ପର୍ଯ୍ୟଟନର ଦ୍ୱାର ହେବ ସମ୍ବଲପୁର; କାର୍ଯ୍ୟକାରୀ ହେବ ମାଷ୍ଟର ପ୍ଲାନ୍
Advertisement
Article Detail0/zeeodisha/odisha952909

ପର୍ଯ୍ୟଟନର ଦ୍ୱାର ହେବ ସମ୍ବଲପୁର; କାର୍ଯ୍ୟକାରୀ ହେବ ମାଷ୍ଟର ପ୍ଲାନ୍

ହୀରାକୁଦ ଜଳଭଣ୍ଡାରର ନୀଳ ଜଳରାଶିରେ କ୍ରୁଜ ବୋଟ୍ ସେବାର ମଜା ନେଇ ପାରିବେ ପର୍ଯ୍ୟଟକ। 

ପର୍ଯ୍ୟଟନର ଦ୍ୱାର ହେବ ସମ୍ବଲପୁର; କାର୍ଯ୍ୟକାରୀ ହେବ ମାଷ୍ଟର ପ୍ଲାନ୍

ସମ୍ବଲପୁର: ପର୍ଯ୍ୟଟନର ଦ୍ୱାର ହେବ ସମ୍ବଲପୁର। ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେବ କ୍ରୁଜ ବୋଟ ସହ ଭାସ୍ୟମାନ ରେସ୍ତାରୋଁ ବ୍ୟବସ୍ଥା। ଗତକାଲି ସମ୍ବଲପୁର ଗସ୍ତରେ ଆସି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ହୀରାକୁଦକୁ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ଦ୍ୱାର ଭାବେ ବିକଶିତ କରାଯିବ। ଏଥିପାଇଁ ୧୩୦ କୋଟି ଟଙ୍କାର ବ୍ୟୟର ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି। 

ହୀରାକୁଦ ଜଳଭଣ୍ଡାରର (Hirakud Dam) ନୀଳ ଜଳରାଶିରେ କ୍ରୁଜ ବୋଟ୍ ସେବାର (Cruise Boat Service) ମଜା ନେଇ ପାରିବେ ପର୍ଯ୍ୟଟକ। ଏନେଇ ଆସନ୍ତା ଡିସେମ୍ବର-ଜାନୁଆରୀ ମାସ ମଧ୍ୟରେ ଏଠାକୁ ୨ଟି ଲକ୍ଜୁରୀ ବୋଟ (Luxury Boat) ଆସିବ। ଏହା ସହ ଭାସମାନ ରେସ୍ତୋରାଁ (Hirakud Dam Floating Restaurant) ସହ ବୋଟିଂ କ୍ଲବ (Hirakud Dam Boating Club) ବ୍ୟବସ୍ଥା ମଧ୍ୟ କରାଯିବ। ଏହା ଦ୍ବାରା ସମ୍ବଲପୁରକୁ ପର୍ଯ୍ୟଟକ ଆକର୍ଷିତ ହେବେ। ଗତକାଲି ସମ୍ବଲପୁର ଗସ୍ତରେ ଏ ସମ୍ପର୍କରେ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା (Odisha CMs Chief Adviser) ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ-ଡବଲ୍ୟୁଓଡିସି (Western Odisha Development Council) ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ। 

Also Read: ଆହାଃ କି ମନୋରମ: ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା ଜଳକ୍ରୀଡ଼ା

ଏହି ଗସ୍ତ ଅବସରରେ ସେ ହୀରାକୁଦ ସ୍ଥିତ ବୋଟିଂ କ୍ଲବ, ଡେବ୍ରିଗଡ ଅଭୟାରଣ୍ୟ (Debrigarh Wildlife Sanctuary), ବାଦୁଡ଼ି ଦ୍ଵୀପ (Bat Island) ଆଦି ସ୍ଥାନ ପରିଦର୍ଶନ କରିଛନ୍ତି। ସେହିଭଳି ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ନିର୍ମାଣାଧିନ ପ୍ରେକ୍ଷାଳୟ (Gangadhar Meher University Theater), ରାଣୀ ବଖରୀ ସହ ଭିକ୍ଟୋରିଆ ମେମୋରିଆଲ ହଲ (Sambalpur Victoria Hall) କ୍ଷେତ୍ର ପରିଦର୍ଶନ କରିଛନ୍ତି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ମଧ୍ୟ ତଦାରଖ କରିଛନ୍ତି। 

