Khordha news: ଜମି ପଟ୍ଟାରେ ସଂଶୋଧନ ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗର୍ଜନ
Advertisement
Article Detail0/zeeodisha/odisha1594923

Khordha news: ଜମି ପଟ୍ଟାରେ ସଂଶୋଧନ ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗର୍ଜନ

Khordha News: ଜମି ପଟ୍ଟାରୁ ଜମିଦାରଙ୍କ ନାମ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ ବଦଳରେ ‘ଓଡ଼ିଶା ସରକାର’ କରାଯିବା ଦାବିରେ ଗର୍ଜନ । ଏହି ଦାବି ନେଇ ଆଜି ନରଣଗଡ଼, ଧଉଳିମୁହଁ ଓ ନିଜିଗଡ଼ତାପଙ୍ଗ ପଂଚାୟତର ୧୫ଟି ରାଜସ୍ୱ ଗ୍ରାମର ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ବ ଅଧିବାସୀମାନେ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

Khordha news: ଜମି ପଟ୍ଟାରେ ସଂଶୋଧନ ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗର୍ଜନ

Khordha News: ଜମି ପଟ୍ଟାରୁ ଜମିଦାରଙ୍କ ନାମ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ ବଦଳରେ ‘ଓଡ଼ିଶା ସରକାର’ କରାଯିବା ଦାବିରେ ଗର୍ଜନ । ଏହି ଦାବି ନେଇ ଆଜି ନରଣଗଡ଼, ଧଉଳିମୁହଁ ଓ ନିଜିଗଡ଼ତାପଙ୍ଗ ପଂଚାୟତର ୧୫ଟି ରାଜସ୍ୱ ଗ୍ରାମର ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ବ ଅଧିବାସୀମାନେ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସ୍ଥାନୀୟ ହବେଳୀ ପଡ଼ିଆଠାରୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଜିଲ୍ଳାପାଳ ଅଫିସ ସମ୍ମୁଖରେ ପହଞ୍ଚିଥିଲା ।

ସୂଚନା ଅନୁଯାୟୀ, ନରଣଗଡ଼ ଆଞ୍ଚଳିକ ଭିଟାମାଟି ବଞ୍ଚାଓ ସଂଗ୍ରାମ ସମିତି ପକ୍ଷରୁ ଏହି ଆନ୍ଦୋଳନ ଓ ଧାରଣା ଡ଼କାରା ଦିଆଯାଇଥିଲା । ବିଶେଷ କରି ଏହି ମୌଜାର ଅଧିବାସୀ ମାନଙ୍କ ଜମିପଟ୍ଟା ଓ ଘରବାରି ପଟ୍ଟା ନଥିବାରୁ ଗରିବ ଲୋକମାନେ ପ୍ରଧାନମନ୍ତ୍ରୀ ଅବାସ ଓ ବିଜୁ ପକ୍କାଘର ପାଇବାରୁ ବଂଚିତ ହେଉଛନ୍ତି । ସେହିପରି ଜମିପଟ୍ଟା ସଂଶୋଧନ ହୋଇନଥିବାରୁ ବିକ୍ରି, ଖରିଦ କରି ନିଜର ଆବଶ୍ୟକ କାର୍ଯ୍ୟ ମଧ୍ୟ ତୁଲାଇବାରୁ ବଂଚିତ ସେମାନେ ଅଭିଯୋଗ କରିଛନ୍ତି । ଖାଲି ଏତିକି ନୁହେଁ ବାସସ୍ଥାନ, ଜାତିଗତ ପ୍ରମାଣପତ୍ର ଓ ବିଭିନ୍ନ ପ୍ରମାଣପତ୍ର ପାଇବାରୁ ନଥିବାରୁ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାରୁ ମଧ୍ଯ ବଞ୍ଚିତ ହେଉଥିବା ମଧ୍ଯ ଅଭିଯୋଗ ହୋଇଛି । ଇଂରେଜ ଶାସନ ସମୟରେ ଏଖରାଜାତ ମାହୋଲ ତାପଙ୍ଗ ପ୍ରଗଣା ସୃଷ୍ଟି କରିଥିଲେ । ପୁରୁଷାନୁକ୍ରମେ ରହି ଆସୁଥିବା ଲୋକମାନେ ଜମି ବିକ୍ରି ଖରିଦ କରି ଆସୁଥିଲେ, କିନ୍ତୁ ୨୦୧୪ ମସିହାରୁ ଏଥିରେ ପ୍ରତିବନ୍ଧକ ଲାଗିଛି । ଜମି ଦେବୋତର କିମ୍ବା ଅମୃତ ମଣହି ସମ୍ପିତ୍ତି ନୁହେଁ । ଏହାର ସଠିକ୍ ଭାବେ ବନ୍ଦୋବସ୍ତ ହୋଇନଥିବାରୁ ରେକର୍ଡ଼ ସଂଶୋଧନ ହୋଇପାରିନାହିଁ ।  

Also Read-VSSUT student Death Case: 'ଭିସୁଟ୍‌ ଛାତ୍ରୀଙ୍କ ମୃତ୍ୟୁରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅର ହାତ ରହିଛି '

ପ୍ରକାଶ ଥାଉକି, ୨୦୨୧ ଅକ୍ଟୋବର ୨୮ ତାରିଖରେ ଆଇନ ବିଭାଗ, ରାଜସ୍ୱ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନର ୭ ଜଣିଆ କମିଟି ମିଳିତ ବୈଠକରେ ଏନେଇ ଆଲୋଚନା ହୋଇଥିଲା । ହେଲେ ଅଧିବାସୀଙ୍କ ଅବେଦନ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେଉଥିବା ଘଟଣାକୁ ନେଇ ଭିଟାମାଟି ବଞ୍ଚାଓ ସମିତି ପକ୍ଷରୁ ବାରମ୍ବାର ଗୁହାରୀ ହୋଇଆସୁଥିଲେ ମଧ୍ଯ ଏଯାତ୍ କୌଣସି ସୁଫଳ ମିଳିପାରିନାହିଁ। ଯାହାକୁ ନେଇ ସମିତି ପକ୍ଷରୁ ଆଜିଠାରୁ ଅହୋରାତ୍ର ଧାରଣା ଆରମ୍ଭ ହୋଇଛି ।