକ ପଢନ୍ତୁ: Naveen Patnaik Visits Mumbai: ପୁଞ୍ଜି ଯୋଗାଡ଼ ପାଇଁ ମଙ୍ଗଳବାର ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ, ତିନି ଦିନରେ ରହିଛି ଏହି ସବୁ କାର୍ଯ୍ୟକ୍ରମ


ଅଧିକ ପଢନ୍ତୁ: Contractual Employees Protest: ଆଜି ମହାସଙ୍ଘର ମହାଆନ୍ଦୋଳନ, ୪୦୦୦୦ ଠିକା କର୍ମଚାରୀ ଘେରିବେ