CRPF Recruitment: ସିଆରପିଏଫ ବାହିନୀରେ ଆରମ୍ଭ ହେଲା ନିଯୁକ୍ତି, ଏସଆଇ-ଏଏସଆଇ ପଦବୀ ପାଇଁ ଏପରି କରନ୍ତୁ ଆବେଦନ
Advertisement
Article Detail0/zeeodisha/odisha1676084

CRPF Recruitment: ସିଆରପିଏଫ ବାହିନୀରେ ଆରମ୍ଭ ହେଲା ନିଯୁକ୍ତି, ଏସଆଇ-ଏଏସଆଇ ପଦବୀ ପାଇଁ ଏପରି କରନ୍ତୁ ଆବେଦନ

CRPF Recruitment News: ସିଆରପିଏଫ ବାହିନୀରେ ଏସଆଇ ଏବଂ ଏଏସଆଇ ପଦବୀରେ ନିଯୁକ୍ତି ପାଇଁ ଆରମ୍ଭ ହୋଇଛି ଅନଲାଇନ୍ ଆବେଦନ ପ୍ରକ୍ରିୟା। ଯାହା ମେ ୧ ତାରିଖରୁ ଆରମ୍ଭ ହୋଇ ୨୧ ମେ ପର୍ଯ୍ୟନ୍ତ ଚାଲିବ। 

CRPF Recruitment: ସିଆରପିଏଫ ବାହିନୀରେ ଆରମ୍ଭ ହେଲା ନିଯୁକ୍ତି, ଏସଆଇ-ଏଏସଆଇ ପଦବୀ ପାଇଁ ଏପରି କରନ୍ତୁ ଆବେଦନ

CRPF Recruitment 2023: କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବାହିନୀର ସବ୍ ଇନସପେକ୍ଟର ଏବଂ ଆସିଷ୍ଟାଣ୍ଡ ସବ ଇନସପେକ୍ଟର ନିଯୁକ୍ତି ପାଇଁ ଜାରି ହୋଇଛି ବିଜ୍ଞପ୍ତି। ସର୍ବଶେଷ ଖବର ଅନୁଯାୟୀ, ଏସଆଇ ଏବଂ ଏଏସଆଇ ପଦବୀରେ ନିଯୁକ୍ତି ପାଇଁ ସିଆରପିଏଫ ପକ୍ଷରୁ ଆରମ୍ଭ ହୋଇଛି ଅନଲାଇନ୍ ଆବେଦନ ପ୍ରକ୍ରିୟା। ସିଆରପିଏଫ ବାହିନୀରେ ନିଯୁକ୍ତି ପାଇବା ପାଇଁ ଚାହୁଁଥିବା ସମସ୍ତ ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟ୍ rect.crpf.gov.in ମାଧ୍ୟମରେ ସିଆରପିଏଫ ନିଯୁକ୍ତି ୨୦୨୩ ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ସିଆରପିଏଫ ବାହିନୀର ସବ୍ ଇନସପେକ୍ଟର ଏବଂ ଆସିଷ୍ଟାଣ୍ଡ ସବ ଇନସପେକ୍ଟର ପଦ ଲାଗି ହେଉଥିବା ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ଫର୍ମ ଆସନ୍ତା ମେ ୨୧ ପର୍ଯ୍ୟନ୍ତ ପୂରଣ କରାଯିବ। ସିଆରପିଏଫ ନିଯୁକ୍ତି ୨୦୨୩ ପାଇଁ କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବାହିନୀର ଅଫିସିଆଲ ୱେବସାଇଟ ପରିଦର୍ଶନ କରନ୍ତୁ। 

ସିଆରପିଏଫ ନିଯୁକ୍ତି ୨୦୨୩ ବିବରଣୀ

  • ସବ୍-ଇନ୍ସପେକ୍ଟର (RO): ୧୯ ପଦ
  • ସବ୍-ଇନ୍ସପେକ୍ଟର (Crypto): ୭ ପଦ
  • ସବ୍-ଇନ୍ସପେକ୍ଟର (ବୈଷୟିକ ବିଭାଗ): ୫ ପଦ
  • ସବ୍-ଇନ୍ସପେକ୍ଟର (ସାଧାରଣ ବିଭାଗ) (ପୁରୁଷ): ୨୦ ପଦ 
  • ସହକାରୀ ସବ୍-ଇନ୍ସପେକ୍ଟର (ଯାନ୍ତ୍ରିକ): ୧୪୬ ପଦ 
  • ସହକାରୀ ସବ୍-ଇନ୍ସପେକ୍ଟର (Draft man): ୧୫ ପଦ

