କୋରୋନା ଆକ୍ରାନ୍ତ ଗର୍ଭବତୀ ଡାକ୍ତରଙ୍କ ଶେଷ ସନ୍ଦେଶ, video viral
Advertisement
Article Detail0/zeeodisha/odisha899743

କୋରୋନା ଆକ୍ରାନ୍ତ ଗର୍ଭବତୀ ଡାକ୍ତରଙ୍କ ଶେଷ ସନ୍ଦେଶ, video viral

ସନ୍ତାନ ହରାଇବାର ଦୁଃଖର ଦିନକ ପରେ  ଏପ୍ରିଲ ୨୬ରେ ଡାକ୍ତର ଡମ୍ପଲ ଜୀବନ ହରାଇଲେ। ଏହି ଖବର ଡାକ୍ତରଙ୍କ ସ୍ୱାମୀ ରବିଶ ଚାୱଲା ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହା ସହ ସେ ତାଙ୍କ ପତ୍ନୀଙ୍କ ଶେଷ ବାର୍ତ୍ତାର ଭିଡିଓ ମଧ୍ୟ ସେୟାର କରିଛନ୍ତି।

 

 ସୌ- ସୋସିଆଲ ମିଡିିଆ

ନୂଆଦିଲ୍ଲୀ: ଇଣ୍ଟରନେଟରେ ଏବେ ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ ହେଉଛି। ଜଣେ ଗର୍ଭବତୀ ଡାକ୍ତର କୋରୋନାରେ ମୃତ୍ୟୁର କିଛି ଦିନ ପୂର୍ବରୁ ବିଶ୍ୱବାସୀଙ୍କ ସତର୍କତାର ଶେଷ ବାର୍ତ୍ତା ଦେଇଛନ୍ତି। କୋରୋନାରେ ଯୁଦ୍ଧରେ ସଂଗ୍ରାମ କରି ହାରିଥିଲା ଡାକ୍ତର ଡିମ୍ପଲ୍ ଆରୋରା ଚାୱଲା ସାତ ମାସ ଗର୍ଭବତୀ ଥିଲେ।

ଦିଲ୍ଲୀର ଦନ୍ତ ଚିକିତ୍ସକ ଡିମ୍ପଲ୍ ଆରୋରା ଚାୱଲା (Dimple Arora Chawala) ଙ୍କ ସ୍ୱାମୀଙ୍କ ଅନୁଯାୟୀ, ଏପ୍ରିଲ ୧୧ ତାରିଖରେ ତାଙ୍କ ପତ୍ନୀ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଦୁଇ ସପ୍ତାହ ପରେ ସେମାନେ ନିଜ ପିଲାକୁ ହରାଇଲେ। ଆଉ ସନ୍ତାନ ହରାଇବାର ଦୁଃଖର ଦିନକ ପରେ  ଏପ୍ରିଲ ୨୬ରେ ଡାକ୍ତର ଡମ୍ପଲ ଜୀବନ ହରାଇଲେ। ଏହି ଖବର ଡାକ୍ତରଙ୍କ ସ୍ୱାମୀ ରବିଶ ଚାୱଲା ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହା ସହ ସେ ତାଙ୍କ ପତ୍ନୀଙ୍କ ଶେଷ ବାର୍ତ୍ତାର ଭିଡିଓ ମଧ୍ୟ ସେୟାର କରିଛନ୍ତି।

Also Read: ଦେଶରେ କୋରୋନାର ତାଣ୍ଡବ: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ପୁଣି ୪ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ

 

ରବିଶ ଟ୍ୱିଟରରେ ଲେଖିଛନ୍ତି ଯେ, ମୁଁ ମୋର ଗର୍ଭବତୀ ପତ୍ନୀ ଏବଂ ଆମର ଜନ୍ମିତ ସନ୍ତାନକୁ ହରାଇଲି। ସେ ଏପ୍ରିଲ ୨୬ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଏବଂ ଗୋଟିଏ ଦିନ ପୂର୍ବରୁ ଆମର ଜନ୍ମିତ ସନ୍ତାନ। ସେ ଏପ୍ରିଲ ୧୧ରେ କୋଭିଡ୍ ପଜିଟିଭ୍ ହୋଇଥିଲେ ଏବଂ ତାଙ୍କ ଦୁଃଖ ସମୟରେ ମଧ୍ୟ ସେ ଏପ୍ରିଲ ୧୭ରେ ଉପରୋକ୍ତ ଭିଡିଓ ପ୍ରସ୍ତୁତ କରିଥିଲେ ଏବଂ ଅନ୍ୟମାନଙ୍କୁ ଏହି କୋଭିଡକୁ ହାଲୁକା ଭାବେ ଗ୍ରହଣ ନକରିବାକୁ ଚେତାବନୀ ଦେଇଥିଲେ।

 

ଡାକ୍ତର ଡିମ୍ପଲ୍ ଆରୋରା ଚାୱଲା ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି, “ମୁଁ ଏହି ଭିଡିଓକୁ ବହୁତ କଷ୍ଟରେ ପ୍ରସ୍ତୁତ କରୁଛି। ମୁଁ ପ୍ରକୃତରେ ପ୍ରତ୍ୟେକଙ୍କୁ କହିବାକୁ ଚାହେଁ ଯେଉଁମାନେ ମୋତେ ଜାଣନ୍ତି, ଦୟାକରି କୋରୋନାକୁ ଏତେ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ | ବହୁତ ଖରାପ, ବହୁତ ଖରାପ ଲକ୍ଷଣ। ମୁଁ କହିପାରୁ ନାହିଁ… ଦୟାକରି ମାସ୍କ ପିନ୍ଧନ୍ତୁ ... ଆପଣଙ୍କ ନିକଟବର୍ତ୍ତୀ ଏବଂ ପ୍ରିୟ ଲୋକଙ୍କ ସୁରକ୍ଷା ପାଇଁ। ”

Also Read: ବାଟ ଦେଖାଇଲେ ନବୀନ, ବିଦେଶୀ ଟିକା ଭରସାରେ ଓଡ଼ିଶା ସମେତ ୧୦ ରାଜ୍ୟ

ସ୍ୱାମୀଙ୍କ ଅନୁଯାୟୀ ଅକ୍ସିଜେନ (Oxygen) ସ୍ତର ହ୍ରାସ ପାଇବା ପରେ ଡିମ୍ପଲଙ୍କୁ ଏପ୍ରିଲ ୨୧ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ରିମଡେସିଭର୍ ଏବଂ ପ୍ଲାଜ୍ମା ଥେରାପି ଦିଆଯାଇଥିଲା, କିନ୍ତୁ ତାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଭାରତରେ ଗର୍ଭବତୀଙ୍କୁ କୋରୋନା ଟିକା ଦିଆଯାଉ ନାହିଁ। ସେମାନଙ୍କୁ ବିପଦପୂର୍ଣ୍ଣ ବର୍ଗରେ ରଖାଯାଇଛି। ଟିକା ପାଇଁ କ୍ଲିନିକାଲ ପରୀକ୍ଷଣରେ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମା’ଙ୍କୁ ଅନ୍ତର୍ଭୂକ୍ତ କରାଯାଇ ନାହିଁ। ଏପରି କ୍ଷେତ୍ରରେ ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମା ଓ ଶିଶୁଙ୍କୁ ମହାମାରୀଠାରୁ କିପରି ସୁରକ୍ଷା ଦିଆଯିବ ତାହାକୁ ନେଇ ପ୍ରଶ୍ନ ଉଠୁଛି।