ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ହୁତୁହୁତୁ ହୋଇ ଜଳୁଛି ଓଡିଶା! ମହାକାଶରରୁ ଫଟୋ ପଠାଇଛି NASA। ଫଟୋକୁ ଦେଖିଲେ ଲାଗୁଛି ଯେମିତି ରାଜ୍ୟରେ ପାଳନ ହେଉଛି ଅଦିଆ ଦୀପାବଳି। କିନ୍ତୁ ତାହା କୌଣସି ଉତ୍ସବର ଆଲୋକ ନୁହେଁ ବରଂ ଥିଲା ଅନ୍ଧାର ଭବିଷ୍ୟତର ଚିତ୍ର। NASAର ସାଟେଲାଇଟ ଫଟୋରେ ଓଡିଶାର ହଜାରେରୁ ଊର୍ଦ୍ଧ୍ୱ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳୁଛି। ଶିମିଳିପାଳ ଜାତୀୟ ଅଭ୍ୟାରଣ୍ୟରେ ବଡଧରଣର ଅଗ୍ନିକାଣ୍ଡ ଘଟିଥିବା ବେଳେ ଦକ୍ଷିଣ ଓଡିଶାର ଜଙ୍ଗଲ ମଧ୍ୟ ପାଉଁଶ ପାଲଟିଯାଇଛି।


COMMERCIAL BREAK
SCROLL TO CONTINUE READING

ଗତ ୧୦ ଦିନରୁ ଊର୍ଦ୍ଧ୍ୱ ସମୟ ହେବ ଶିମିଳିପାଳ ଅଭୟାରଣ୍ୟ (Similipal National Park) ଜଳୁଛି। ସେଠାରେ ରହୁଥିବା ୩୦୦ରୁ ଅଧିକ ପ୍ରଜାତୀର ଜୀବଜନ୍ତୁ ଏବେ ତ୍ରାହି ତ୍ରାହି କରୁଛନ୍ତି। ଶିମିଳିପାଳ କୌଣସି ଛୋଟ ଜଙ୍ଗଲ ନୁହେଁ। ଏହା ବାଘ ଓ ହାତୀଙ୍କ ଘର, ବିଶ୍ୱ ଐତିହ୍ୟରେ ସ୍ଥାନ ମଧ୍ୟ ପାଇଛି। କିନ୍ତୁ ଆମଦେଶରେ Amazon, Australia ଜଙ୍ଗଲରେ ଲାଗିଥିବା ନିଆଁ ପ୍ରଥମିକତା ଦିଆଯାଏ। ଆଉ ଦେବା କଥା ମଧ୍ୟ। ଓଡିଶା (Odisha) ଭଳି ଏକ ପଛୁଆ ରାଜ୍ୟର ବିଶ୍ୱ ପ୍ରସିଦ୍ଧ ଜଙ୍ଗଲ ବା ଅଞ୍ଚଳକୁ ମଧ୍ୟ ସେତିକି ଗୁରୁତ୍ୱ ଦେବା ଉଚିତ। କିନ୍ତୁ ଦେଶର କିଛି ହାତଗଣତି ଗଣମାଧ୍ୟରେ ଶିମିଳିପାଳରେ ଲାଗିଥିବା ନିଆଁର ଖବର ପ୍ରସାରଣ ହେଉଛି।  


Also Read: ବିପଦରେ ଚାକିରି; ଥାନା ବାବୁ ପରେ BDOଙ୍କ ପାଳି


କେବଳ ଯେ ଶିମିଳିପାଳ (Similipal) ଜଳୁଛି ତାହା ନୁହେଁ। ଦକ୍ଷିଣ ଓଡିଶା (South Odisha) ର ଜଙ୍ଗଲରେ ବି ନିଆଁ ଲାଗିଛି। ଅନେକ ଜଙ୍ଗଲରେ ବିଭିନ୍ନ କାରଣରୁ ନିଆଁ (Jungle Fire) ଲାଗିଥିବା ଖବର ପଦାକୁ ଆସିବା ପରେ ନିଆଁ କୁ ଆୟତ କରିବା ଲାଗି ବନ ବିଭାଗ (Forest Dept) ର ସ୍ବତନ୍ତ୍ର ଟିମ ଲାଗି ପଡିଛନ୍ତି। ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ କୋରାପୁଟ ଭଳି ଜିଲ୍ଲାରେ ଏବେ ମଧ୍ୟ ଜଙ୍ଗଲ ଗୁଡିକର ୭୧ଟି ପଏଣ୍ଟରେ ନିଆଁ ଲାଗିଥିବା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି।


ଦକ୍ଷିଣ ଓଡିଶାର ୮ଟି ଜିଲ୍ଲାର ୨୯୦ଟି ପଏଣ୍ଟରେ ନିଆଁ (Fire Break Out) ଲାଗିଛି। ସେଥିମଧ୍ୟରୁ ୨୧୯ଟି ପଏଣ୍ଟରେ ନିଆଁକୁ ଆୟତ୍ତ କରାଯାଇଛି। ୭୧ଟି ପଏଣ୍ଟ ଏବେ ମଧ୍ୟ ଚିନ୍ତା ଜନକ ପରିସ୍ଥିତି ରହିଛି। ଘୁମୁସର ସାଉଥ ଡିଭିଜନ (Ghumusar South Div) ର ସର୍ବାଧିକ ୭୨ଟି ପଏଣ୍ଟରେ ନିଆଁ ଲାଗିଥିବା ବେଳେ ୪୪ଟି ପଏଣ୍ଟରେ ନିଆଁ ଆୟତ୍ତ (Fire Control) ହୋଇ ପାରିଛି। ଆଉ ଏବେ ବି ୨୮ଟି ପଏଣ୍ଟରେ ନିଆଁ ହୁ ହୁ ହୋଇ ଜଳୁଛି।


