Odisha news: ଆଇଫା ଟାଇଟଲ ଜିତିଲେ ପୁରୀର ବୋହୂ
Advertisement
Article Detail0/zeeodisha/odisha1586251

Odisha news: ଆଇଫା ଟାଇଟଲ ଜିତିଲେ ପୁରୀର ବୋହୂ

Odisha news: ଘର ଏରୁଣ୍ଡି ଡେଇଁ ଘରୁ ବାହାରି ନିଜ ଗୋଡରେ ନିଜେ ଛିଡା ହେବ ବୋଲି ଭାବୁଥିବା ଜଣେ ମହିଳା ପାଇଁ ଆସିଥାଏ ଅନେକ ଘାତ ପ୍ରତିଘାତ। ପ୍ରାୟ ପରିବାର ଓ ସମାଜ ଠାରୁ ସ୍ଯୁକୃତି ମିଳିବା କଷ୍ଟକର ହୋଇଥାଏ। ହେଲେ ମଧୁସ୍ମିତାଙ୍କ କ୍ଷେତ୍ରରେ ତାହା ପ୍ରତିବନ୍ଧକ ସାଜି ନଥିଲା। 

Odisha news: ଆଇଫା ଟାଇଟଲ ଜିତିଲେ ପୁରୀର ବୋହୂ

Odisha news: ପୁରୀ: ଜାତୀୟ ମଞ୍ଚରେ ଚମକ ଦେଖାଇଛନ୍ତି ପୁରୀର ବୋହୁ। ଆଇଫା କ୍ଲାସିକର ତିନୋଟି ବର୍ଗରେ ଟାଇଟଲ ଜିତି ଶ୍ରୀକ୍ଷେତ୍ରର ନାମ ରଖିଛନ୍ତି ପୁରୀର ବୋହୁ ମଧୁସ୍ମିତା ରଥ। ଉଭୟ ଗୃହିଣୀ ଓ ବଡି ବିଲଡର ଭାବେ ନିଜର ଦାୟିତ୍ୱକୁ ସଠିକ ଭାବେ ଲିଭାଇ ସାଜିଛନ୍ତି ଯୁବପିଢିର ଆଦର୍ଶ। ଦିନେ ପତଳା ହେବା ପାଇଁ ଓ୍ୱାର୍କଆଉଟ କରୁଥିଲେ। ଆଉ ଏବେ ସାଜିଛନ୍ତି ସ୍ୱତନ୍ତ୍ର ସମ୍ମାନର ଅଧିକାରିଣୀ। ସେପଟେ ଟ୍ରେନର ସାଜି ତିଆରି କରୁଛନ୍ତି ଅନେକ ଭବିଷ୍ୟତ। ହେଲେ ଆଗକୁ ମିସ୍ ୟୁନିଭର୍ସ ଟାଇଟଲ ଜିତିବା ପାଇଁ ଲକ୍ଷ ରଖିଛନ୍ତି ମଧୁସ୍ମିତା।

ମଧୁସ୍ମିତା ରଥ ହେଉଛନ୍ତି ପୁରୀ ଝିଆ ଆଉ ବୋହୂ ମଧ୍ୟ। ତାଙ୍କର ଝିଅଟିଏ ହେବା ପରେ ଶାରିରୀକ ଗଠନରେ ପରିବର୍ତ୍ତନ ଆସିଥିଲା। ଫଳରେ ସେ ନିଜକୁ ଅସହଜ ମନେ କରୁଥିଲେ। ହେଲେ ବଡି ବିଲ୍ଡର ସ୍ୱାମୀଙ୍କ ପ୍ରେରଣା ତାଙ୍କ ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ବଦଳାଇଦେଲା। ମାତୃତ୍ୱ ଲାଭ ପରେ ପେଟରେ ଥିବା ଅନେକ ଷ୍ଟ୍ରେଚମାର୍କକୁ ଖାତିର ନକରି ଜିମରେ ନିରନ୍ତର ପରିଶ୍ରମ ଓ ବ୍ୟାୟାମ କରିଥିଲେ। କିଛିଦିନ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟର ବିଶେଷ ପରିବର୍ତ୍ତନ ଘଟିବା ସହ ସୁନ୍ଦର ସ୍ୱାସ୍ଥ୍ୟର ଅଧିକାରିଣୀ ହୋଇଥିଲେ ମଧୁସ୍ମିତା।ଏବେ ସେଇ ପରିଶ୍ରମ ତାଙ୍କୁ ଦେଇଛି ଏକ ବଡ଼ ସଫଳତା। ଦିନେ ରାଜ୍ୟ ସ୍ତରରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଥିବା ମଧୁସ୍ମିତା ଏବେ ଜାତୀୟ ସ୍ତରରେ ଟାଇଟଲ ହାସଲ କରିଛନ୍ତି। world fitness federarion ପକ୍ଷରୁ ଆୟୋଜିତ ଆଇଫା କ୍ଲାସିକର ତିନୋଟି ବର୍ଗରେ ଟାଇଟଲ ଅକ୍ତିଆର କରି ନାରୀ ଜାତିର ଆଦର୍ଶ ପାଲଟିଛନ୍ତି। ଘରର ବୋହୁ ଯାଇ ବଡ଼ି ବିଲ୍ଡିଂରେ ସଫଳତା ପାଇବ କେହି କେବେ ବି ଭାବିନଥିଲେ। ମଧୁସ୍ମିତାର ସଫଳତା ପଛରେ ବଡ଼ି ବିଲଡର ସ୍ୱାମୀଙ୍କର ସହଯୋଗ ରହିଛି। ନିଜେ ବଡ଼ି ବିଲ୍ଡର ହୋଇଥିବାରୁ ସ୍ତ୍ରୀକୁ ମଧ୍ୟ ବଡ଼ି ବିଲ୍ଡିଂ ପାଇଁ ପ୍ରେରଣା ଯୋଗାଇଥିଲେ। ଆଉ ଜାତୀୟ ସ୍ତରରେ ଟାଇଟଲ ଜିଣିବା ପରେ ବେଶ୍ ଖୁସି ଅଛନ୍ତି। ଆଗକୁ ମିସ୍ ୟୁନିଭର୍ସ ଟାଇଟଲ ଜିତିବାକୁ ଲକ୍ଷ ରଖିଥିବା କହିଛନ୍ତି। ସେପଟେ ବଡିବ୍ଯୁଲଡିଂ ଦ୍ୱାରା  ବିନା କୌଣସି ସପ୍ଲିମେଂଟରେ ମହିଳାଟିଏ ସୁନ୍ଦର ସ୍ୱାସ୍ଥ୍ୟର ଅଧିକାରୀଣି ହୋଇପାରିବ ବୋଲି କହିଛନ୍ତି ଉଭୟ ସ୍ୱାମୀ ସ୍ତ୍ରୀ। 