ହୋଟେଲ୍ ମାଲିକ ଏବଂ ପର୍ଯ୍ୟଟନ ଶିଳ୍ପ ସହ ସମ୍ପୃକ୍ତ ଟୁର୍ ଅପରେଟର (Tourism Industry Tour Operator) ଏବଂ ବିଭିନ୍ନ ସଂସ୍ଥା ସହ ଜିଲ୍ଲାର ପର୍ଯ୍ୟଟନର ବିକାଶ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି ସେ। ହୀରାକୁଦ ଜଳଭଣ୍ଡାରରେ ପରିଭ୍ରମଣ କରି ସ୍ଥିତି ପରଖୁଛନ୍ତି ଡବଲ୍ୟୁଓଡିସି ଅଧ୍ୟକ୍ଷ (WODC Chairman)। ପ୍ରାରମ୍ଭିକ ପର୍ଯ୍ୟାୟରେ ହୀରାକୁଦ ଜଳଭଣ୍ଡାରରେ ୩ଟି ବୋଟ୍ ନେଇ ଏହା ଆରମ୍ଭ କରାଯିବ। ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ଵାରା ବୋଟିଂ କ୍ଲବ ପ୍ରତିଷ୍ଠା କରାଯିବ। ସେହିପରି ଚଳିତ ଡିସେମ୍ବର ଶେଷ ସୁଦ୍ଧା ବିଳାସପୂର୍ଣ୍ଣ ବୋଟ୍ ଏବଂ ଭାସମାନ ରେସ୍ତାରୋଁ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହେବ। ଜବାହର ମିନାର୍ (Hirakud Dam Jawahar Minar) ନିକଟସ୍ଥ ଅଞ୍ଚଳରେ ରିସର୍ଟ (Hirakud Dam Resort)କରାଯିବାକୁ ମଧ୍ୟ ଯୋଜନା ରହିଛି।

Also Read: ରାଜ୍ୟ ଦେଖିବ ଆଉ ଏକ ହୀରାକୁଦ ବନ୍ଧ

ସେହିପରି ହୀରାକୁଦ ଜଳଭଣ୍ଡାର ନିକଟରେ ଉପଯୁକ୍ତ ସ୍ଥାନ ନିରୂପଣ କରି ବିଭିନ୍ନ ସଂସ୍ଥାକୁ ସାମିଲ କରି ହୋଟେଲ୍ ଶିଳ୍ପର ବିକାଶ ପାଇଁ ଯୋଜନା ସହ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ। ଲେଜର ସୋ, ଆକ୍ୱାରିୟମ୍, ସଫାରୀ, ୱାଟର ଫ୍ଲୋ ପାର୍କ, ଯୋଗ ବଗିଚା ଆଦିର ବ୍ୟବସ୍ଥା କରାଯିବାର ମଧ୍ୟ ଯୋଜନା ରହିଛି। ସେହିପରି ସମଲେଇ ଯୋଜନାରେ ହେରିଟେଜ କରିଡର ନିର୍ମାଣ ହେବ। ତୀର୍ଥଯାତ୍ରୀଙ୍କ ପାଇଁ ରହଣୀସ୍ଥଳ, ଶୌଚାଳୟ ବ୍ୟବସ୍ଥା, ମହାନଦୀରେ ଆଳତୀ ବ୍ୟବସ୍ଥା, ରିଂ ରୋଡ ବିକାଶ ସମ୍ପର୍କରେ ଜଣାଇଛନ୍ତି ଡବଲ୍ୟୁଓଡିସି ଅଧ୍ୟକ୍ଷ। ତାଙ୍କର ଏହି ଗସ୍ତ ସମୟରେ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ୍, ଭାରପ୍ରାପ୍ତ ଜିଲ୍ଲାପାଳ ସୁକାନ୍ତ ତ୍ରିପାଠୀ, ସଦର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂରଙ୍କ ଜିଲ୍ଲାର ଅନ୍ୟ ବିଭାଗର ବରିଷ୍ଠ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।