Odisha Earthquake: ଭୂକମ୍ପ ଝଟକାରେ ଥରିଲା ଓଡ଼ିଶା
Advertisement
Article Detail0/zeeodisha/odisha1594196

Odisha Earthquake: ଭୂକମ୍ପ ଝଟକାରେ ଥରିଲା ଓଡ଼ିଶା

Odisha Earthquake: କୋରାପୁଟରେ ଥିବା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନାରାୟଣପାଟନା ଓ ଲକ୍ଷ୍ମୀପୁର ଏବଂ ବନ୍ଧୁଗାଁ ପରି ଅଞ୍ଚଳର ଲୋକମାନେ କମ୍ପନ ଅନୁଭବ କରି ଭୟଭୀତ ହୋଇପଡିଥିଲେ । ଲୋକମାନେ ସେମାନଙ୍କ ଘରୁ ବାହାରି ଆସିଥିଲେ । ଲୋକମାନେ କହିଛନ୍ତି ଯେ ସେମାନେ କମ୍ପନ ଅନୁଭବ କରିଥିଲେ ଓ ଗର୍ଜନ ମଧ୍ୟ ଶୁଣିଥିଲେ ।

ପ୍ରତୀକାତ୍ମକ ଫଟୋ

Earthquake In Odisha Today: ଆଜି (ଶୁକ୍ରବାର) ଅର୍ଥାତ ମାର୍ଚ୍ଚ ୩ର ସକାଳେ ଭୂକମ୍ପ ଝଟକାରେ ଥରିଉଠିଲା ଓଡ଼ିଶା (Odisha Earthquake) । ରାଜ୍ୟର କୋରାପୁଟ ଜିଲ୍ଲା (Koraput Earthquake) ରେ ରିକ୍ଟର ସ୍କେଲରେ ୩.୮ ତୀବ୍ରତାର ଭୂକମ୍ପ ଝଟକା ରେକର୍ଡ କରାଯାଇଛି । ଏହି ଭୂକମ୍ପର କେନ୍ଦ୍ର ୫ କିଲୋମିଟର ଗଭୀରରେ ଥିଲା । ଭୂକମ୍ପର ସଠିକ୍ ସମୟ ଓ ଅବସ୍ଥାନ ହେଉଛି ସକାଳ ୫.୦୫ ମିନିଟ ଅକ୍ଷାଂଶ ୧୮.୮୩ ଓ ଦ୍ରାଘିମା ୮୩.୨୧ । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୫ କିଲୋମିଟର ଗଭୀରରେ ଥିଲା । ଏହି ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି କିମ୍ବା ଆହତ ହେବାର ଖବର ନାହିଁ । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (NCS) ଟ୍ୱିଟ୍ କରି ଭୂକମ୍ପ ବିଷୟରେ ସୂଚନା ଦେଇଛି । ଏନସିଏସ୍ ଅନୁଯାୟୀ, କୋରାପୁଟରେ ଭୂକମ୍ପର ୩.୮ ତୀବ୍ରତା ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଛତିଶଗଡର ଜଗଦଲପୁରଠାରୁ ୧୨୯ କିଲୋମିଟର ପୂର୍ବରେ ଅବସ୍ଥିତ ।

କୋରାପୁଟରେ ଥିବା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନାରାୟଣପାଟନା ଓ ଲକ୍ଷ୍ମୀପୁର ଏବଂ ବନ୍ଧୁଗାଁ ପରି ଅଞ୍ଚଳର ଲୋକମାନେ କମ୍ପନ ଅନୁଭବ କରି ଭୟଭୀତ ହୋଇପଡିଥିଲେ । ଲୋକମାନେ ସେମାନଙ୍କ ଘରୁ ବାହାରି ଆସିଥିଲେ । ଲୋକମାନେ କହିଛନ୍ତି ଯେ ସେମାନେ କମ୍ପନ ଅନୁଭବ କରିଥିଲେ ଓ ଗର୍ଜନ ମଧ୍ୟ ଶୁଣିଥିଲେ ।

ଅଧିକ ପଢ଼ନ୍ତୁ:-କେବଳ ଜୀବିତ ମହିଳାଙ୍କ ସହ ନୁହେଁ ବରଂ ମୃତ ଶରୀର ସହ ବି ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତି ଏହି ବାବା! ଜାଣନ୍ତୁ ଏହା ପଛର କାରଣ