ରଜ ମହୋତ୍ସବରେ ନିଜ ଇଚ୍ଛା ମୁତାବକ ନୂତନ ପୋଷାକ କିଣି ଖୁସିବ୍ୟକ୍ତ କଲେ ଶିଶୁ ଗୃହ ଅନ୍ତେବାସୀ
Advertisement
Article Detail0/zeeodisha/odisha1221298

ରଜ ମହୋତ୍ସବରେ ନିଜ ଇଚ୍ଛା ମୁତାବକ ନୂତନ ପୋଷାକ କିଣି ଖୁସିବ୍ୟକ୍ତ କଲେ ଶିଶୁ ଗୃହ ଅନ୍ତେବାସୀ

ଅନାଥଙ୍କ ମୁହଁରେ ହସ ଫୁଟାଇବାର ସୁଯୋଗ କେବଳ ଜଣେ ଭାଗ୍ୟବାନଙ୍କୁ ହିଁ ମିଳିଥାଏ। ଏ ଦିଗରେ ସହୃଦୟ ବ୍ୟକ୍ତି ଆଗେଇ ଆସିଲେ ଅନାଥ ହସି ପାରନ୍ତେ ନିଶ୍ଚୟେ।

ରଜ ମହୋତ୍ସବରେ ନିଜ ଇଚ୍ଛା ମୁତାବକ ନୂତନ ପୋଷାକ କିଣି ଖୁସିବ୍ୟକ୍ତ କଲେ ଶିଶୁ ଗୃହ ଅନ୍ତେବାସୀ

ନିରଞ୍ଜନ ମିଶ୍ର,ସୁବର୍ଣ୍ଣପୁର: ବଜାର ବୁଲିବେ, ମନ ପସନ୍ଦର ପୋଷାକ କିଣି ପିନ୍ଧିବେ। ସମସ୍ତଙ୍କ ମନରେ ଏଭଳି ଇଚ୍ଛା ଥାଏ। ହେଲେ ସମସ୍ତଙ୍କୁ କ'ଣ ଏଭଳି ସୁଯୋଗ ମିଳେ। ଅନାଥ ପିଲାଙ୍କ ପାଇଁ ଏସବୁ ସାତ ସପନ। ଇଚ୍ଛା ଥିଲେ ମଧ୍ୟ ସୁଯୋଗ ନ ଥିବାରୁ ସେମାନେ ମନମାରି ରହନ୍ତି। ହେଲେ ସୁବର୍ଣ୍ଣପୁର ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ରଜ ଅବସରରେ ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ। 

ଛୋଟ ଛୋଟ ଅନାଥ ପିଲାଙ୍କୁ ଦେଇଛନ୍ତି ସ୍ବତନ୍ତ୍ର ଉପହାର। ନିଜ ମନ ଲାଖି ନୂଆଁ ଡ୍ରେସ କଣି ଦେଇଛନ୍ତି। ଅନାଥ ଛାତ୍ରଛ୍ରାତ୍ରୀ ନିଜ ମନ ପସନ୍ଦ ନୂଆଁ  ଡ୍ରେସ ପାଇ ଖୁସି କହିଲେ ନ ସରେ। ଜିଲ୍ଲାପାଳଙ୍କ ଏହି ଉଦ୍ୟମଙ୍କୁ ସବୁ ସସ୍ତରେ ପ୍ରଶଂସା କରାଯାଇଛି। ଡ୍ରେସ୍ ଦୋକାନାରେ ଏହି ଛୋଟ ଛୋଟ ପିଲା ନିଜ ମନପସନ୍ଦର ଭଳିକି ଭଳି ଡ୍ରେସ କିଣୁଛନ୍ତି। ପାଖରେ ବାପ ମାଆ ନାହାଁନ୍ତି କାରଣ ସେମାନେ ଅନାଥ। ହେଲେ ଅନାଥ ପିଲାଙ୍କୁ ନିଜ ପସନ୍ଦ ମୁତାବକ ଡ୍ରେସ ମିଳିଛି । ନୂଆ ଡ୍ରେସ ପାଇ ପିଲାଙ୍କ ଖୁସୀ କହିଲେ ନ ସରେ।  

