Advertisement
Article Detail0/zeeodisha/odisha698646
Zee OdishaOdisha Stateଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପୂର୍ବତନ ବିଧାୟକ, ସମ୍ବଲପୁର ବିଜେଡ଼ି

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପୂର୍ବତନ ବିଧାୟକ, ସମ୍ବଲପୁର ବିଜେଡ଼ି

ସମ୍ବଲପୁର କୋରୋନା ମହାମାରୀ ସମୟରେ ରାଜନୈତିକ ଦଳ ଗୁଡ଼ିକ ବିଭିନ୍ନ ସମୟରେ କୋରୋନା ନିୟମକୁ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ନିକଟରେ ଲଦାଖରେ ଦୁଇ ଓଡ଼ିଆ ଯବାନ ଶହୀଦ ହୋଇଥିବା ବେଳେ ତାଙ୍କୁ ରାଜ୍ୟ ତମାମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତେବେ ଏହି ସମୟରେ ଶାସକ ଦଳ ମଧ୍ୟ ରାଜ୍ୟ ତମାମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ଏହି ସମୟରେ କୋରୋନା ନିୟମ ଭାଙ୍ଗିଥିବା

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପୂର୍ବତନ ବିଧାୟକ, ସମ୍ବଲପୁର ବିଜେଡ଼ି

ସମ୍ବଲପୁର କୋରୋନା ମହାମାରୀ ସମୟରେ ରାଜନୈତିକ ଦଳ ଗୁଡ଼ିକ ବିଭିନ୍ନ ସମୟରେ କୋରୋନା ନିୟମକୁ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ନିକଟରେ ଲଦାଖରେ ଦୁଇ ଓଡ଼ିଆ ଯବାନ ଶହୀଦ ହୋଇଥିବା ବେଳେ ତାଙ୍କୁ ରାଜ୍ୟ ତମାମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତେବେ ଏହି ସମୟରେ ଶାସକ ଦଳ ମଧ୍ୟ ରାଜ୍ୟ ତମାମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ଏହି ସମୟରେ କୋରୋନା ନିୟମ ଭାଙ୍ଗିଥିବା ନେଇ ଅଭିଯୋଗ ହୋଇଥିବା ଦେଖିବାକୁ ମିଳିଛି। 

ସୀମାରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଗତକାଲି ସନ୍ଧ୍ୟାରେ ସମ୍ବଲପୁର ବିଜେଡି ତରଫରୁ କ୍ୟାଣ୍ଡେଲ ଜଳାଇ ସମ୍ମାନାଞ୍ଜଳି ପ୍ରଦର୍ଶନ କରାଯାଇଥିଲା। ଗୋଟିଏ ପଟେ ସମ୍ବଲପୁରର ପୂର୍ବତନ ବିଧାୟିକା ତାଙ୍କ ବାସଭବନ ନିକଟସ୍ଥ ବିଜେଡି କାର୍ଯ୍ୟାଳୟରେ କ୍ୟାଣ୍ଡେଲ ଜଳାଇ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଅନ୍ୟପଟେ ବିଜେଡ଼ି ଜିଲ୍ଲା ସଭାପତି ସାମାଜିକ ଦୂରତାକୁ ଉଲ୍ଲଙ୍ଘନ କରି ଏହି କାର୍ଯ୍ୟକ୍ରମ କଚେରୀ ଛକସ୍ଥିତ ଶହୀଦ ସ୍ତମ୍ଭରେ କରିଥିଲେ।   ଏହି ସମୟରେ ଦୁଇ ଜଣଙ୍କ ମଧ୍ୟରେ ଦୁଇ ଗଜର ଦୂରତାକୁ ପାଳନ କରିନଥିବା ଅଭିଯୋଗ ହୋଇଛି।ଏହି କ୍ରମରେ ଗୋଟିଏ ପଟେ ସାରା ବିଶ୍ୱ କୋରୋନା ପରି ମହାମାରୀ ସହ ସଂଘର୍ଷ କରୁଥିବା ବେଳେ ସମସ୍ତେ ସାମାଜିକ ଦୂରତାକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ସମ୍ବଲପୁରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। 

Add Zee News as a Preferred Source
About the Author