ବାତ୍ୟା ଉଜାଡିଥିଲା ଫସଲ, କ୍ଷତି ପୂରଣ ଦେବା ବଦଳରେ ପ୍ରଶାସନ କରୁଛି କଲବଲ ,ସରକାରଙ୍କ ବାତ୍ୟା ଘୋଷଣା ଖାଲି ପ୍ରହସନ।
Advertisement
Article Detail0/zeeodisha/odisha1176802

ବାତ୍ୟା ଉଜାଡିଥିଲା ଫସଲ, କ୍ଷତି ପୂରଣ ଦେବା ବଦଳରେ ପ୍ରଶାସନ କରୁଛି କଲବଲ ,ସରକାରଙ୍କ ବାତ୍ୟା ଘୋଷଣା ଖାଲି ପ୍ରହସନ।

ବାତ୍ୟା ବାତ୍ୟା ଯୁଆଡେ ଶୁଣିବେ ଖାଲି ବାତ୍ୟାର ଭୟ।ଏଥିରେ ସାଧାରଣ ଚାଷୀଟିଏ ଯେଉଁ କଷ୍ଟ ପାଇଥାଏ ତାହା ନକହିଲେ ଭଲ।ସରକାର ବାତ୍ୟା ସମୟରେ କରନ୍ତି ବଡ ବଡ ଘେଷଣା କିନ୍ତୁ ପ୍ରକୃତରେ ତାହା ଚାଷୀଙ୍କା ପାଖରେ ରୂପାନ୍ତରିତ ହୁଏ ନାହିଁ । ଏହା ଜ୍ୱଳନ୍ତ ଉଦାହରଣ ଓ ଜ୍ୱଳନ୍ତ ଚିତ୍ର ଆପଣ ମାନଙ୍କୁ ଦେଖାଇବକୁ ଚାହୁଁଛୁ ,ଯେ ପ୍ରକୃତରେ ଆମର ଅର୍ଣ୍ଣଦାତାକୁ ସରକାର କିଭଳି ପ୍ରତାରଣା କରିଥାଆନ୍ତି।

ବାତ୍ୟା ଉଜାଡିଥିଲା ଫସଲ, କ୍ଷତି ପୂରଣ ଦେବା ବଦଳରେ ପ୍ରଶାସନ କରୁଛି କଲବଲ ,ସରକାରଙ୍କ ବାତ୍ୟା ଘୋଷଣା ଖାଲି ପ୍ରହସନ।

