Odisha: ଆଦିବାସୀ ଅଞ୍ଚଳରେ ଆଗକୁ ଗଡିବ ବିକାଶ ରଥ, ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିବ ସ୍ୱତନ୍ତ୍ର ଉନ୍ନୟନ ପରିଷଦ
Advertisement
Article Detail0/zeeodisha/odisha1425595

Odisha: ଆଦିବାସୀ ଅଞ୍ଚଳରେ ଆଗକୁ ଗଡିବ ବିକାଶ ରଥ, ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିବ ସ୍ୱତନ୍ତ୍ର ଉନ୍ନୟନ ପରିଷଦ

Special Development Council: ଆଦିବାସୀଙ୍କୁ ଦିଆଯିବ ସ୍ବତନ୍ତ୍ର ଫୋକସ। ରାଜ୍ୟ ସରକାରଙ୍କ ସବୁ ଯୋଜନାକୁ କାର୍ଯ୍ୟକାରୀ କରିବ ସ୍ୱତନ୍ତ୍ର ଉନ୍ନୟନ ପରିଷଦ। 

Odisha: ଆଦିବାସୀ ଅଞ୍ଚଳରେ ଆଗକୁ ଗଡିବ ବିକାଶ ରଥ, ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିବ ସ୍ୱତନ୍ତ୍ର ଉନ୍ନୟନ ପରିଷଦ

Development in Tribal Area: ଆଦିବାସୀ ଅଞ୍ଚଳର ବିକାଶର ସାରଥି ହେବେ ଆଦିବାସୀ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଠାରୁ ଆରମ୍ଭ କରି ସେମାନଙ୍କ ସଂସ୍କୃତି ଏବଂ ନିଜସ୍ବ ପରିଚୟ ସୃଷ୍ଟି କରିବା ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ଲମ୍ବା ବ୍ଲୁ ପ୍ରିଣ୍ଟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଲକ୍ଷ୍ୟ ରଖି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି ସେହି ଅନୁସାରେ ଆଦିବାସୀ ଅଞ୍ଚଳର ଉନ୍ନତି ଓ ପ୍ରଗତି କରାଯିବ। ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ଭାବେ ବିଧିବଦ୍ଧ ଦାୟିତ୍ବ ଗ୍ରହଣ କରିବା ପରେ ଏହା କହିଛନ୍ତି ବିଜେଡ଼ି ନେତା ପ୍ରଦୀପ ମାଝୀ।

ଆଦିବାସୀଙ୍କୁ ଦିଆଯିବ ସ୍ବତନ୍ତ୍ର ଫୋକସ। ରାଜ୍ୟ ସରକାରଙ୍କ ସବୁ ଯୋଜନାକୁ କାର୍ଯ୍ୟକାରୀ କରିବ ସ୍ୱତନ୍ତ୍ର ଉନ୍ନୟନ ପରିଷଦ। ଆଦିବାସୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମିର ବିକାଶ ପାଇଁ ପ୍ରସ୍ତୁତ ହୋଇଚି ବ୍ଲୁ ପ୍ରିଣ୍ଟ। ଏନେଇ ଆସନ୍ତାକାଲି ବସିବାକୁ ଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦ ବୈଠକରେ ବିସ୍ତୃତ ଭାବେ କରାଯିବ ଆଲୋଚନା। ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ଭାବେ ବିଧିବଦ୍ଧ ଦାୟିତ୍ବ ଗ୍ରହଣ କରିବା ପରେ ଏହା ଉପରେ ଗୁରୁତ୍ବ ଦେଇଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ। ରାଜ୍ୟର ଆଦିବାସୀ ବହୁଳ ୯ ଜିଲ୍ଲାର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଠାରୁ ଆରମ୍ଭ କରି କଳା ଏବଂ ସଂସ୍କୃତିକୁ ବଜାୟ ରଖିବା ଉପରେ ଦୃଷ୍ଟି ଦେବ ସ୍ବତନ୍ତ୍ର ଉନ୍ନୟନ ପରିଷଦ। ଏହା ସହିତ ଆଦିବାସୀଙ୍କ ଜଳ, ଜଙ୍ଗଲ, ଜମି ଅଧିକାରକୁ ଅଧିକ କ୍ରିୟାଶୀଳ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ। 

ରାଜ୍ୟର ଏହି ୯ ଜିଲ୍ଲାରେ ପ୍ରତିବର୍ଷ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ବର୍ଷକୁ ଦେଢକୋଟି ଟଙ୍କା ଅନୁଦାନ ଦିଆଯିବ। ଅପପୃଷ୍ଟି ସମସ୍ୟା ଦୂର କରିବା, ଜଙ୍ଗଲ ଜାତ ଦ୍ରବ୍ୟକୁ ସିଧାସଳଖ ବିକ୍ରି କରିବା ପାଇଁ ବ୍ୟବସ୍ଥା କରିବା, ସବୁ ଅଞ୍ଚଳରେ ଗମନାଗମନ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଇ ଆସୁଛନ୍ତି। ଆଗକୁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଏହା ଉପରେ ବିଶେଷ ଧ୍ୟାନ ଦେବ ବୋଲି କହିଛନ୍ତି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା। 

ନଭେମ୍ବର ୫ ତାରିଖ ଶନିବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ବୈଠକ ଆୟୋଜିତ ହେବ। ଆଦିବାସୀଙ୍କ କଳା,ସଂସ୍କୃତି, ଜୀବନ ଜୀବିକା ଉପରେ ବହୁ ଯୋଜନାକୁ ତୃଣମୂଳ ସ୍ତରରେ ସଫଳତାର ସହ କାର୍ଯ୍ୟକାରୀ  କରିବା ଉପରେ ଏହି ବୈଠକରେ ଆଲୋଚନା କରାଯିବ।