ସୋନପୁର ଜିଲ୍ଲାପାଳ ରଜ ପାଇଁ ଛୋଟ ଛୋଟ ଅନାଥ ପିଲାଙ୍କୁ ଦେଇଛନ୍ତି ସ୍ବତନ୍ତ୍ର ଉପହାର। ସୋନପୁର ସହରର ମଝିପଡାରେ ଥିବା ଶିଶୁ ଗୃହର ଛ୍ରାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳଙ୍କ ଏହି ଉପହାର ଅନେକ ଖୁସି ଦେଇଛି। ଅନ୍ୟ ବର୍ଷରେ ନୂଆ ଡ୍ରେସ୍ ପାଇଁ ରଜ ପାଳନରେ ମନ ଉଣା କରିଥିବା ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିଲ୍ଲାପାଳଙ୍କ ଏହି ଉପହାର ପାଇ ନାହିଁ ନଥିବାର ଉତ୍ସାହ ଦେଖାଦେଇଛି। ସୋନପୁର ସହରର ମଝିପଡାରେ ରହିଛି ଶିଶୁ ଗୃହ। ଏଠାରେ ପଢୁଛନ୍ତି ୪୧ ଜଣ ଅନ୍ତେବାସୀ।

ସମସ୍ତ ଅନ୍ତେବାସୀଙ୍କ ପାଇଁ ଜିଲ୍ଲପାଳ ନୂଆ ପୋଷାକର ବ୍ୟବସ୍ଥା କରିଛନ୍ତି। ଜିଲ୍ଲାପାଳ ଅବଲୀ ସୁନୀଲ ନରୱଣେଙ୍କ ପାଇଁ ଏସବୁ ସମ୍ଭବ ହୋଇପାରିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶିଶୁ ଗୃହର ସମସ୍ତ ଅନ୍ତେବାସୀଙ୍କୁ ବଜାରକୁ ନିଆଯାଇ ସେମାନଙ୍କୁ ନିଜର ମନପସନ୍ଦର ପୋଷାକ କିଣିବାକୁ ସୁଯୋଗ ଦିଆଯାଇଛି। ଏହି ସମୟରେ ପିଲାଙ୍କ ମୁହଁରେ ଥିବା ଖୁସି ଜଣେ ନ ଦେଖିଲେ ବିଶ୍ୱାସ କରିପାରିବ ନାହିଁ। ପ୍ରଥମ ଥର ପାଇଁ ସେମାନେ ଏଭଳି ବଜାର ବୁଲି ନିଜ ପାଇଁ କିଛି କିଣିବାର ସ୍ୱାଧୀନତା ପାଇଥିବାରୁ ସେମାନେ ଖୁବ୍ ଖୁସି ପ୍ରକାଶ କରିଛନ୍ତି। ସେମାନେ ଯେତେ ସମୟ ରହିବାକୁ ଚାହିଁଥିଲେ ଏବଂ ଯାହା ଦେଖିବାକୁ ଚାହିଁଥିଲେ ଦୋକାନୀ ଦେଖାଇଛନ୍ତି। ସେମାନେ ନିଜ ମନ ପସନ୍ଦର ପୋଷାକ କିଣିଥିବାରୁ ଖୁବ ଖୁସିଥିବା କହିଛନ୍ତି ଶିଶୁଗୃହ ଅନ୍ତେବାସୀ। ଅନାଥଙ୍କ ମୁହଁରେ ହସ ଫୁଟାଇବାର ସୁଯୋଗ କେବଳ ଜଣେ ଭାଗ୍ୟବାନଙ୍କୁ ହିଁ ମିଳିଥାଏ। ଏ ଦିଗରେ ସହୃଦୟ ବ୍ୟକ୍ତି ଆଗେଇ ଆସିଲେ ଅନାଥ ହସି ପାରନ୍ତେ ନିଶ୍ଚୟେ।