Odisha Administration: ପ୍ରଶାସନିକ ସ୍ତରରେ ଓଡିଶା ସରକାରଙ୍କ ବଡ ଅଦଳବଦଳ
Advertisement
Article Detail0/zeeodisha/odisha1352077

Odisha Administration: ପ୍ରଶାସନିକ ସ୍ତରରେ ଓଡିଶା ସରକାରଙ୍କ ବଡ ଅଦଳବଦଳ

Odisha Administrative Reshuffle: ଓଡିଶା ସରକାର ପ୍ରଶାସନିକ ସ୍ତରରେ ଏକ ବଡ ଅଦଳବଦଳ କରିଛନ୍ତି। ସୂଚନା ଅନୁସାରେ କେତେଜଣ ବରିଷ୍ଠ ଆଇଏଏସ ଅଧିକରୀଙ୍କୁ ବଡବଡ ଦାୟିତ୍ବ ହସ୍ତାନ୍ତର କରାଯାଇଛି।

ଫାଇଲ୍ ଫଟୋ

Odisha Administrative Reshuffle: ଓଡିଶା ସରକା (Govt Of Odisha)ର ପ୍ରଶାସନିକ ସ୍ତରରେ ଏକ ବଡ ଅଦଳବଦଳ କରିଛନ୍ତି। ସୂଚନା ଅନୁସାରେ କେତେ ଜଣ ବରିଷ୍ଠ ଆଇଏଏସ ଅଧିକରୀ (IAS Officers)ଙ୍କୁ ବଡବଡ ଦାୟିତ୍ବ ହସ୍ତାନ୍ତର କରାଯାଇଛି। ହୋଇଥିବା ଏହି ଅଦଳବଦଳ ପ୍ରକ୍ରିୟାରେ ଓଡିଶାର ଦୃଷ୍ଟି ଆକର୍ଷଣ କରିଛି। କାରଣ ଓଡିଶା ରାଜନୀତିରେ ପ୍ରଶାସନିକ ଆଧିକାରୀ ମାନେ ରାଜନେତାଙ୍କ ଠାରୁ ଆଧିକ ପ୍ରଭାବଶାଳୀ। ଏହି କ୍ରମରେ ଅଦଳବଦଳ ହୋଇଥିବା ପ୍ରଶାସନିକ ଆଧିକାରୀ ମାନଙ୍କ ନାମ ଓ ବିଭାଗ ବଣ୍ଟନର ସାମୟିକ ସୂଚନ ପ୍ରଦାନ କରୁଛୁ। 

୧. ଅନେକ ବର୍ଷ ଧରି ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଦାୟିତ୍ବରେ ଥିବା ୨୦୦୧ ବ୍ୟାଚର ଆଏଏସ ଅଧିକାରୀ ଶ୍ରୀମତୀ ଶାଳିନୀ ପଣ୍ଡିତଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାବର ସଚିବ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି।

୨. ସେହିପରି ୧୯୯୬ ବ୍ୟାଚର ଆଇଏଏସ ଅଧିକାରୀ ଶ୍ରୀ ଅରବିନ୍ଦ କୁମାର ପାଢୀଙ୍କୁ ବୟନ ଶିଳ୍ପ ଓ ହସ୍ତନ୍ତ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି। ଏଥିସହିତ ଶ୍ରୀ ପାଢୀଙ୍କ ଅଧିନରେ ଥିବା କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଦାୟିତ୍ବ ତୁଲାଇବେ।

୩. ସେହିପରି ୧୯୯୯ ବ୍ୟାଚ୍ ର ଆଇଏଏସ ଅଫିସର ସୁଭା ଶର୍ମାଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସଚିବ ଦାୟିତ୍ବ ଦିଆଯାଇଛି।

୪. ସେହିପରି ୧୯୯୮ ବ୍ୟାଚର ଆଇଏଏସ ସୁରେଶ ବୈଶିଷ୍ଠଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସଚିବ ଦାୟିତ୍ବ ଦିଆଯାଇଛି।

୫. ୧୯୯୯ ବ୍ୟାଚର ଆଇଏଏସ ଭାସ୍କର ଯ୍ୟୋତି ଶର୍ମାଙ୍କୁ ବିଜ୍ଞାନ ଓ କରିଗରୀ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି। ପୂର୍ବଭଳି ସେ ସୁରକ୍ଷା ଓ ଭିନ୍ନକ୍ଷମର ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଇବେ।

୬. ବରିଷ୍ଠ ଆଇଏଏସ ଅଧିକାରୀ ନିକୁଞ୍ଜ ଧଳଙ୍କୁ ଅବକାରୀ ବିଭାଗ ପ୍ରମୁଖ ସଚିବ ସହିତ ଗ୍ରୀଡକୋର ଅଧ୍ୟକ୍ଷ ଭାବେ ଆତିରିକ୍ତ ଦାୟିତ୍ବ ମିଳିଛି। ପୂର୍ବ ଭଳି ସେ ତାଙ୍କର ଶକ୍ତି ବିଭାଗ ପ୍ରମୁଖ ସଚିବ ଦାୟିତ୍ବ ମଧ୍ୟ ତୁଲାଇବେ।

୭. ଗୁହାପୁନମ୍ ତାପସଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଭାବେ ଦାୟିତ୍ବ ମିଳିଛି। ଏଥିସହିତ ଓରମାସର ସିଏଓ ଭାବେ ଦାୟିତ୍ବ ତୁଲାଇବେ।

୮. ବରିଷ୍ଠ ଆଇଏଏସ ଅଫିସର ସଞ୍ଜୟ କୁମାର ମିଶ୍ରଙ୍କୁ OPTCLର ସିଏମଡି ଦାୟିତ୍ବ ମିଳିଛି।

୯. ୨୦୧୦ ବ୍ୟାଚର ଆଇଏଏସ ଅଫିସର ଡ. ବୃନ୍ଦାଙ୍କୁ ଓଡିଶା ଔଷଧ ନିଗମର ଏମଡି ଓ ଖାଦ୍ୟ ସୁରକ୍ଷା ଅତିରିକ୍ତ କମିଶନ ଦାୟିତ୍ବ ଦିଆଯାଇଛି। ଏଥିସହିତ ତାଙ୍କୁ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଭାବେ ଦାୟିତ୍ବ ମିଳିଛି।

୧୦. ସେହିପରି ସରୋଜ କୁମାର ମିଶ୍ର (ବରିଷ୍ଠ ଓଏଏସ ଅଫିସର)ଙ୍କୁ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ସହିତ ହୋମ୍ ପ୍ରୋଟକଲର ଅତିରିକ୍ତ ସଚିବ ଦାୟିତ୍ବ ମିଳିଛି।