Bhubaneswar News: ରେଜଲ୍ଟ ବାହାରିବା ପୂର୍ବରୁ ମାଟ୍ରିକ୍ ଛାତ୍ର ନିଖୋଜ
Advertisement

Bhubaneswar News: ରେଜଲ୍ଟ ବାହାରିବା ପୂର୍ବରୁ ମାଟ୍ରିକ୍ ଛାତ୍ର ନିଖୋଜ

Bhubaneswar News: ମାଟ୍ରିକ୍ ପରୀକ୍ଷାରେ ୯୦% ମାର୍କ ରଖିବେ ବୋଲି ସାଇ ପ୍ରସାଦ ଆଶା ରଖିଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ଯୁକ୍ତ ଦୁଇ ବାଣିଜ୍ୟ ପଢିବା ଲାଗି ସେ ସହିଦ ନଗରସ୍ଥିତ ଏକ କୋଚିଙ୍ଗ ସେଣ୍ଟରକୁ କୋଚିଂ ଲାଗି ଯାଉଥିଲେ । ହେଲେ ରେଜଲ୍ଟ ବାହାରିବାର ପୂର୍ବରୁ ସାଇ ପ୍ରସାଦ ନଖୋଜ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 

ସୌ(ସୋସିଆଲ ମିଡିଆ)

Bhubaneswar News: ଆଉ ମାତ୍ର କେଇ ଘଣ୍ଟା ପରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ (Odisha Matric Result 2023) । ପରୀକ୍ଷା ଫଳ ପ୍ରକାଶ ପାଇବାର କିଛି ଘଣ୍ଟା ପୂର୍ବରୁ ଭୁବନେଶ୍ବର ସ୍ଥିତ ଝାରପଡ଼ା ଥାନାରେ ଜଣେ ଛାତ୍ର ନିଖୋଜ ନେଇ ଅଭିଯୋଗ ଆସିଛି । ନିଖୋଜ ଛାତ୍ର ଜଣଙ୍କ ଝାରପଡ଼ା (Jharpada) ଅରୁପ ପଣ୍ତାଙ୍କ ପୁଅ ସାଇ ପ୍ରସାଦ ପଣ୍ତା ବୋଲି ଜଣାପଡ଼ିଛି । ତେବେ ଏହି ୧୬ ବର୍ଷିୟ ନାବାଳକ ଜଣଙ୍କ ବୁଧବାର ସନ୍ଧ୍ୟାରୁ ନିଖୋଜ ଥିବା ସୂଚନା ରହିଛି । ସୂଚନା ଅନୁଯାୟୀ, ସାଇ ପ୍ରସାଦ ଗତ ବୁଧବାର ଦିନ ସନ୍ଧ୍ୟାରେ ସହିଦ ନଗରସ୍ଥିତ ଏକ କୋଚିଙ୍ଗ ସେଣ୍ଟରକୁ ଯାଇଥିଲେ । ସେଠାରେ କ୍ଲାସ୍ ସାରିବା ପରେ ସେ ଆଉ ଘରକୁ ଫେରିନଥିଲେ । ଦୀର୍ଘ ସମୟରେ ପରେ ସାଇ ପ୍ରସାଦ ଘରକୁ ନ ଫେରିବାରୁ ପରିବାର ଲୋକେ ଏ ନେଇ ଖୋଜା ଖୋଜି ଆରମ୍ଭ କରିଥିଲେ । ବହୁ ଖୋଜା ଖେଜି ପରେ କିନ୍ତୁ ସାଇ ପ୍ରସାଦଙ୍କ କୌଣସି ପତ୍ତା ମିଳିପାରିନଥିଲା । ପରେ ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଚଳିତ ମାଟ୍ରିକ୍ ପରୀକ୍ଷାରେ (Matriulation Examination) ୯୦% ମାର୍କ ରଖିବେ ବୋଲି ସାଇ ପ୍ରସାଦ ଆଶା ରଖିଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ଯୁକ୍ତ ଦୁଇ ବାଣିଜ୍ୟ ପଢିବା ଲାଗି ସେ ସହିଦ ନଗରସ୍ଥିତ ଏକ କୋଚିଙ୍ଗ ସେଣ୍ଟରକୁ କୋଚିଂ ଲାଗି ଯାଉଥିଲେ । ହେଲେ ରେଜଲ୍ଟ ବାହାରିବାର ପୂର୍ବରୁ ସାଇ ପ୍ରସାଦ ନଖୋଜ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ସାଇଙ୍କର କାହା ସହ ଝଗଡ଼ା କରନ୍ତି ନାହିଁ କି ତାଙ୍କର କାହା ସହ ଶତ୍ରୁତା ନାହିଁ ବୋଲି ତାଙ୍କ ବାପା କହିଛନ୍ତି । ଏନେଇ ଖବର ପାଇବା ପରେ ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।

