Keonjhar News: ଚାକିରି ନ ହେବାରୁ ଜୀବନ ହାରିଲେ ଯୁବକ, ଭେଣ୍ତିଆ ପୁଅକୁ ହରାଇ ମାଟିରେ ଲୋଟି ପଡୁଛି ମାଆ
Advertisement
Article Detail0/zeeodisha/odisha1657593

Keonjhar News: ଚାକିରି ନ ହେବାରୁ ଜୀବନ ହାରିଲେ ଯୁବକ, ଭେଣ୍ତିଆ ପୁଅକୁ ହରାଇ ମାଟିରେ ଲୋଟି ପଡୁଛି ମାଆ

Keonjhar News In Odia: ଚାକିରି ପାଇଁ ଜୀବନ ହାରିଲେ ଯୁବକ(young man)। ଚାକିରି ନ ହେବାରୁ ଜୀବନ ଜିଇଁବାର ଆଶା ଛାଡି ଦେଇ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି ଯୁବକ । ଚାକିରି ପାଇଁ ବାରମ୍ବାର ପରୀକ୍ଷା ଦେଇଥିଲେ ମଧ୍ଯ ଚାକିରି ହେଲା ନାହିଁ । ଶେଷରେ ହତାଶ ହୋଇ ମାନସିକ ଭାରସାମ୍ୟ ହରାଇ ବିଷ ଖାଇଦେଲେ ଯୁବକ ।

Keonjhar News: ଚାକିରି ନ ହେବାରୁ ଜୀବନ ହାରିଲେ ଯୁବକ, ଭେଣ୍ତିଆ ପୁଅକୁ ହରାଇ ମାଟିରେ ଲୋଟି ପଡୁଛି ମାଆ

Keonjhar News In Odia: ଚାକିରି ପାଇଁ ଜୀବନ ହାରିଲେ ଯୁବକ(young man)। ଚାକିରି ନ ହେବାରୁ ଜୀବନ ଜିଇଁବାର ଆଶା ଛାଡି ଦେଇ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି ଯୁବକ ।  ଚାକିରି ପାଇଁ ବାରମ୍ବାର ପରୀକ୍ଷା ଦେଇଥିଲେ ମଧ୍ଯ ଚାକିରି ହେଲା ନାହିଁ । ଶେଷରେ ହତାଶ ହୋଇ ମାନସିକ ଭାରସାମ୍ୟ ହରାଇ ବିଷ ଖାଇଦେଲେ ଯୁବକ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର (Keonjhar )ଜିଲ୍ଲାର ଘସିପୁରା ଥାନା ରେକୁଟିଆ ଗାଁରେ ।  ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ମୃତକ ରେକୁଟିଆ ଗାଁର ଅଜୟ କୁମାର ନାୟକଙ୍କ ଏକମାତ୍ର ପୁଅ ତ୍ରିନାଥ । 

ଗତ ୩ବର୍ଷ ଧରି ତ୍ରିନାଥ ପ୍ରତିରକ୍ଷା ବିଭାଗ,ପାରା ମିଲିଟାରୀ ସମେତ ଓଡିଶା ପୋଲିସରର(Odisha Police) ବିଭିନ୍ନ ପଦ ପଦବୀ(govt job) ପାଇଁ ପରୀକ୍ଷା ଦେଇଥିଲେ ମଧ୍ଯ ତାଙ୍କୁ ସଫଳତା ମିଳି ନ ଥିଲା । ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଓଡିଶା ପୋଲିସର (Odisha Police) କନେଷ୍ଟବଳ ପଦବୀ ପାଇଁ ମଧ୍ଯ ଆବେଦନ କରି ପରୀକ୍ଷା ଦେଇଥିଲେ । ପରୀକ୍ଷାରେ ଫଳାଫଳ ମାର୍ଚ୍ଚ ମାସ ୧୭ ତାରିଖରେ ପ୍ରକାଶ ପାଇବା ପରେ ତାଙ୍କ ନାମ ଲିଷ୍ଟରେ ନଥିବା ଜାଣି ହତାଶ ହୋଇଥିଲେ । ବାରମ୍ବାର ଅସଫଳତା ସତ୍ତ୍ବେ ସେ ଅଧିକାଂଶ ସମୟ ଅବସାଦରେ ମଧ୍ୟ ରହୁଥିଲେ। 

