Odisha News Reshma Lakhani: ଶ୍ରୀମନ୍ଦିରରେ ଅଣହିନ୍ଦୁ ମହିଳା ଅଧିକାରୀଙ୍କ ପ୍ରବେଶ ଉଦ୍ୟମ, ସତର୍କ କରାଇଥିବା ପ୍ରଟୋକଲ ଅଫିସରଙ୍କୁ ମିଳିଲା ଦଣ୍ଡ!
Advertisement
Article Detail0/zeeodisha/odisha1589717

Odisha News Reshma Lakhani: ଶ୍ରୀମନ୍ଦିରରେ ଅଣହିନ୍ଦୁ ମହିଳା ଅଧିକାରୀଙ୍କ ପ୍ରବେଶ ଉଦ୍ୟମ, ସତର୍କ କରାଇଥିବା ପ୍ରଟୋକଲ ଅଫିସରଙ୍କୁ ମିଳିଲା ଦଣ୍ଡ!

Odisha News: ଭାରତୀୟ ଅର୍ଥ ମନ୍ତ୍ରଣାଳୟର ପରଫରମ୍ୟାନ୍ସ ମ୍ୟାନେଜମେଣ୍ଟ ବିଭାଗର ଡିଜି ରେଶମା ଲେଖାନୀ ଫେବୃଆରୀ ୨୪ରେ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିଲେ । ଏହି ସମୟରେ ରେଶମା ଲେଖାନୀ ମନ୍ଦିର ଭିତରକୁ ପ୍ରବେଶ କରି ଦର୍ଶନ ପାଇଁ ଜିଦ ଧରିଲେ । ସେପଟେ ରେଶମା ଲେଖାନୀଙ୍କୁ ଏପରି ନ କରିବା ପାଇଁ ବାରଣ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାର ଖବର ରହିଛି । 

Odisha News Reshma Lakhani: ଶ୍ରୀମନ୍ଦିରରେ ଅଣହିନ୍ଦୁ ମହିଳା ଅଧିକାରୀଙ୍କ ପ୍ରବେଶ ଉଦ୍ୟମ, ସତର୍କ କରାଇଥିବା ପ୍ରଟୋକଲ ଅଫିସରଙ୍କୁ ମିଳିଲା ଦଣ୍ଡ!

Odisha News, Reshma Lakhani: ଭାରତୀୟ ରାଜସ୍ୱ ସେବାର ଜଣେ ଅଣହିନ୍ଦୁ ବରିଷ୍ଠ ଅଧିକାରୀ ପୁରୀ (Puri) ଶ୍ରୀମନ୍ଦିର (Sri Mandir) କୁ ପ୍ରବେଶ କରିବାକୁ ଉଦ୍ୟମ କରିଥିବାର ଅଭିଯୋଗ ହୋଇଛି । ଏହି ବରିଷ୍ଠ ମହିଳା ଅଧିକାରୀ ନିଜ କ୍ଷମତାର ଅପବ୍ୟବହାର କରି ଶ୍ରୀ ଜଗନ୍ନାଥ ମନ୍ଦିର ( Sri Jagannath Mandir) ରେ ପ୍ରବେଶ ଉଦ୍ୟମ ଘଟଣାକୁ ନେଇ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଭାରତୀୟ ଅର୍ଥ ମନ୍ତ୍ରଣାଳୟର ପରଫରମ୍ୟାନ୍ସ ମ୍ୟାନେଜମେଣ୍ଟ ବିଭାଗର ଡିଜି ରେଶମା ଲେଖାନୀ (Reshma Lakhani) ଫେବୃଆରୀ ୨୪ରେ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିଲେ। ଏହି ସମୟରେ ରେଶମା ଲେଖାନୀ ମନ୍ଦିର ଭିତରକୁ ପ୍ରବେଶ କରି ଦର୍ଶନ ପାଇଁ ଜିଦ ଧରିଲେ । ସେପଟେ ରେଶମା ଲେଖାନୀଙ୍କୁ ଏପରି ନ କରିବା ପାଇଁ ବାରଣ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାର ଖବର ରହିଛି । ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର୍ ଧରିଛି । ଏହି ଘଟଣାକୁ ନେଇ ସେବାୟତଙ୍କ ଠାରୁ ଆରମ୍ଭ କରି ସମସ୍ତେ ନିନ୍ଦା କରିଛନ୍ତି ।

ସେପଟେ ଏହି ଘଟଣା ପରେ ଭୁବନେଶ୍ୱର ଜୋନର ଜିଏସଟି ମୁଖ୍ୟଙ୍କୁ ଡାଇରେକ୍ଟୋରେଟ୍ ଜେନେରାଲ ଅଫ ପରଫରମ୍ୟାନ୍ସ ମାନେଜମେଣ୍ଟର ଡିଜି ରେଶମା ଲଖାନୀ (Reshma Lakhani) ଚିଠି ଲେଖିବା ପରେ କଥା ସାମ୍ନାକୁ ଆସିଛି । ଡିଜିପିଏମର ମୁଖ୍ୟ ରେଶମା ଲଖାନୀ ଅଭିଯୋଗ କରିଛନ୍ତି ଯେ, ପୁରୀ ଶ୍ରୀମନ୍ଦିରରେ ପ୍ରବେଶ କରିବାବେଳେ ତାଙ୍କ ସହ ଥିବା ପ୍ରଟୋକଲ ଅଫିସର ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ରେଶମା ଲେଖାନୀ ରୋଶନ ଯାଦବ (Roshan Jadav) ଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । 

