Labour Protest: ବକେୟା ଦରମା ଦାବି କଲେ ମିଳୁଛି ଗିରଫଦାରୀ ଧମକ
Advertisement
Article Detail0/zeeodisha/odisha1348875

Labour Protest: ବକେୟା ଦରମା ଦାବି କଲେ ମିଳୁଛି ଗିରଫଦାରୀ ଧମକ

କମ୍ପାନୀରେ କାର୍ଯ୍ୟ କରୁଥିବା କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ପାଇଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ଦରମା ପ୍ରଦାନ କରୁନାହିଁ ଏଲଆଣ୍ଡଟି କମ୍ପାନୀ। ଯାହାକୁ ନେଇ ଯେଉଁ ଶ୍ରମିକ ମୁହଁ ଖୋଲୁଛି ତାକୁ ଚାକିରିରୁ ବାହାର କରିବାକୁ ଧମକ ଦିଆଯିବା ସହିତ ପୋଲିସରେ ମିଥ୍ୟା ମୋକଦ୍ଦମା ଦେବାକୁ ଧମକ ଦିଆଯାଉଥିବା ନେଇ ଶ୍ରମିକମାନେ ଅଭିଯୋଗ ଆଣିଛନ୍ତି। 

Labour Protest: ବକେୟା ଦରମା ଦାବି କଲେ ମିଳୁଛି ଗିରଫଦାରୀ ଧମକ

ପାରାଦୀପ (ନାରାୟଣ ବେହେରା): ଦରମା କଥା କହିଲେ ଥାନାର ଡର ଦେଖାଉଛି କମ୍ପାନୀ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ପାରାଦ୍ଵୀପ ତୈଳ ବିଶୋଧନାଗାରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ କ୍ଷେତ୍ରରେ। ଯାହାକୁ ନେଇ ଭୟଭୀତ ଶତାଧିକ ଶ୍ରମିକ ନିଜର ଦରମା ଓ ନ୍ୟାୟ ଦାବିକରି ଅଭୟଚାନ୍ଦପୁର ଥାନା ନିକଟରେ ଏକାଠି ହୋଇଥିବା ଦେଖିବାକୁ ମିଳିଛି। ପାରାଦ୍ଵୀପ ତୈଳ ବିଶୋଧନାଗାର(ଆଇଓସିଏଲ)ରେ କାର୍ଯ୍ୟ କରୁଥିବା ଠିକା କମ୍ପାନୀ 'ଏଲ ଆଣ୍ଡ ଟି' ଅଫେକ୍ସ କମ୍ପାନୀରେ କାର୍ଯ୍ୟ କରୁଥିବା ଶତାଧିକ ଶ୍ରମିକଙ୍କ ସହିତ ଖେଳ ଖେଳୁଛନ୍ତି କମ୍ପାନୀ କର୍ତ୍ତୃପକ୍ଷ l

କମ୍ପାନୀରେ କାର୍ଯ୍ୟ କରୁଥିବା କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ପାଇଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ଦରମା ପ୍ରଦାନ କରୁନାହିଁ ଏଲଆଣ୍ଡଟି କମ୍ପାନୀ। ଯାହାକୁ ନେଇ ଯେଉଁ ଶ୍ରମିକ ମୁହଁ ଖୋଲୁଛି ତାକୁ ଚାକିରିରୁ ବାହାର କରିବାକୁ ଧମକ ଦିଆଯିବା ସହିତ ପୋଲିସରେ ମିଥ୍ୟା ମୋକଦ୍ଦମା ଦେବାକୁ ଧମକ ଦିଆଯାଉଥିବା ନେଇ ଶ୍ରମିକମାନେ ଅଭିଯୋଗ ଆଣିଛନ୍ତି। ଯାହାକୁ ନେଇ ଶତାଧିକ ସ୍ଥାନୀୟ ଅଞ୍ଚଳର ଓ ବାହାର ରାଜ୍ୟରୁ ଆସି ତୈଳ ବିଶୋଧନାଗାରର ଏହି ଠିକା କମ୍ପାନୀରେ ଶୋଷଣର ଶିକାର ହୋଇଥିବା ଶ୍ରମିକମାନେ ନିଜର ବକେୟା ପାଉଣା ଦାବିକରି ଅଭୟଚାନ୍ଦପୁର ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି।

ତୈଳ ବିଶୋଧନାଗାରରେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ଅନେକ ଠିକାଦାର, କଣ୍ଟ୍ରାକ୍ଟର ଓ ଶ୍ରମିକମାନେ ବକେୟା ଅର୍ଥକୁ ନେଇ ଅନେକ ସମୟରେ କମ୍ପାନୀ ଫାଟକ ସମ୍ମୁଖରେ ଧାରଣା, ବିକ୍ଷୋଭ ଓ ଆନ୍ଦୋଳନ କରିଥିଲେ। କିନ୍ତୁ ଏହାକୁ ସୁଧାରିବାକୁ ଚେଷ୍ଟା କରୁନାହାନ୍ତି ତୈଳ ବିଶୋଧନାଗାର କର୍ତ୍ତୃପକ୍ଷ। ଯାହାକୁ ନେଇ ଭାରତ ବର୍ଷର କୋଣ ଅନୁକୋଣରୁ ଆସି ପେଟପାଟଣା ପାଇଁ କମ୍ପାନୀରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ସହିତ ଖେଳ ଖେଳୁଛନ୍ତି ଠିକା କମ୍ପାନୀ। ତେବେ ଏଲ ଆଣ୍ଡ ଟିରେ କାର୍ଯ୍ୟ କରୁଥିବା ଏହି ଶତାଧିକ ଶ୍ରମିକମାନେ କମ୍ପାନୀ କାର୍ଯ୍ୟ ଦେଉ ବା ନ ଦେଉ କିନ୍ତୁ ତିନିବର୍ଷ ରୁ ଊର୍ଦ୍ଧ୍ୱ ହେବ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ସେମାନଙ୍କ ବକେୟା ପାଉଣା ଓ ବୋନସ ପ୍ରଦାନ କରିବାକୁ ଦାବି କରିଛନ୍ତି।