ହୀରାକୁଦର ଆଉ ଦୁଇଟି ଗେଟ ବନ୍ଦ
ଆଜି ସକାଳେ ୨ଟି ଗେଟ୍ ବନ୍ଦ ପରେ ହୀରାକୁଦ ନଦୀବନ୍ଧର ଛଅଟି ଗେଟ (sluice gate) ଦେଇ ଜଳ ନିଷ୍କାସନ କରାଯାଉଛି।ବାମ ପଟର ଚାରିଟି ଓ ଡାହାଣ ପଟର ଦୁଇଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି।
ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ନଦୀବନ୍ଧର ଆଉ ଦୁଇଟି ଗେଟ। ବର୍ତ୍ତମାନ ୬ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ନଦୀବନ୍ଧର ଜଳସ୍ତର କମୁଥିବାରୁ ଆଉ ଦୁଇଟି ଗେଟ ବନ୍ଦ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ।
ଆଜି ସକାଳେ ୨ଟି ଗେଟ୍ ବନ୍ଦ ପରେ ହୀରାକୁଦ ନଦୀବନ୍ଧର ଛଅଟି ଗେଟ (sluice gate) ଦେଇ ଜଳ ନିଷ୍କାସନ କରାଯାଉଛି।ବାମ ପଟର ଚାରିଟି ଓ ଡାହାଣ ପଟର ଦୁଇଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି। ସକାଳ ୯ଟାର ରିପୋର୍ଟ ଅନୁଯାୟୀ ହୀରାକୁଦର ଜଳସ୍ତର ୬୦୫.୨୭ ଫୁଟ ରହିଛି।
Also Read: ପର୍ଯ୍ୟଟନର ଦ୍ୱାର ହେବ ସମ୍ବଲପୁର; କାର୍ଯ୍ୟକାରୀ ହେବ ମାଷ୍ଟର ପ୍ଲାନ୍
ବର୍ତ୍ତମାନ ହୀରାକୁଦ ନଦୀବନ୍ଧ (Hirakud Dam) କୁ ଉପର ମୁଣ୍ଡରୁ ୧୩୦୭୬୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧୦୯୪୯୫ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି। ହୀରାକୁଦ ନଦୀବନ୍ଧ ର ଜଳଧାରଣ କ୍ଷମତା ହେଉଛି ୬୩୦ ଫୁଟ।