ପୁଣି କେନ୍ଦ୍ରକୁ କୋରୋନା ଟିକା ମାଗିଲା ରାଜ୍ୟ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କୋଭିଡ୍ ପରିଚାଳନାରେ ସରକାର ବହୁମାତ୍ରାରେ ସଫଳତା ହାସଲ କରିଥିବା ନେଇ ମନ୍ତ୍ରୀ କହିଥିଲେ ଯେ, ସର୍ବଭାରତୀୟ ସ୍ତରରେ କୋରୋନା ମୃତ୍ୟୁହାର ୧.୦୮ ଥିବା ବେଳେ ଓଡ଼ିଶାରେ ଏହା ୦.୩୯ ପ୍ରତିଶତ ରହିଛି। ସୁସ୍ଥତା ହାର ମଧ୍ୟ ୮୨.୨୩ ରହିଛି।
ଝାରସୁଗୁଡା: ରାଜ୍ୟରେ ଏ ପର୍ଯ୍ୟନ୍ତ ୨୨ ଲକ୍ଷ ଲୋକ କୋଭିଡ୍ ଟିକାର ଦ୍ବିତୀୟ ଡୋଜ୍ ନେବାକୁ ଅପେକ୍ଷା କରିଛନ୍ତି। ତେଣୁ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣରେ କୋଭିସିଲ୍ଡ ଟିକା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି।
ବୁଧବାର ଅପରାହ୍ଣରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ (Harsh Vardhan) ବିଭିନ୍ନ ରାଜ୍ୟ ସହିତ କୋରୋନା ମହାମାରୀର ସ୍ଥିତି ନେଇ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଆଲୋଚନା କରିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ (Naba Das), ରାଜ୍ୟ ସରକାର କୋରୋନା ମହାମାରୀ ମୁକାବିଲା ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କୋଭିଡ୍ ପରିଚାଳନାରେ ସରକାର ବହୁମାତ୍ରାରେ ସଫଳତା ହାସଲ କରିଥିବା ନେଇ ମନ୍ତ୍ରୀ କହିଥିଲେ ଯେ, ସର୍ବଭାରତୀୟ ସ୍ତରରେ କୋରୋନା ମୃତ୍ୟୁହାର ୧.୦୮ ଥିବା ବେଳେ ଓଡ଼ିଶାରେ ଏହା ୦.୩୯ ପ୍ରତିଶତ ରହିଛି। ସୁସ୍ଥତା ହାର ମଧ୍ୟ ୮୨.୨୩ ରହିଛି।
Also Read: କୋରୋନା ଆକ୍ରାନ୍ତ ଗର୍ଭବତୀ ଡାକ୍ତରଙ୍କ ଶେଷ ସନ୍ଦେଶ, video viral
ଏହା ସହ ମନ୍ତ୍ରୀ ନବ ଦାସ କହିଛନ୍ତି ଯେ, ରାଜ୍ୟରେ ଅକ୍ସିଜେନ୍ (Oxygen) ବ୍ୟବହାର ପ୍ରତିଦିନ ୫୨.୯ ଏମଟି ଥିବା ବେଳେ ଉତ୍ପାଦନ କ୍ଷମତା ୧୫୫. ୫୧ ଏମଟି ଅଛି। ରାଜ୍ୟକୁ ସଫଳତାର ସହିତ କୋରୋନା (Coronavirus) ମୁକାବିଲା କରିବାକୁ ବି ଟାଇପ ୧୫ ହଜାର ଓ ଡି ଟାଇପ ୧୫ ହଜାର ସିଲିଣ୍ଡର, କନସେନ୍ଟ୍ରେଟର, ୫ ଶହ ଭେଣ୍ଟିଲେଟର, ପର୍ଯ୍ୟାପ୍ତ ରେପିଡ୍ ଆଣ୍ଟିଜେଣ୍ଟ କିଟ୍, ୫ ଲକ୍ଷ ପିପିଇକିଟ୍, ୧୦ ଲକ୍ଷ ଲେଖାଁଏ ମାକ୍ସ ଓ ଗ୍ଲୋଭ୍ସ ଯୋଗାଇ ଦେବାକୁ ଦାବି କରିଥିଲେ।
ନ୍ୟାସନାଲ ଟାକ୍ସ ଫୋର୍ସରେ ୨୪ ଘଣ୍ଟିଆ ସୂଚନା ସେବା ବ୍ୟବସ୍ଥା କରାଯିବାକୁ ମଧ୍ୟ ମନ୍ତ୍ରୀ ଦାବି କରିଥିଲେ। ରାଜ୍ୟକୁ ୨୫ ଲକ୍ଷ କୋଭିସିଲ୍ଡ (Covishield) ଭେକ୍ସିନ୍ ଯୋଗାଇ ଦେବାକୁ କେନ୍ଦ୍ରକୁ ଦୁଇ ମାସରେ ଦୁଇଥର ଚିଠି ଦିଆଯାଇ ଅନୁରୋଧ କରାଯାଇଥିବା ନେଇ ମଧ୍ୟ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇ ଠିକ୍ ସମୟରେ ରାଜ୍ୟକୁ ସହଯୋଗ କରିବାକୁ ନବ ଦାସ ନିବଦେନ କରିଥିଲେ।