ପ୍ରକାଶ ଥାଉ କି, ଗତ ମାର୍ଚ୍ଚ ମାସ ୧୦ ତାରିଖରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିଲା । ତେବେ ପରୀକ୍ଷା ଦିନ ନୟାଗଡର (Nayagarh district) ଜଣେ ଛାତ୍ର ମାଟ୍ରିକ୍ ପରୀକ୍ଷା (Matriulation Examination) ଦେବାକୁ ଯାଇ ନିଖୋଜ ହୋଇ ଯାଇଥିବା ଖବର ଆଲୋଡ଼ନ ସୃଷ୍ଟି କରିଥିଲା । ଦଶପଲ୍ଲା (daspalla area) ରାଧାମୋହନ ଉଚ୍ଚ ବିଦ୍ୟାଳୟର (Radha Mohan nodal high school ) ଛାତ୍ର ପ୍ରଦୀପ ନାୟକ (class 10th student missing) ୟୁନିଫର୍ମ ପିନ୍ଧିନଥିବାରୁ ପରୀକ୍ଷା ହଲକୁ ପ୍ରବେଶ ପାଇଁ ଅନୁମତି ମିଳିନଥିଲା । ଏହାପରେ ଛାତ୍ର ଜଣଙ୍କ ସ୍କୁଲ ଛାଡ଼ି ପଳାଇଥିଲେ । ପୁଅର ସନ୍ଧାନ ନପାଇ ପରିବାର ଲୋକେ ଦଶପଲ୍ଲା ଥାନେରେ ଏନେଇ ଅଭିଯୋଗ କରିଥିଲେ । ଗାଁର ଏକ ଆମ୍ବ ଗଛ ମୂଳ ବସିଥିବା ବେଳେ ଗାଁ ଲୋକେ ଛାତ୍ରଙ୍କୁ ଉଦ୍ଧାର କରି ପୋଲିସର ଜିମା ଦେଇଥିଲେ । ସୂଚନା ଅନୁଯାୟୀ, ଛାତ୍ର ଜଣଙ୍କ ଗରିବ ପରିବାରର ଥିଲେ । ଆର୍ଥିକ ଅଭାବ ଦୃଷ୍ଟିରୁ ସେ ୟୁନିଫର୍ମ କିଣି ପାରିନଥିଲେ । ତେଣୁ ସେ ଅନ୍ୟ ପୋଷାକ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଆସିଥିଲେ । ପରୀକ୍ଷା କେନ୍ଦ୍ରରେ ଥିବା ଶିକ୍ଷୟିତ୍ରୀ ତାଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ଦେଇଥିବା ଛାତ୍ର ଜଣଙ୍କ କହିଥିଲେ । ଅନ୍ୟପଟେ ଛାତ୍ରଙ୍କ ଏହି ଅଭିଯୋଗକୁ ସ୍କୁଲ ପରୀକ୍ଷା ଦାୟିତ୍ବରେ ଥିବା ଶିକ୍ଷୟତ୍ରୀ ବାରଣ କରିଥିଲେ ।

Also Read-Vande bharat express: ଆଜି ଓଡି଼ଶା ମାଟିରେ ପ୍ରଥମ ଥର ପାଇଁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ସେପଟେ ଆଜି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳାଫଳ (Odisha Matric Result 2023) । କଟକସ୍ଥିତ ବୋର୍ଡ଼ ମୁଖ୍ଯାଳୟରେ ଦିନ ୧୦ଟାରେ ଗଣଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଦିନ ୧୨ଟା ସୁଦ୍ଧା ୱେବସାଇଟ୍ ଓ ଏସଏମଏସ ଜରିଆରେ ପରୀକ୍ଷା ଫଳ ଉପଲବ୍ଧ ହେବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନେ www.bseodisha.ac.in  ୱେବସାଇଟରେ ପରୀକ୍ଷା ଫଳ ଜାଣିପାରିବେ । ସେହିପରି ଏସଏମଏସ ପାଇଁ ଓଆର୧୦ ଲେଖି ସ୍ପେସ ଦେଇ ରୋଲ୍ ନମ୍ବର ଦେବାକୁ ପଡ଼ିବ । ଏହାପରେ ୫୬୭୭୫୦କୁ ପଠାଇ ରେଜଲ୍ଟ ଦେଖିପାରିବେ । ଷ୍ଟେଟ ଓପନ ସ୍କୁଲ ଓ ମଧ୍ଯମା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ଼ ସଭାପତି ସୂଚନା ଦେଇଛନ୍ତି ।