Puri custody Death: ହାଜତ ମତ୍ୟୁର ନୂଆ ମୋଡ଼, ପୋଲିସ ନାଁରେ ପରିବାର ଆଣିଲା ଗୁରୁତର ଅଭିଯୋଗ
Advertisement
Article Detail0/zeeodisha/odisha1317530

Puri custody Death: ହାଜତ ମତ୍ୟୁର ନୂଆ ମୋଡ଼, ପୋଲିସ ନାଁରେ ପରିବାର ଆଣିଲା ଗୁରୁତର ଅଭିଯୋଗ

ବ୍ରହ୍ମଗିରୀ ଥାନା ଅନ୍ତର୍ଗତ ସୀସାପୁର ଗ୍ରାମର ବିଚାରଧୀନ କଏଦି ବିଶ୍ବନାଥ ବାରିକର ଆତ୍ମହତ୍ୟା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆତ୍ମହତ୍ୟା ନୁହେଁ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ବିଶ୍ବନାଥଙ୍କ ପରିବାର ଲୋକ ଓ ପତ୍ନୀ ।

Puri custody Death: ହାଜତ ମତ୍ୟୁର ନୂଆ ମୋଡ଼, ପୋଲିସ ନାଁରେ ପରିବାର ଆଣିଲା ଗୁରୁତର ଅଭିଯୋଗ

puri custody Death: ପୁରୀ: ଗତ ୧୨ ତାରିକରେ ପୁରୀ ବାଙ୍ଗର ଜେଲ୍ (Banger Jail) ଭିତରେ ଜଣେ କଏଦୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଏମିତିକି ମୃତଦେହକୁ ଶବ ବ୍ଯବଚ୍ଛେଦ ପାଇଁ ପୁରୀ ସଦର ହସପିଟାଲକୁ ପଠାଯାଇଥିଲା। ହେଲେ ଏହା ଆତ୍ମହତ୍ୟା ନୁହେଁ ବରଂ ତାକୁ ହତ୍ୟା କରାଯାଇଥିବା ମୃତକଙ୍କ ପରିବାର ଅଭିଯୋଗ କରିଛି। ଘଟଣାର ପୂର୍ବଦିନ ଘରକୁ ଫୋନକରି ସମସ୍ତଙ୍କ ସହ ଭଲରେ କଥା ହୋଇଥିଲା। ନବବିବାହିତା ପତ୍ନୀଙ୍କ ସହ ଖୁସିରେ କଥା ହୋଇଥିଲା। ତା'ପର ଦିନ ଜାମିନ ମିଳିଯିବ ବୋଲି ଆଶାବାଦୀ ଥିବା ପରିବାରକୁ ଜଣାଇଥିଲା। ଜାମିନ ମିଳିଯିବା ନେଇ ଆଶା ରଖିଥିବା ଓ ଖୁସିଥିବା ଲୋକ କାହିଁକି ଆତ୍ମହତ୍ୟା କରିବ ବୋଲି ପ୍ରଶ୍ନ କରିଛନ୍ତି ତାଙ୍କ ପରିବାର। 

ତେବେ ବ୍ରହ୍ମଗିରୀ ଥାନା ଅନ୍ତର୍ଗତ ସୀସାପୁର ଗ୍ରାମର ବିଚାରଧୀନ କଏଦି ବିଶ୍ବନାଥ ବାରିକର ଆତ୍ମହତ୍ୟା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆତ୍ମହତ୍ୟା ନୁହେଁ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ବିଶ୍ବନାଥଙ୍କ ପରିବାର ଲୋକ ଓ ପତ୍ନୀ । ଜେଲ୍ ଭିତରେ ପୁଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି। ଏହା ପଛରେ ମୃତ ବିଶ୍ୱନାଥଙ୍କ ଶ୍ୱଶୁର ଘର ଲୋକଙ୍କର ସିଧା ସଳଖ ସମ୍ପର୍କ ରହିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ବିଶ୍ୱନାଥଙ୍କ ସ୍ତ୍ରୀଙ୍କ ଅଭିଯୋଗ ଅନୁସାରେ ସେ ଖଣ୍ଡାୟତ ଓ ତାଙ୍କ ଶାଶୁଘର ବାରିକ ସମ୍ପ୍ରଦାୟର। ସେ ଭଲପାଇ ବିବାହ କରିଥିଲେ। ଯେହେତୁ ବାରିକ ଘରକୁ ବୋହୁ ହୋଇ ଆସିଛନ୍ତି ତେଣୁ ତାଙ୍କ ବାପା ପ୍ରତିଶୋଧ ପରାୟଣ ହୋଇ ଜେଲ କର୍ମଚାରୀ ଓ ବ୍ରହ୍ମଗିରି ପୁଲିସ ସହ ଷଡଯନ୍ତ୍ର କରି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। 

