ସମ୍ବଲପୁର: କୋରୋନାର ଦ୍ଵିତୀୟ ଲହର ଅନେକ ଧନ ଜୀବନ ହାନି କରିବା ସହ ବିଶ୍ଵରେ ତାଣ୍ଡବ କରୁଛି। ହସ୍ପିଟାଲରେ ରୋଗୀଙ୍କ ଭିଡ ଯୋଗୁଁ ଅନେକ କୋରୋନା ଆକ୍ରାନ୍ତଙ୍କୁ ବେଡ଼ କମ୍ବା ଉପଯୁକ୍ତ ଚିକିତ୍ସା ମିଳିପାରୁନାହିଁ। ଫଳରେ ଅନେକ ସେମାନେ ମୃତ୍ୟୁମୁଖରେ ପଡୁଛନ୍ତି। ଏପରି ସଙ୍କଟ ସମୟରେ କୋରୋନା ଆକ୍ରାନ୍ତଙ୍କ ପାଇଁ ଦେବଦୂତ ସାଜିଛନ୍ତି ଡାକ୍ତର ଲତିଫ୍। 


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ସମୟରେ କୋରୋନା (Coronavirus) ଭୟରେ କେହି ମଧ୍ୟ ରୋଗୀଙ୍କ ପାଖ ମାଡୁ ନାହାନ୍ତି।ହସ୍ପିଟାଲରେ ବେଡ଼ ନ ଥିବା ବେଳେ ଅନେକ ରୋଗୀଙ୍କୁ ନିରାଶ ହୋଇ ମୃତ୍ୟୁକୁ ଅପେକ୍ଷା କରିବାକୁ ପଡୁଛି। ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଡାକ୍ତର ଲତିଫ, ସମ୍ବଲପୁର (Sambalpur) ର କୋରୋନା ରୋଗୀଙ୍କ ପାଇଁ ଆଶାର ଆଲୋକ ସଦୃଶ ଦେଖାଦେଇଛନ୍ତି। ଗୁରୁତର ରୋଗୀଙ୍କ ପାଇଁ ହସ୍ପିଟାଲର ଦ୍ୱାର ବନ୍ଦ ହୋଇଯାଇଥିବା ବେଳେ ସେ ତାଙ୍କ ମନରେ ଆଶାର ସଞ୍ଚାର ସୃଷ୍ଟି କରୁଛନ୍ତି।


Also Read: ବିବାହ ଭୋଜି ଅଟକାଇବାକୁ ଯାଇ ତହସିଲଦାର ହଟହଟା, ବିଜୁଳି କାଟି ପିଟିଲେ ଗ୍ରାମବାସୀ


ନିଜ ଜୀବନ ପ୍ରତି ବିପଦ ରହିଛି କହି ଅନେକ ଲୋକ, ଏପରି କି ନିଜ ସମ୍ପର୍କୀୟ କୋରୋନା ରୋଗୀଙ୍କ ଠାରୁ ଦୁରେଇ ରହୁଛନ୍ତି। କିନ୍ତୁ ଡାକ୍ତର ଲତିଫ ନିଜ ଜୀବନକୁ ବାଜି ଲଗାଇ କିଛି ଗୁରୁତର କୋରୋନା ରୋଗୀଙ୍କୁ ତାଙ୍କ ଘରକୁ ଯାଇ ସୁସ୍ଥ କରିଛନ୍ତି। ତେବେ ନିଶ୍ଚିତ ଭାବରେ ସମାଜ ପାଇଁ ସେ ଆଶାର ଆଲୋକ ସଦୃଶ ଦେଖାଦେଇଛନ୍ତି ଏଥିରେ ସନ୍ଦେହ ନାହିଁ।