ସମ୍ବଲପୁରରେ ଖୋଲିବନି ଧର୍ମାନୁଷ୍ଠାନ
Advertisement

ସମ୍ବଲପୁରରେ ଖୋଲିବନି ଧର୍ମାନୁଷ୍ଠାନ

ସମ୍ବଲପୁର ଜିଲ୍ଲାରେ ଏବର୍ଷ ଖୋଲିବ ନାହିଁ କୌଣସି ଧର୍ମାନୁଷ୍ଠାନ। ଏବେ ସମ୍ବଲପୁର ଜିଲ୍ଲାରେ କୋଭିଡ ସଂକ୍ରମଣ କିଛିଟା ହ୍ରାସ ପାଇଥିବା ବେଳେ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ସମ୍ବଲପୁର ଜିଲ୍ଲାର ଧର୍ମାନୁଷ୍ଠାନ ନ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। 

ସମ୍ବଲପୁରରେ ଖୋଲିବନି ଧର୍ମାନୁଷ୍ଠାନ

ଅଜୟ ନାଥ, ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଏବର୍ଷ ଖୋଲିବ ନାହିଁ କୌଣସି ଧର୍ମାନୁଷ୍ଠାନ। ଏବେ ସମ୍ବଲପୁର ଜିଲ୍ଲାରେ କୋଭିଡ ସଂକ୍ରମଣ କିଛିଟା ହ୍ରାସ ପାଇଥିବା ବେଳେ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ସମ୍ବଲପୁର ଜିଲ୍ଲାର ଧର୍ମାନୁଷ୍ଠାନ ନ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଏହାକୁ ବିଭିନ୍ନ ଧର୍ମାନୁଷ୍ଠାନ କମିଟିର ସଭ୍ୟ ମାନେ ମଧ୍ୟ ସ୍ୱାଗତ କରିଛନ୍ତି ।

ସମ୍ବଲପୁରରେ ଧର୍ମାନୁଷ୍ଠାନ ଖୋଲିବାକୁ ନା। ସମଗ୍ର ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲିବାକୁ ପ୍ରଶାସନର ନାଁ। ଆଗକୁ ଡିସେମ୍ବର ମାସରେ ପ୍ରବଳ ଥଣ୍ଡା ହେବାକୁ ଥିବାରୁ ଓ ବଡଦିନ, ନବବର୍ଷ ପାଇଁ ବିଭିନ୍ନ ଧର୍ମାନୁଷ୍ଠାନ ଗୁଡ଼ିକରେ ଭିଡ ହେବାର ଆଶଙ୍କା ଥିବାରୁ ସେ ଗୁଡିକୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ସମ୍ବଲପୁର ଜଲ୍ଲାପାଳ ଶୁଭମ ସକସେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସହରର ବିଭିନ୍ନ ଧର୍ମାନୁଷ୍ଠାନ ର ପ୍ରତିନିଧି, ବୁଦ୍ଧିଜୀବୀ ଓ ପ୍ରସାସନିକ ଅଧିକାରୀ ଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି କୁ ସମ୍ବଲପୁରର ସମଲେଶ୍ବରୀ ମନ୍ଦିର କମିଟିର ମୁଖ୍ୟ ପୂଜକଙ୍କ ସମେତ ସମସ୍ତ ଧର୍ମାନୁଷ୍ଠାନର ପ୍ରତିନିଧିମାନେ ସ୍ୱାଗତ କରିଥିଲେ ।

ସମ୍ବଲପୁର ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲିବା ନେଇ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ କୋରୋନାର ପ୍ରକୋପ ଶୀତ ବୃଦ୍ଧି ଯୋଗୁଁ ବର୍ଷ ଶେଷ ସୁଦ୍ଧା ରହିବାର ସମ୍ଭାବନା ରହିଥିବାରୁ ଏବେ ଧର୍ମାନୁଷ୍ଠାନ ଖୋଲିବା ସମ୍ଭବ ନୁହେଁ ବୋଲି ପ୍ରଶାସନର ନିଷ୍ପତି ଉପରେ ଅନେକ ଦିର୍ଘ ସମୟ ଧରି ବିଚାର ବିମର୍ଶ କରାଯାଇଥିଲା । ଯଦି କରୋନା ପ୍ରକୋପ ହ୍ରାସ ପାଏ ତାହେଲେ ଆସନ୍ତା ଜାନୁଆରୀ ରୁ ସମସ୍ତ ଗାଇଡ଼ଲାଇନ ସହ ମଂଦିର ଖୋଲିବା ପ୍ରସଙ୍ଗ ରେ ଚିନ୍ତା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ସେଥିପାଇଁ ପ୍ରଶାସନ ର ପରବର୍ତୀ ନିର୍ଦେଶ ପର୍ଯ୍ୟନ୍ତ ସମ୍ବଲପୁର ରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି।

ଜିଲ୍ଲା ପ୍ରଶାସନ ଓ ଧର୍ମାନୁଷ୍ଠାନ କମିଟି ର ନିଷ୍ପତ୍ତି ପରେ ଏବେ ସମ୍ବଲପୁରରେ  ଏବର୍ଷ ଆଉ ଖୋଲିବ ନାହିଁ କୌଣସି ଧର୍ମାନୁଷ୍ଠାନ। ଭକ୍ତଙ୍କୁ ଭଗବାନଙ୍କ ଦର୍ଶନ ପାଇଁ ଆହୁରି କିଛି ସମୟ ଅପେକ୍ଷା କରିବାକୁ ପଡିବ ।