khordha news: ଉପକୃତ ହେବେ ଦିବ୍ୟାଙ୍ଗ, ଗୁରୁଜଙ୍ଗଠାରେ ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
Advertisement

khordha news: ଉପକୃତ ହେବେ ଦିବ୍ୟାଙ୍ଗ, ଗୁରୁଜଙ୍ଗଠାରେ ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

khordha news: ବର୍ତ୍ତମାନ ଜୟପୁର ଫୁଟ ସେଣ୍ଟର ଭାବେ ଦେଶ ବିଦେଶରେ ସୁନାମ ଅର୍ଜନ କରିଛି । ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଣ କ୍ଷେତ୍ରରେ ଏହା ବିଶ୍ବର  ଅନ୍ୟତମ ଶ୍ରେଷ୍ଠ ସଂସ୍ଥା ଭାବରେ ସୁନାମ ଅର୍ଜନ କରିଛି । ସାରା ବିଶ୍ବର ୨୧ ଲକ୍ଷ ଭିନ୍ନକ୍ଷମଙ୍କୁ ଏହା କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ସକ୍ଷମ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

khordha news: ଉପକୃତ ହେବେ ଦିବ୍ୟାଙ୍ଗ, ଗୁରୁଜଙ୍ଗଠାରେ ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

khordha news: ଖୋର୍ଦ୍ଧା ଗୁରୁଜଙ୍ଗ ଠାରେ ବୁଧବାର ଦିନ ‘ବିଜୁ ମହାବୀର ଜୟପୁର ଫୁଟ  ସେଣ୍ଟର’  (artificial limb manufacturing centre) ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ବାରା ରାଜ୍ୟର ଭିନ୍ନକ୍ଷମଙ୍କ ପାଇଁ ନୂଆ ଆଶା ସଞ୍ଚାର ହୋଇଛି । ଦେଶୀୟ ଜ୍ଞାନ କୌଶଳରେ ନିର୍ମିତ ଜୟପୁର ଫୁଟ ଏକ ଅନନ୍ୟ ଉତ୍ପାଦନ ଯାହାକି, ଦିବ୍ୟାଙ୍ଗ ମାନଙ୍କୁ ସଂପୂର୍ଣ୍ଣ ଭାବେ ସକ୍ଷମ କରାଇବାରେ ସହଯୋଗ କରିପାରିବ । ଏହାକୁ ବ୍ୟବହାର କରି ଜଣେ ଦିବ୍ୟାଙ୍ଗ ଚାଲିବାଠାରୁ ଆରମ୍ଭ କରି ଦୌଡି଼ବା, ନାଚିବା ସହ ମଟରସାଇକେଲ ଓ କାର ମଧ୍ୟ ଚଲାଇ ପାରିବେ। ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ନୂଆ କେନ୍ଦ୍ରର ସହଯୋଗରେ ଖୁବଶୀଘ୍ର ରାଜ୍ୟର ସମସ୍ତ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ଦେବା ନେଇ ଲକ୍ଷ୍ୟ ରଖାଯାଇଛି । ଦିବ୍ୟାଙ୍ଗ ମାନେ ସମାଜର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ  ଅଟନ୍ତି । ସେମାନଙ୍କର ଉପଯୁକ୍ତ ଥଇଥାନ ଆମ ସମସ୍ତଙ୍କ ଦାୟିତ୍ବ ଅଟେ। ସେମାନଙ୍କ ଥଇଥାନ ସହ ତାଲିମ ଜରିଆରେ ସେମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ (CM Naveen Patnaik) କହିଛନ୍ତି । ଦିବ୍ୟାଙ୍ଗଙ୍କ ସହାୟତା ଲାଗି ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

ଏହି ଅବସରରେ ଜୟପୁର ଫୁଟ କେନ୍ଦ୍ରର ପ୍ରତିଷ୍ଠାତା ଡଃ ମେହେଟ୍ଟାଙ୍କ ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ଆଜି ଲକ୍ଷ ଲକ୍ଷ ଭିନ୍ନକ୍ଷମ ମାନଙ୍କ ପାଇଁ ଏକ ଆଶୀର୍ବାଦ ସ୍ବରୂପ ହୋଇପାରିଛନ୍ତି । ସମାଜ ପ୍ରତି ତାଙ୍କର ପ୍ରତିବଦ୍ଧତା ସମସ୍ତଙ୍କ ପାଇଁ ପ୍ରେରଣା ଅଟେ। ଓଡିଶାରେ ଏହି ଅଭିଯାନ ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଦିବ୍ୟାଙ୍ଗ ଲୋକଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେବାପାଇଁ ଏକ ଭ୍ରାମ୍ୟମାଣ ଯାନର ମଧ୍ଯ ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି କେନ୍ଦ୍ରରେ ଏମ୍‌ ଖାନ ନାମକ ଜଣେ ଦିବ୍ୟାଙ୍ଗ (Handicap) ବ୍ୟକ୍ତିଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଥିଲା। ଏହି ଅବସରରେ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ସଫଳତାର ସହିତ କାର୍ଯ୍ୟକାରୀ ହୋଇଛି । ଜୟପୁର ଫୁଟ୍‌ କେନ୍ଦ୍ର ଏ ଦିଗରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଅଭିଯାନ ବୋଲି ସେ କହିଛନ୍ତି।

ଏହା ବି ପଢନ୍ତୁ-Kendrapara News: ଦେଶରେ ପ୍ରଥମ ଥର ପାଇଁ ଭିତରକନିକାରେ କରାଗଲା ମ୍ୟାନଗ୍ରୁଭ ପିଟା ପକ୍ଷୀ ଗଣନା

ତେବେ କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ ଜୟପୁର ଫୁଟ୍‌ କେନ୍ଦ୍ରର ପ୍ରତିଷ୍ଠାତା ଡଃ ଡି.ଆର ମେହେଟ୍ଟା କହିଲେ ଯେ, ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଣ ଆମର ଏକ ସାମାଜିକ ପ୍ରତିବଦ୍ଧତା। ୫୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା ଏହି ସଂସ୍ଥା ଆଜି ବିଶ୍ବର ଅନେକ ଦେଶରେ ଦିବ୍ୟାଙ୍ଗ ମାନଙ୍କୁ ସକ୍ଷମ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି । ଏହି କେନ୍ଦ୍ରରେ ଦିବ୍ୟାଙ୍ଗ ଲୋକଙ୍କ ବ୍ୟକ୍ତିଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃତ୍ରିମ ଅଙ୍ଗ ପ୍ରସ୍ତୁତ କରାଯାଉଛି। ଭ୍ରାମମାଣ୍ୟ ଯାନ ଜରିଆରେ ରାଜ୍ୟର ସବୁ ଜିଲ୍ଲାକୁ ଯାଇ ଦିବ୍ୟାଙ୍ଗ ମାନଙ୍କୁ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ଦିଆଯିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।