Kendujhar News: ଝିମିଟ ଖେଳରୁ ଚାଲିଗଲା ଏକ ନୀରିହ ଜୀବନ
Advertisement
Article Detail0/zeeodisha/odisha1649234

Kendujhar News: ଝିମିଟ ଖେଳରୁ ଚାଲିଗଲା ଏକ ନୀରିହ ଜୀବନ

ଉଲ୍ଲାଙ୍କ ବଡ଼ଝିଅକୁ ଖୋଜିବା ପରେ କେହି ପାଇନଥିଲେ। ପରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଉଲ୍ଲା ଆସିବା ବେଳକୁ ଟିକିଏ ଡେରି ହେବାରୁ ନାବାଳିକା ଝିଅଟି ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ତାକୁ ମେଡ଼ିକାଲ୍ ଆଣିବା ପରେ ଡ଼ାକ୍ତର ମୃତ ଘୋଷଣା କରିଛନ୍ତି। 

Kendujhar News: ଝିମିଟ ଖେଳରୁ ଚାଲିଗଲା ଏକ ନୀରିହ ଜୀବନ

Kendujhar News: କେନ୍ଦୁଝର: ଝିମିଟି ଖେଳରୁ ଚାଲିଯାଇଛି ଏକ ନୀରିହ ଜୀବନ। ଜୀବନ କଣ ବୁଝିବା ପୂର୍ବରୁ ଲିଭିଯାଇଛି ଏକ କଅଁଳ ଜୀବନ। ଭଉଣୀଙ୍କ ମଧ୍ୟରେ ଝଗଡ଼ା ଲାଗିବାରୁ ଜଣେ ନାବାଳିକା ଭଉଣୀ ଆତ୍ମହତ୍ୟା କରିଛନ୍ତି। ଏଭଳି ଛାତିଥରା ଘଟଣା ଆନନ୍ଦପୁର ଥାନା ଅନ୍ତର୍ଗତ ମଲାରପଦା ଗାଁରୁ ଆସିଛି। ମିଳିଥିଲା ସୂଚନା ମୁତାବକ ମୃତକ ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଉଲ୍ଲା ହୋଙ୍କ ବଡ଼ ଝିଅ। 

ମିଳିଥିବା ସୂଚନା ମୁତାବକ ଉଲ୍ଲାଙ୍କ ବଡ଼ ଭାଇଙ୍କ ଦେହାନ୍ତ ଗତ ୧୦ ଦିନ ତଳେ ହୋଇଯାଇଥିଲା। ଫଳରେ ଆଜି ତାଙ୍କର ଦଶାହ କାର୍ଯ୍ୟ ଜାରି ରହିଥିଲା। ପରିବାରର ସମସ୍ତ ସଦସ୍ୟ ସୁଧୀ କାର୍ଯ୍ୟରେ ଯୋଗଦେବାକୁ ଚାଲିଯାଇଥିଲେ। ଘରେ ଅଳ୍ପ କିଛି ସଦସ୍ୟ ରହିଥିଲେ। ଏହା ସହିତ ଉଲ୍ଲାଙ୍କ ତିନି ଝିଅ ଓ ଉଲ୍ଲାଙ୍କ ମୃତକ ବଡ଼ ଭାଇଙ୍କ ଦୁଇ ଝିଅ ରହିଯାଇଥିଲେ। ୫ ଜଣ ନାବାଳିକା ଘରେ ଖେଳୁଥିଲେ। ତେବେ ଏହାରି ମଧ୍ୟରେ ସେମାନଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିଲା। ଫଳରେ ଉଲ୍ଲାଙ୍କ ବଡ଼ ଝିଅ ସୁଧୀ ହେଉଥିବା ବାପାଙ୍କ ପାଖକୁ ଆସିଥିଲା। ଆଉ ଘରକୁ ଡାକିଥିଲା। ତେବେ ଏହି ସମୟରେ ସୁଧି ହୋଇ ଘରକୁ ଯାଇ ସେମାନଙ୍କୁ ତାଗିଦ କରିବେ ବୋଲି ଉଲ୍ଲା କହିଥିଲେ। ଏତିକି ଶୁଣିବା ପରେ ଉଲ୍ଲାଙ୍କ ବଡ଼ ଝିଅ ସୁଧୀ କାର୍ଯ୍ୟରୁ ଘରକୁ ଫେରିଥିଲେ। 