ସିଆରପିଏଫ ନିଯୁକ୍ତି ୨୦୨୩ ପାଇଁ ଆବଶ୍ୟକ ବୟସ କ’ଣ?
କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବାହିନୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୫ ବର୍ଷ ହେବା ଆବଶ୍ୟକ। ସବ୍ ଇନ୍ସପେକ୍ଟର ଏବଂ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ବୟସ ୩୦ ବର୍ଷ ହେବା ଆବଶ୍ୟକ।

ସିଆରପିଏଫ ନିଯୁକ୍ତି ୨୦୨୩ ପାଇଁ କେତେ ଟଙ୍କା ଦେବାକୁ ହେବ ଆବେଦନ ଶୁଳ୍କ 
ସିଆରପିଏଫ ବାହନିୀରେ ସବ୍ ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ୨୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ଥିବାବେଳେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ପାଇଁ ୧୦୦ ଟଙ୍କା ଦେବାକୁ ହେବ। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପୂର୍ବତନ ସେନା କର୍ମଚାରୀ ଏବଂ ମହିଳା ପ୍ରାର୍ଥୀଙ୍କୁ ସିଆରପିଏଫ ନିଯୁକ୍ତି ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ହେବ ନାହିଁ।

ସିଆରପିଏଫ ନିଯୁକ୍ତି ୨୦୨୩ ପାଇଁ କିପରି ହେବ ଚୟନ? 
ସିଆରପିଏଫ ନିଯୁକ୍ତି ୨୦୨୩ ପାଇଁ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ସହିତ ଶାରୀରିକ ମାନକ ପରୀକ୍ଷା ()/ଶାରୀରିକ ଦକ୍ଷତା ପରୀକ୍ଷା (), ଦସ୍ତାବିଜ ଯାଞ୍ଚ ଏବଂ ମେଡିକାଲ ଟେଷ୍ଟ ପାଇଁ ହାଜର ହେବାକୁ ହେବ। 

ସିଆରପିଏଫ ନିଯୁକ୍ତି ୨୦୨୩ ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ

  • ସିଆରପିଏଫ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ: ୧ ମେ ୨୦୨୩ 
  • ସିଆରପିଏଫ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ: ୨୧ ମେ ୨୦୨୩ 
  • ସିଆରପିଏଫ ନିଯୁକ୍ତି ପାଇଁ ଅନଲାଇନ୍ ଲିଖିତ ପରୀକ୍ଷା: ୨୪ ଏବଂ ୨୫ ୨୦୨୩

ସିଆରପିଏଫ ନିଯୁକ୍ତି ୨୦୨୩ ପାଇଁ କିପରି କରିବେ ଆବେଦନ? 

  • ୧. ସର୍ବପ୍ରଥମେ ଆବେଦନକାରୀ ସିଆରପିଏଫ ଅଫିସିଆଲ୍ ୱେବସାଇଟ୍ rect.crpf.gov.in ପରିଦର୍ଶନ କରନ୍ତୁ।
  • ୨. ଅଫିସିଆଲ୍ ୱେବସାଇଟ୍ ମୂଳ ପୃଷ୍ଠାରେ "Recruitment for the post of Group “B” and “C” non ministerial, non gazetted, combatised Signal staff in CRPF" ଲିଙ୍କ ଉପରେ କ୍ଲିକ୍ କରିନିଯୁକ୍ତି ବିଜ୍ଞପ୍ତି ବିବରଣୀ ସମ୍ପର୍କରେ ପଢନ୍ତୁ।
  • ୩. ଏହା ପରେ Click here for applying to the post of Signal staff ଉପରେ କ୍ଲିକ୍ କରନ୍ତୁ।
  • ୪. ଏହା ପରେ ରେଜିଷ୍ଟର ଲିଙ୍କ ପାଖକୁ ଯାଆନ୍ତୁ ଏବଂ ପଞ୍ଜୀକରଣ ସମ୍ପୂର୍ଣ୍ଣ କରନ୍ତୁ।
  • ୫. ବର୍ତ୍ତମାନ ପଦବୀ ଚୟନ କରନ୍ତୁ ଏବଂ ଆବେଦନ ଫର୍ମ ପୂରଣ କରନ୍ତୁ।