Also Read: IND Vs ENG Test: ଇଂଲଣ୍ଡକୁ ଧୂଳି ଚଟାଇ ଫାଇନାଲରେ ଭାରତ


 


ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି (Paralakhemundi) ରେ ମଧ୍ୟ ଉଦବେଗଜନକ ପରିସ୍ଥିତି ଦେଖା ଦେଇଛି। ସେଠାରେ ୧୦୮ଟି ପଏଣ୍ଟରେ ନିଆଁ ଲାଗିବାର ନଜରକୁ ଆସିଥିବା ବେଳେ ୩୯ଟି ପଏଣ୍ଟ ରେ ନିଆଁର କରାଳ ରୂପ ଦେଖିବାକୁ ମିଳିଛି। ଚଳିତବର୍ଷ ସ୍ବଳ୍ପ ବୃଷ୍ଟି ଓ ପ୍ରଚଣ୍ଡ ରୌଦ୍ର ତାପ ଅଗ୍ନିକାଣ୍ଡର ପ୍ରମୁଖ କାରଣ ବୋଲି ଅନୁମାନ କରାଯାଉଛି। ତେବେ କିଛି ସ୍ଥାନରେ ଖଳ ପ୍ରକୃତିର ଲୋକ ମଧ୍ୟ ଜଙ୍ଗଲରେ ନିଆଁ ଲଗାଉଥିବାର ନଜରକୁ ଆସୁଛି। ଏଣୁ ପରିସ୍ଥିତିରେ ସୁଧାର ଆଣିବା ଲାଗି ସରକାର ପ୍ରସ୍ତୁତ ଥିବା ବନ ବିଭାଗ ଓ ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖ ସୂଚନା ଦେଇଛନ୍ତି।


ପ୍ରତିବର୍ଷ ଝାଡଖଣ୍ଡ (Jharkhand), ଛତିଶଗଡ, ଆସାମ (Assam) , ଅରୁଣାଚଳ ପ୍ରଦେଶ ଓ ଓଡିଶା ପରି ରାଜ୍ୟର ଜଙ୍ଗଲରେ ନିଆଁ ଲାଗୁଛି। ପ୍ରାୟତଃ ଗ୍ରୀଷ୍ମ ଋତୁ (Summer) ର ମଧ୍ୟଭାଗରେ ଏପରି ଘଟଣାମାନ ଘଟେ। କିନ୍ତୁ ଏଥର ଆରମ୍ଭରୁ ହିଁ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ନିଆଁ ଲାଗିଥିବା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ସେପଟେ ସବୁ ଜାଣି ସୁଦ୍ଧା ସରକାର ଜଙ୍ଗଲ ସୁରକ୍ଷା ବଜେଟରକୁ ବୃଦ୍ଧି କରୁନାହାନ୍ତି। ପୁରୁଣାକାଳିଆ ପଦ୍ଧତିରେ ନିଆଁ ଲିଭାଯାଉଛି। ଯାହା ନିଆଁକୁ ଆୟତ୍ତ କରିବାରେ ସେତେଟା ପ୍ରଭାବୀ ନୁହଁ ବୋଲି ସାଧାରଣରେ ଅଭିଯୋଗ ହେଉଛି। 


Also Read: ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରିବ କୁକୁଡା


ଉଷ୍ମତା ଯୋଗୁଁ ଜଙ୍ଗଲରେ ନିଆଁ ଲାଗିବା ଏକ ସାଧାରଣ ପ୍ରକ୍ରିୟା। ଜଙ୍ଗଲରେ ନିଆଁ ଲାଗିଲେ ପୁରୁଣା ପତ୍ର ଗୁଡିକ ପୋଡି ଯାଏ। ଆଉ ତାହା ନୂତନ ବୃକ୍ଷ ପାଇଁ ଖତ ସାରର କାମ କରେ। ପ୍ରାୟତଃ ସମୟରେ ନିଆଁ ଲାଗିବା ପରେ ବର୍ଷା ଆସିଥାଏ। କିନ୍ତୁ ଏବର୍ଷ ଗ୍ରୀଷ୍ମ ଆରମ୍ଭରୁ ନିଆଁ ଲାଗିଛି। ଯାହା ଚିନ୍ତାର ବିଷୟ। ଏହି ଅଗ୍ନିକାଣ୍ଡ ଯୋଗୁଁ ଅନେକ ଜୀବଜନ୍ତୁ ବାସହରା ହେଉଛନ୍ତି। ବିରଳ ବୃକ୍ଷ ଗୁଡିକ ପାଉଁଶ ହେଇଯାଉଛି। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗୁଛି। ତେଣୁ ଏଭଳି ଅଦିନିଆ ବା ମାନବ କୃତ୍ୟ ଜଙ୍ଗଲ ପୋଡି ରୋକିବାକୁ ସରକାର ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ବୋଲି ଦାବି ହେଉଛି।