Maa Binshabhuja: ମାଙ୍କ ଆଗମନ ପାଇଁ ସବୁଠି ଚାଲିଛି ଜାକଜମକର ପ୍ରସ୍ତୁତି। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ପ୍ରସିଦ୍ଧ ବଡକ୍ଷୀର ଗାଁର ବରଧାରି ପୀଠରେ ମା ବିଂଶଭୁଜା ଦୁର୍ଗାଙ୍କ ପ୍ରସ୍ତୁତି ପର୍ବ ଜୋରସୋରରେ ଚାଲିଛି।
Trending Photos
Maa Binshabhuja: ଜଗତ ଜନନୀ ମା ଦୁର୍ଗା (Maa Durga)ଙ୍କ ଧରାବତରଣ ପାଇଁ ରହିଲା ଆଉ ମାତ୍ର କେଇଟା ଦିନ। ମାଙ୍କ ଆଗମନ ପାଇଁ ସବୁଠି ଚାଲିଛି ଜାକଜମକର ପ୍ରସ୍ତୁତି। କଟକ (Cuttack) ଜିଲ୍ଲା ନିଶ୍ଚିନ୍ତକୋଇଲିର ପ୍ରସିଦ୍ଧ ବଡକ୍ଷୀର ଗାଁର ବରଧାରି ପୀଠରେ ମା ବିଂଶଭୁଜା ଦୁର୍ଗାଙ୍କ ପ୍ରସ୍ତୁତି ପର୍ବ ଜୋରସୋରରେ ଚାଲିଛି। କୋଭିଡ କଟକଣା ପାଇଁ ଦୁଇ ବର୍ଷ ହେବ ମାଙ୍କ ପୀଠରେ ଭକ୍ତ ପାଇଁ କଟକଣା ରହିଥଲା। ହେଲେ ଚଳିତ ବର୍ଷ କଟକଣା ନଥିବା ବେଳେ ମାଙ୍କ ପୀଠରେ ଜମିବ ଦଶହରା ଉତ୍ସବ (Dussehra Festival)। ଏନେଇ ଆୟୋଜକ ଓ ଗ୍ରାମବାସୀ ମାନେ ବେଶ୍ ଖୁସି ପ୍ରକଟ କରିଛନ୍ତି।
ବଡକ୍ଷୀରି ଗାଁର ବଡଧାରି ମା ବିଂଶଭୁଜା ଦୁର୍ଗାଙ୍କ ପୂଜା ମଣ୍ଡପରେ ମାଙ୍କ ମୃଣ୍ମୟୀ ପ୍ରତିମାରେ ମୂର୍ତ୍ତି କାରିଗର ମାନେ ଶେଷ ସ୍ପର୍ଶ ଦେବାରେ ଲାଗିପଡିଛନ୍ତି। ସେହିପରି ମାଙ୍କ ଅଳଙ୍କାର ସଫା କରାଯାଇ ଆଭୂଷଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ମାଙ୍କ ସମ୍ମୁଖରେ ଚାଲିଥିବା ଟେଣ୍ଡ କାର୍ଯ୍ୟ ମଧ୍ୟ ସାରି ଆସିଲାଣି। ତେବେ ଅନ୍ୟ ମଣ୍ଡପ ମାନଙ୍କରେ ମା ଦଶଭୁଜାଙ୍କୁ ମହିଶାମର୍ଦ୍ଦିନୀ ରୂପରେ ଦେଖିବାକୁ ମିଳୁଥିବା ବେଳେ ଏହି ପୀଠରେ ମାଙ୍କ ବିଂଶଭୁଜା ବିଶିଷ୍ଟ ମୃଣ୍ମୟୀ ପ୍ରତିମା ଶାନ୍ତ ସ୍ୱରୂପା ଓ ବିଶ୍ବରୁପା ଭାବେ ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି। ଅନ୍ୟ ପୂଜା ମଣ୍ଡପ ଠାରୁ ଏହାର ବିଶେଷତ୍ବ ଟିକେ ଅଲଗା ହୋଇଥିବାରୁ ଅନେକ ସ୍ଥାନରୁ ଲୋକଙ୍କ ସମାଗମ ଏଠାକୁ ହୁଏ ଓ ବିଶେଷ ପୂଜା ନୀତି ଅନୁଷ୍ଠିତ ହୁଏ।
ଗତ ଦୁଇ ବର୍ଷ ହେବ କରୋନା କଟକଣା ପାଇଁ କେବଳ ମାଙ୍କ ପୂଜା ନୀତି ହେଉଥିଲା ହେଲେ ଭକ୍ତଙ୍କୁ ବାରଣ କରାଯାଇଥିଲା ଦର୍ଶନ ପାଇଁ । ମାଙ୍କୁ ଦର୍ଶନ ନକରି ଭକ୍ତ ମାନେ ନିରାଶ ହୋଇଥିଲା। ଚଳିତ ବର୍ଷ କଟକଣା ହଟିବା ପରେ ପୁଣି ମାଙ୍କ ପୀଠରେ ଭକ୍ତଙ୍କ ସମାଗମ ହେବ । ଯଥା ରୀତିନୀତିରେ ପୂଜାବିଧି ଅନୁଷ୍ଠିତ ହେବ। ସେଥିଲାଗି ବେଶ୍ ଖୁସି ପ୍ରକଟ କରିଛନ୍ତି ଅଞ୍ଚଳବାସୀ ।