ତେବେ ସମସ୍ତେ ଉଲ୍ଲାଙ୍କ ବଡ଼ଝିଅକୁ ଖୋଜିବା ପରେ କେହି ପାଇନଥିଲେ। ପରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଉଲ୍ଲା ଆସିବା ବେଳକୁ ଟିକିଏ ଡେରି ହେବାରୁ ନାବାଳିକା ଝିଅଟି ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ତାକୁ ମେଡ଼ିକାଲ୍ ଆଣିବା ପରେ ଡ଼ାକ୍ତର ମୃତ ଘୋଷଣା କରିଛନ୍ତି। ଖବର ପାଇ ପୋଲିସ ମେଡ଼ିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସେପଟେ କୋରାପୁଟରୁ ଛାତି ଥରାଇଲା ଭଳି ଏକ ଚିତ୍ର ସାମ୍ନାକୁ ଆସିଛି। ସାମାନ୍ୟ ମାଛ ପାଇଁ ଏକ ବଡ଼ଧରଣର ହତ୍ୟାକାଣ୍ଡ ଘଟିଯାଇଛି। ନିଜ ବଡ଼ ଭାଇକୁ ହତ୍ୟା କରିଛି ସାନ ଭାଇ। ସେପଟେ ଅଭିଯୁକ୍ତକୁ ଗିରଫ ପାଇଁ ପରିବାର ଲୋକେ ଦାବି କରିଛନ୍ତି। ତେବେ ଏହି ହତ୍ୟାକାଣ୍ଡର ମୂଳ କାରଣ ମାଛ ବ୍ୟବସାୟ ବୋଲି ମୃତକଙ୍କ ସମ୍ପର୍କୀୟମାନେ ପ୍ରକାଶ କରିଛନ୍ତି। ସେପଟେ ମୃତକଙ୍କ ନାଁ ବିରଙ୍ଗା ମୁଦୁଲି ବୋଲି ଜଣାପଡ଼ିଛି। 

ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ଧନେଶ୍ୱର ମୁଦୁଲି ଓ ମୃତକ ବିରଙ୍ଗା ମୁଦୁଲିଙ୍କ ମଧ୍ୟରେ ମାଛ ବ୍ୟବସାୟକୁନେଇ ପୂର୍ବରୁ ତିକ୍ତତା ରହିଆସିଥିଲା।   ପୋଖରୀରୁ ମାଛ ଧରିବା ପରେ ମାଛ ଭାଗ ବଣ୍ଟାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା । ଏପରିକି ବଡ ଭାଇ ଅଧିକ ମାଛ ନେଉ ଥିବାରୁ ସାନ ଭାଇ ଅସନ୍ତୋଷ ହୋଇଥିଲା। ଏହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଧୀରେ ଧୀରେ ବଚସା ଉଗ୍ର ରୂପ ଧାରଣ କରିଥିଲା। ବଚସା ଚାଲିଥିବା ସମୟରେ ସାନ ଭାଇ ଉତ୍ୟକ୍ତ ହୋଇ ବଡ଼ ଭାଇ କୁ ବଟକରା ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯାହା ଦ୍ଵାରା ଘଟଣା ସ୍ଥଳରେ ବଡ ଭାଇ ର ମୃତ୍ୟୁ ଘତିଥିଲା। ଏହି ହତ୍ୟାକାଣ୍ଡ କୁ ନେଇ ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡୁମ୍ବା ଗୁଡା ପଞ୍ଚାୟତ ଅଧିନସ୍ଥ ବଡ଼ ବାଗ୍ରି ଗାଁରେ। 

ମୃତ ବ୍ୟକ୍ତି ଜଣକ ହେଲେ ବିରଙ୍ଗା ମୁଦୁଲି, (୬୦) ଅନ୍ୟ ପକ୍ଷେ ଅଭିଯୁକ୍ତ ଧନେଶ୍ଵର ମୁଦୁଲି ହତ୍ୟା କରିବା ପରେ ଫେରାର ଥିବା ଜଣାପଡିଛି। ଏ ନେଇ ପରିବାର ଲୋକେ ଧନେଶ୍ଵର ଙ୍କ ନାମ ରେ ହତ୍ୟା କରି ଥିବା ନେଇ ଦଶମନ୍ତପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ଏତଲା କୁ ଭିତ୍ତି କରି ଥାନା ଅଧିକାରୀ ଚନ୍ଦ୍ରଭାନୁ ମହାନ୍ତି ଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।

Also Read: GPF Interest Rate: ସରକାରୀ କର୍ମଚାରୀମାନଙ୍କୁ ଜୋରଦାର ଝଟକା ଦେଲେ ମୋଦି ସରକାର, ହେବାକୁ ଯାଉଛି ବହୁତ ବଡ଼ କ୍ଷତି