ଘର ଏରୁଣ୍ଡି ଡେଇଁ ଘରୁ ବାହାରି ନିଜ ଗୋଡରେ ନିଜେ ଛିଡା ହେବ ବୋଲି ଭାବୁଥିବା ଜଣେ ମହିଳା ପାଇଁ ଆସିଥାଏ ଅନେକ ଘାତ ପ୍ରତିଘାତ। ପ୍ରାୟ ପରିବାର ଓ ସମାଜ ଠାରୁ ସ୍ଯୁକୃତି ମିଳିବା କଷ୍ଟକର ହୋଇଥାଏ। ହେଲେ ମଧୁସ୍ମିତାଙ୍କ କ୍ଷେତ୍ରରେ ତାହା ପ୍ରତିବନ୍ଧକ ସାଜି ନଥିଲା। ଖୋଦ୍ ସ୍ୱାମୀ ଓ ଶାଶୁଘର ଲୋକଙ୍କ ପ୍ରେରଣା ଆଜି ତାଙ୍କୁ ଶିର୍ଷରେ ପହଞ୍ଚାଇବାର ବାଟ ଫିଟାଇଛି। ଯାହା ପୁରୀ ଜିମ୍ ରୁ ଆଇଫା ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭବ ହୋଇପାରିଛି। ମଧୁସ୍ମିତାଙ୍କ ପରିବାର ସବୁବେଳେ ତାଙ୍କ ସଫଳତା ପଛରେ ରହିଛନ୍ତି। ଶାଶୁ,ଶ୍ୱଶୁର,ସ୍ୱାମୀ ସମସ୍ତଙ୍କ ମଧ୍ୟରେ ନାହିଁ ସଂକିର୍ଣ୍ଣ ମନୋଭାବ। ମଧୁସ୍ମିତାଙ୍କ ଏହି ସଫଳତା ନେଇ ସମସ୍ତେ ଗର୍ବିତ।ଶଶୁର ବୋହୁ ପାଇଁ ନିଜ ଉପାର୍ଜିତ ଅର୍ଥରେ ଜିମ୍ ପାଇଁ ଘରଟିଏ ତୋଳି ଦେଇଥିବା ବେଳେ ସ୍ୱାମୀ ଯୋଗାଇଦେଇଛନ୍ତି ଅତ୍ୟାଧୁନିକ ଯନ୍ତ୍ରପାତି । ମଧୁସ୍ମିତାଙ୍କ କୁନିଝିଅ ବି କିଛି କମ ନୁହଁନ୍ତି। ଜିମ୍ନାଷ୍ଟିକ ପାଇଁ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। ସେ ବି ନିଜକୁ ଫିଟ ଆଣ୍ଡ ଫାଇନ ରଖିବାକୁ ପ୍ରୟାସ ଜାରି ରଖିଛନ୍ତି ।ମାଆଙ୍କ ପରି ସେ ବି  ଉଚ୍ଚାଭିଳାସୀ ।ମୋଟାମୋଟି କହିବାକୁ ଆଜିକାର କର୍ମକ୍ଳାନ୍ତ ତଥା ଅବ୍ୟବସ୍ଥିତ ଲାଇଫ ଷ୍ଟାଇଲ ଭିତରେ ଏ ପରିବାର ସାଜିଛନ୍ତି ସମସ୍ତଙ୍କ ପାଇଁ ଉଦାହରଣ। ମଧୁସ୍ମିତା ଏତିକିରେ ନୁହେଁ ବରଂ ଆଗକୁ କଠୋର ପରିଶ୍ରମ କରିବେ ଆଉ ମିସ ୟୁନିଭର୍ସ ଟାଇଟଲ ହାସଲ କରିବେ ବୋଲି ଆଶା ରଖିଛନ୍ତି।