ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ବିରୋଧରେ ପ୍ରବାସୀଙ୍କ ପ୍ରତିବାଦ
Advertisement

ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ବିରୋଧରେ ପ୍ରବାସୀଙ୍କ ପ୍ରତିବାଦ

ସଙ୍ଗରୋଧ କେନ୍ଦ୍ରରେ ଖାଇବା ପିଇବା ଠିକ ଭାବରେ ମିଳୁନଥିବା ଅଭିଯୋଗ କରିଛନ୍ତି ସେଠାରେ ରହୁଥିବା ପ୍ରବାସୀ।

ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ବିରୋଧରେ ପ୍ରବାସୀଙ୍କ ପ୍ରତିବାଦ

ପ୍ରେମାନନ୍ଦ ପୂଜାରୀ, ମୋହନ: ସଙ୍ଗରୋଧ କେନ୍ଦ୍ରରେ ଲାଗିରହିଥିବା ଅବ୍ୟବସ୍ଥାକୁ ବିରୋଧ କରି ଗେଟ ଭାଙ୍ଗି ବାହାରକୁ ଚାଲିଆସିଛନ୍ତି ପ୍ରବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଲୁହାଗୁଡିସ୍ଥିତ ସଙ୍ଗରୋଧ କେନ୍ଦ୍ରରେ। ବିଗତ ୩ ଦିନ ହେବ ବାହାର ରାଜ୍ୟରୁ ଆସିଥିବା ପ୍ରବାସୀଙ୍କୁ କମଳାପୁର ଚେକଗେଟ ଠାରେ ଯାଞ୍ଚ କରାଯାଇ ଏହି ସଙ୍ଗରୋଧ କେନ୍ଦ୍ରରେ ରଖା ଯାଇଛି। 

ସେଠାରେ ଖାଇବା ପିଇବା ଠିକ ଭାବରେ ମିଳୁନଥିବା ଅଭିଯୋଗ କରିବା ସହ ଦିନ ୧୧ଟା ପର୍ଯ୍ୟନ୍ତ ଜଳଖିଆ ଦିଆଯାଇନଥିବା ଅଭିଯୋଗ କରିଛନ୍ତି ଏଠାରେ ରହୁଥିବା ପ୍ରବାସୀ। ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ନମିଳିବାରୁ ସେମାନେ ଗେଟ ଭାଙ୍ଗି ବାହାରକୁ ବାହାରି ଆସି ପ୍ରତିବାଦ କରିଛନ୍ତି। ଏ ଘଟଣା ପରେ ଘଟଣାସ୍ଥଳରେ କୌଣସି ବିଭାଗୀୟ ଅଧିକାରୀ ପହଞ୍ଚିନାହାଁନ୍ତି। ସେପଟେ ଏପରି ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ଫୋନ ଯୋଗେ କହିଛନ୍ତି ମୋହନା ବିଡିଓ ଲୋକନାଥ ଦଳବେହେରା।