କେନ୍ଦ୍ରାପଡା(ତ୍ରିଲୋଚନ ଦାସ) - ବାତ୍ୟା ଯାଇ ବାତ୍ୟା ଆସିଲାଣି କିନ୍ତୁ ଏ ପର୍ଯ୍ୟନ୍ତ ବତ୍ୟା ରେ ଫସଲ ଉଜୁଡିଥିବା ଚାଷୀଙ୍କୁ କ୍ଷତି ପୂରଣ ମିଳିଲା ନାହିଁ । ଅକ୍ଷୟ ତୃତୀୟା ରୁ ଚାଷୀ ଚାଷ ପାଇଁ ଅନୁକୂଳ କରିଥିବା ବେଳେ କିପରି ଚଳିତବର୍ଷ ଚାଷ କରିବ ସେନେଇ ଆଶା ଆଶଙ୍କା ରେ ରହିଛି । ଉପକୂଳର୍ବୀ ଜିଲ୍ଲା କେନ୍ଦ୍ରାପଡା ରେ ଗତବର୍ଷ ବାତ୍ୟା ଜୱ୍ବାଦ ପ୍ରଭାବ ରେ ପ୍ରବଳ ବର୍ଷା ଯୋଗୁଁ ଚାଷ ଜମିରେ ବର୍ଷା ପାଣି ଲହରୀ ଭାଙ୍ଗିଲା । ଫଳରେ ପାଚିଲା ଧାନ ସମ୍ପୂର୍ଣ୍ଣ ଗଜା ହୋଇଗଲା । ଏପରି ପରିସ୍ଥିତି ଉପୁଜିଥିଲା ଯେ ଧାନ ଅମଳ କରିବା ଚାଷୀ ପକ୍ଷେ ଅସମ୍ଭବ ହୋଇ ପଡିଲା । ଚାଷୀ ସମ୍ମୁଖରେ  ଧାନ କ୍ଷେତରେ ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଗଲା । ବାତ୍ୟା ଜନିତ କ୍ଷୟ କ୍ଷତି ଆକଳନ ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ଟିମ୍ ପଠାଇ କ୍ଷୟ କ୍ଷତି ଆକଳନ କଲେ । ରାଜ୍ୟ ସରକାର ମଧ୍ୟ ଅନୁରୂପ ଭାବେ ଆକଳନ କଲେ । କ୍ଷତି ପୂରଣ ମିଳିବା ନେଇ ସରକାର ଙ୍କ ତରଫରୁ ଘୋଷଣା କରାଯିବା ପରେ ଚାଷୀ ମାନେ ଆବେଦନ କଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଚାଷୀ ମାନଙ୍କୁ କ୍ଷତି ପୂରଣ ମିଳି ପାରିଲା ନାହିଁ । ଏଭଳି ସ୍ଥଳେ ଚାଷୀ ଚଳିତବର୍ଷ ଅକ୍ଷୟ ତୃତୀୟା ରେ ଚାଷ ପାଇଁ ଅନୁକୂଳ କରିଥିବା ବେଳେ କିପରି ଚାଷ କରିବ ସେ ନେଇ ଆଶା ଆଶଙ୍କା ରେ ଦିନ କାଟୁଛନ୍ତି । 
ଅପରପକ୍ଷରେ ବାତ୍ୟା ଜୱ୍ବାଦ ପ୍ରଭାବ ରେ କେନ୍ଦ୍ରାପଡା ଜିଲ୍ଲା ରେ ଶହ ଶହ ହେକ୍ଟର ଚାଷ ପ୍ରଭାବିତ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଥିଲା । ତେବେ ମିଳିଥିବା ସୂଚନା ଅନୁଯାୟୀ ଫସଲ କ୍ଷତି ସହାୟତା ରାଶି ୩ ମାସ ତଳୁ ଆସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚାଷୀ ମାନଙ୍କୁ ପ୍ରଦାନ କରା ଯାଉନାହିଁ । ତେବେ କାହିଁକି ଚାଷୀ ଙ୍କୁ ମିଳୁନାହିଁ ସହାୟତା ରାଶି ? ଫଳରେ ଚାଷୀ ଚାଷ କରିବା ଅସମ୍ଭବ ହୋଇ ପଡିଛି । ତୁରନ୍ତ ସହାୟତା ରାଶି ସରକାର ପ୍ରଦାନ କରନ୍ତୁ ନଚେତ ଏହା ଏକ ମହା ଆନ୍ଦୋଳନ ରେ ପରିଣତ ହେବ ବୋଲି ପଟ୍ଟାମୁଣ୍ଡାଇ ଉତିକଣ  ଚାଷୀ ମୁଲିଆ ସଂଘ ଆବାହକ ଭାସ୍କର ରାଉତରାୟ  ଚେତାବନୀ ଦେଇଛନ୍ତି । ଏନେଇ କେନ୍ଦ୍ରାପଡା ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା ଙ୍କୁ ପଚାରିବାରୁ ସହାୟତା ରାଶି ଖୁବଶୀଘ୍ର ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି । 

କେବେ ଚାଷୀ ମାନଙ୍କୁ ଫସଲ ହାନି ସହାୟତା ପ୍ରଦାନ କରାଯାଉଛି ଏବଂ ଚାଷୀ ମାନଙ୍କ ମୁହଁ ରେ ହସ ଫୁଟିବ ତାହା ଦେଖିବାର ଦୂର କଥା ।କିନ୍ତୁ ,ବାତ୍ୟା ଆସିଲେ ଫୁଟାଣିଆ  ସରକାରଙ୍କ ଫୁଟାଣିଆ ଅଫିସର ଟିଭିରେ ମୁହଁ ଦେଖାଇ ବାହା ବାହା ନେବାକୁ ଆସି ବଡ ଘୋଷଣା କରନ୍ତି,ପ୍ରକୃତରେ ବାତ୍ୟା ପରେ ଏହି ଘୋଷଣା ର ମୂଲ୍ୟ କିଛି ରୁହେ ନାହିଁ ,କାରଣ ଆନ୍ନଦାତା ଖାଲି ଘୋଷଣା କେବେ ରୂପାନ୍ତରିତ ହେବ ଅନାଇ ବସିଥାଏ, ଆଉ କିଛି ନୁହେଁ ।