ଅଧିକ ପଢ଼ନ୍ତୁ:-ପୁଣି ଖସିଲା ସୁନା-ରୁପା ଦର, ସୁନା ୪,୦୫୦ ଟଙ୍କା ତ ରୁପା ୧୩,୧୮୦ ଟଙ୍କା ମିଳୁଛି ଶସ୍ତା!

ଅଧିକ ପଢ଼ନ୍ତୁ:-ତୃତୀୟ ଟେଷ୍ଟ ପୂର୍ବରୁ ହେଲା ଦଳର ଘୋଷଣା, ଏହି ଧୁରନ୍ଧର ଖେଳାଳିଙ୍କୁ ହଠାତ୍ କରାଗଲା ଅଧିନାୟକ

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମାଙ୍କ ବଢ଼ିଲା ଟେନସନ୍! ଆହତ ସତ୍ତ୍ୱେ ତୃତୀୟ ଟେଷ୍ଟ ଖେଳିବେ ଏହି ଖତରନାକ୍ ଖେଳାଳି

ରୋଶନ ଯାଦବ ସେଠାରେ ମୁତୟନ ଥିବା ପୋଲିସ ଅଧିକାରୀଙ୍କୁ ରେଶମା ଲେଖାନୀଙ୍କ ପରିଚୟପତ୍ର ଯାଞ୍ଚ କରିବାକୁ କହିଥିଲେ । ସେପଟେ ରେଶମା ଲେଖାନୀ ଅଭିଯୋଗ କରିଛନ୍ତି ଯେ, ବିନା କାରଣରେ ତାଙ୍କ ସହ ପୁରୀରେ ଆତଙ୍କବାଦୀ ଭଳି ବ୍ୟବହାର କରାଯାଇଛି । ସୂଚନା ମୁତାବକ, ଶ୍ରୀମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ନିଷେଧ ଥିବାରୁ ରେଶମା ଲେଖାନୀଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳି ନଥିଲା। ଏହା ପରେ ରେଶମା ଲଖାନୀ (Reshma Lakhani) ସ୍ଥାନୀୟ ଜିଏସଟି କାର୍ଯ୍ୟାଳୟର ସୁପରିଡେଣ୍ଡେଣ୍ଟ ରୋଶନ ଯାଦବଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଅନୁରୋଧ କରିଥିଲେ। ତାଙ୍କ ଅଭିଯୋଗ ପରେ ଅଧିକାରୀ ରୋଶନ ଯାଦବଙ୍କ ବଦଳି କରାଯାଇଥିବା ସୂଚନା ରହିଛି । ତାଙ୍କୁ ୪୦୦ କିଲୋମିଟର ଦୂରକୁ ଟ୍ରାନ୍ସଫର କରାଯାଇଥିବା କଥା କୁହାଯାଉଛି । ତେବେ ଏହି ଘଟଣା ସମ୍ପର୍କରେ ରେଶମା ଲଖାନୀ କିମ୍ବା ବଦଳି ହୋଇଥିବା ଅଧିକାରୀ ରୋଶନ ଯାଦବ (Roshan Jadav) ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଏଥି ସହ ଏହି ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ (Union Finance Minister) ନିର୍ମଳା ସୀତାରମଣ (Nirmala Sitharaman) ଙ୍କୁ ରେଶମା ଲାଖାନୀ (Reshma Lakhani) ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି । ରିପୋର୍ଟ ଅନୁଯାୟୀ, ରୋଶନ ଯାଦବ ରେଶମା ଲାଖାନୀଙ୍କୁ ଅନେକ ଥର କହିଥିଲେ କି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଅଣ-ହିନ୍ଦୁଙ୍କ ପ୍ରବେଶ ନିଷେଧ ଅଛି, ଏହା ପରେ ମଧ୍ୟ ସେ ରାଜି ହୋଇନଥିଲେ ଏବଂ ମନ୍ଦିରରେ ପ୍ରବେଶ କରିବାକୁ ପ୍ରୟାସ କରିଥିଲେ । ଯେତେବେଳେ ସେ ଆଇଆରଏସ ମହିଳା ଅଧିକାରୀଙ୍କୁ ଏହା କହିଥିଲେ, ସେତେବେଳେ ସେ ରୋଶନ ଯାଦବଙ୍କୁ ଭର୍ତ୍ସନା କରି ଚୁପ୍ କରାଇଦେଇଥିଲେ ।