ସେପଟେ ଜେଲ ହାଜତରେ ଏତେ କଏଦୀ ରହୁଛନ୍ତି, ସୁରକ୍ଷା କର୍ମୀ ରହୁଛନ୍ତି ତ ଏମିତି କେଉଁ ସ୍ଥାନରେ ସେ ରଶିଲଗାଇ ଆତ୍ମହତ୍ୟା କଲେ କେହି କିଭଳି ଜାଣି ପାରିଲେ ନାହିଁ କି ଦେଖିନପାରିଲେ ନାହିଁ। ଏହାକୁ ନେଇ ମଧ୍ୟ ସନ୍ଦେହ ପ୍ରକଟ କରିଛନ୍ତି ପରିବାର। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଉ ବୋଲି ଦାବିକରି ପରିବାର ସଦସ୍ଯ ଓ ବିଶ୍ୱମାନବଧିକାର ସୁରକ୍ଷା ସଂଘଟନ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି। ମୃତ ବିଚାରଧୀନ କଏଦୀ ବିଶ୍ୱନାଥଙ୍କ ଅପମୃତ୍ୟୁ ସମ୍ପର୍କିତ ମାମଲାର ନ୍ୟାୟ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି l

ମୃତ ବିଶ୍ୱନାଥଙ୍କ ମା କହିବା ଅନୁଯାୟୀ କୁଶବେଣ୍ଟି ପଞ୍ଚାୟତ ଅଧିନସ୍ତ ଜଗଦଳପୁର ଗ୍ରାମ ନିବାସୀ ମହେଶ୍ୱର ସାହୁଙ୍କ ଝିଅ ମନ୍ଦାକିନୀ ସାହୁଙ୍କୁ ବିଶ୍ୱନାଥ ପ୍ରେମ ବିବାହ କରିଥିଲେ। ଏହି ଘଟଣାରେ ଉତକ୍ଷିପ୍ତ ହୋଇ ମନ୍ଦାକିନୀର ପରିବାର ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହି ଅଭିଯୋଗକୁ ଆଧାର କରି ପୁଲିସ ବିଶ୍ୱନାଥକୁ ବାହାଘର ୭ ମାସ ପରେ ଗିରଫ କରି ଗତ ମାର୍ଚ୍ଚ ୨ ତାରିକରେ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ପୁରୀ ଜେଲକୁ ପଠାଇଦିଆଯାଇଥିଲା। 

ମନ୍ଦାକିନୀକୁ ସେତେବେଳେ ଆଧାରକାର୍ଡରେ ୧୮ ବର୍ଷ ହୋଇଯାଇଥିଲେ ସୁଦ୍ଧା ନାବାଳିକା ଦର୍ଶାଇ ବିଶ୍ୱନାଥକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ସେବେଠାରୁ ଜେଲରେ ରହିଥିଲା। ପୋଲିସ ଓ ମନ୍ଦାକିନୀର ପିତା ଓ ତାଙ୍କ ସହଯୋଗୀମାନଙ୍କ ଭିତରେ ଷଡଯନ୍ତ୍ର ରଚାଯାଇ ବିଶ୍ୱନାଥକୁ ହାଜତ ଭିତରେ ହତ୍ଯା କରାଯାଇଛି ବୋଲି ଅଭିଯୋଗ କହିଛନ୍ତି l ତେବେ ବିବାହକୁ ବୟସ କମ୍ ଯୋଗୁଁ ନୁହେଁ ଜାତିଆଣ ଆକ୍ଷେପ ଦୃଷ୍ଟିରୁ ତାଙ୍କ ସ୍ୱାମୀକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ସ୍ତ୍ରୀ ଓ ବିଶ୍ୱ ମାନବଧିକାର ସୁରକ୍ଷା ସଂଗଠନ।