Gudguda Waterfall Accident: ସେଲଫି ନେବା ହେଲା କାଳ, ଝରଣାରେ ପଡ଼ି ଯୁବକଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha1351072

Gudguda Waterfall Accident: ସେଲଫି ନେବା ହେଲା କାଳ, ଝରଣାରେ ପଡ଼ି ଯୁବକଙ୍କ ମୃତ୍ୟୁ

  ଗଜପତି : ସେଲଫି ହେଲା କାଳ। ଗୁଦୁଗୁଦାରେ ସେଲଫି ନେଲା ବେଳେ ଝରଣାରେ ପଡି ଜଣକର ମୃତ୍ୟୁ। 

Gudguda Waterfall Accident: ସେଲଫି ନେବା ହେଲା କାଳ, ଝରଣାରେ ପଡ଼ି ଯୁବକଙ୍କ ମୃତ୍ୟୁ

Gudguda Waterfall Accident:  ଗଜପତି : ସେଲଫି ହେଲା କାଳ। ଗୁଦୁଗୁଦାରେ ସେଲଫି ନେଲା ବେଳେ ଝରଣାରେ ପଡି ଜଣକର ମୃତ୍ୟୁ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲାରେ। ମୃତକ ହେଉଛନ୍ତି ଗୁରାଣ୍ଡି ଥାନା ଅନ୍ତର୍ଗତ ଚନ୍ଦନ ଖଳାର ଟି ଶ୍ରୀକାନ୍ତ । ଚାରି ଜଣ ସାଙ୍ଗ ସହ ବଣଭୋଜି ପାଇଁ ଜିରାଙ୍ଗ ନିକଟସ୍ଥ ଗୁଦଗୁଦାକୁ ଯାଇଥିଲେ। ଅପରାହ୍ନରେ ନିଜ ମୋବାଇଲରେ ସେଲଫି ନେବା ସମୟରେ ଅସାବଧାନତା ଯୋଗୁଁ ଝରଣାରେ ଖସି ପଡିଥିଲା ଶ୍ରୀକାନ୍ତ। 

ଖବର ପାଇ ଦମକଳ ବାହିନୀ ଓ ପୋଲିସ ବହୁ ଖୋଜାଖୋଜି କରିବା ପରେ ପ୍ରାୟ ରାତି ୯ଟା ସମୟରେ ମୃତଦେହକୁ ଠାବ କରାଯାଇଛି। ରାୟଗଡ଼ ପୋଲିସ ଶବକୁ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।