Also Read : UP Criminals List: ଦୁଇ ଗ୍ୟାଙ୍ଗଷ୍ଟାରଙ୍କ ହତ୍ୟା ପରେ ଜାରି ହେଲା ୟୁପିର କ୍ରିମିନାଲ ଲିଷ୍ଟ, ତାଲିକାରେ ରହିଛି ଏହି ବିଧାୟକ ଓ ସାଂସଦଙ୍କ ନାଁ

Also Read : Paralakhemundi ACF Death Case: ପୁଣି ଚାଲିବ ବିଚାର ଖୋଲିବ ରହସ୍ୟ, ଜେଲ୍ ଯାଇପାରନ୍ତି ଏହି ୩ ଅଭିଯୁକ୍ତ

ଆଜି କନେଷ୍ଟବଳ ପରୀକ୍ଷାରେ କୃତକାର୍ଯ୍ଯ ହୋଇଥିବା ତାଙ୍କ ସାଙ୍ଗ ମାନେ ପୋଲିସ ବିଭାଗ (Odisha Police) କାର୍ଯ୍ଯରେ ଯୋଗଦେବାକୁ ଡକରା ଆସିଥିଲା। ଯାହାକୁ ଶୁଣି ସେ ଅଧିକ ଭାଙ୍ଗି ପଡିଥିଲେ ଆଉ ହତାଶ ବି ହୋଇଯାଇଥିଲେ। ପରେ ସେ ନିଜ ଆଜି ନିଜ ବାଡି ପଟକୁ ଯାଇ କନିଅର ମଞ୍ଜି ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ଦେଖି ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ , ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।  ସେପଟେ ଘସିପୁରା ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ପୋଲିସ । ପୋଲିସ୍ ତରଫରୁ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି ।

ନିକଟରେ ଏଭଳି ଏକ ଘଟଣା ବାଲେଶ୍ବରରେ ମଧ୍ୟ ଦେଖିବାକୁ ମିଳିଥିଲା। ଚାକିରି ନ ମିଳିବାରୁ ଜୀବନ ହାରିଥିଲେ ଯୁବକ । ବାଲେଶ୍ବର ଜିଲ୍ଲା ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ବଳିବାଡ଼ ଗାଁର ବାବାଜୀ ମଲ୍ଲିକଙ୍କ ପୁଅ ସରୋଜ ମଲ୍ଲିକ (୨୮) ଦୀର୍ଘ ଦିନ ଧରି ଚାକିରି ପାଇଁ ଚେଷ୍ଟା କରୁଥିବା ବେଳେ ଚାକିରି ନ ମିଳିବାରୁ ଚିନ୍ତାରେ ରହିଥିବା ପରିବାର ଲୋକେ କହିଛନ୍ତି।  ତାଙ୍କ ବାପା ବାବାଜୀ ମଲ୍ଲିକଙ୍କ ସହ ଚାକିରି ମିଳୁନଥିବା ନେଇ ଆଲୋଚନା କରିବା ପରେ ରାତିରେ ନିଜ ରୁମକୁ ଶୋଇବାକୁ ଯାଇଥିଲେ। ବିଳମ୍ବିତ ରାତିରେ ପରିବାର ଲୋକେ ତାଙ୍କୁ ରୋଷେଇ ଘରେ ବେକରେ ଲୁଗା ଲଗାଇ ଝୁଲୁଥିବାର ଦେଖିବା ପରେ ସୋର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।